Home Coronavirus Outbreak କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହେଲା ପ୍ରଥମ କରୋନା ଆକ୍ରାନ୍ତ: ସମଗ୍ର ପଞ୍ଚାୟତକୁ କଣ୍ଟନେମେଣ୍ଟ ଜୋନ ଘୋଷଣା

କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହେଲା ପ୍ରଥମ କରୋନା ଆକ୍ରାନ୍ତ: ସମଗ୍ର ପଞ୍ଚାୟତକୁ କଣ୍ଟନେମେଣ୍ଟ ଜୋନ ଘୋଷଣା

166

କେନ୍ଦୁଝର, ୩୦ ଏପ୍ରିଲ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କରୋନା ମୁକ୍ତ କେନ୍ଦୁଝର ଜିଲ୍ଲାରେ ଆଜି ବୁଧବାର ଦିନ ପ୍ରଥମ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛି। ଏହି କରୋନା ପଜିଟିଭ ବ୍ୟକ୍ତି ଜଣକ ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ପଞ୍ଝୁପଲ୍ଲି ପଞ୍ଚାୟତ ଅନ୍ତର୍ଗତ ନୁଆଗାଁର ବୋଲି ସୂଚନା ଦିଆଯାଇଛି। ତାଙ୍କର ବୟସ ୬୦ ବର୍ଷ ଏବଂ ସେ କୋଲକୋତାରୁ ଆସିଥିଲେ। ବ୍ୟକ୍ତି ଜଣଙ୍କ କୋଲକତାର ବଡବଜାରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେ କୋଲକତାରୁ ଫେରିବା ପରେ ୧୪ ଦିନ କ୍ୟରଟାଂଇନରେ ରହି ସୁସ୍ଥ ଭାବେ ନିଜ ଘରେ ଅବସ୍ଥାନ କରୁଥିଲେ। ସେ ୨୯ ମାର୍ଚ୍ଚରେ ଘରକୁ ଫେରି ଘରେ ଭଲରେ ଥିଲେ। ଗତ ୨୭ ତାରିଖରେ ତାଙ୍କର ସ୍ୱାବ ନିଆଯାଇ ପରୀକ୍ଷା ପାଇିଁ ପଠାଯାଇଥିଲା। ଆଜି ବୁଧବାର ଦିନ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା କେନ୍ଦୁଝରଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ କୁମାର ଦାଶ ସୂଚନା ଦେଇଛନ୍ତି। ତାଙ୍କର ଅଧିକ ତଥା ଉତମ ଚିକିତ୍ସା ଚିକିତ୍ସା ଆଜି ବୁଧବାର ଦିନ କଟକସ୍ଥିତ ଅଶ୍ୱନୀ ହସପିଟାଲକୁ ପଠାଯାଉଛି। କେନ୍ଦୁଝର କୁ କୋଲକତାରୁ ଫେରିଥିବା ୨୧୯ ଜଣଙ୍କର ସ୍ୱାବ ପରାକ୍ଷା ପାଇିଁ ପଠାଯାଇଥିଲା ସେ ମଧ୍ୟରୁ ମାତ୍ର ୨/ ୩ ଟି ରିପୋର୍ଟ ବ୍ୟତିତ ପ୍ରାୟ ସମସ୍ତ ରିପୋର୍ଟ ଆସିଯାଇଥିବା ବେଳେ ଏହି ଗୋଟିଏ ମାତ୍ର ପଜିଟିଭ ଆସିଥିବା ଶ୍ରୀ ଦାଶ ପ୍ରକାଶ କରିଛନ୍ତି।

ଅନ୍ୟ ପକ୍ଷରେ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରାମିତ ଚିହ୍ନଟ ହେଲା ପରେ ସମଗ୍ର ପଞ୍ଚାୟତକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟନେମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା କଥା ବୁଧବାର ଦିନ ଅପରାରହ୍ନରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି। ଆନନ୍ଦପୁର ଉପଖଣ୍ଡ ର ଆନନ୍ଦପୁର ବ୍ଳକର ପଞ୍ଚୁପଲ୍ଲୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ହାମଲେଟର ବାସିନ୍ଦା ୬୦ ବର୍ଷ ବୟସ୍କଙ୍କ ଠାରେ ବୁଧବାର ଦିନ କରୋନା ଲକ୍ଷଣ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। ଏଥିସହ ପଞ୍ଚୁପଲ୍ଲୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆଖପାଖ ୧୧ ଟି ଗ୍ରାମକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ଏବଂ ସଂପୃକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଚିହ୍ନଟ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ସଂପୃକ୍ତ ଅଞ୍ଚଳରେ ଏକ ଟିମ ପୁରା ଦମରେ କାର୍ଯ୍ୟରେ ଲାଗି ପଡିଥିବା ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.