Home ଓଡ଼ିଶା କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି: ଗୁଜବ ପ୍ରତି ସତର୍କ ରହିବାକୁ...

କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି: ଗୁଜବ ପ୍ରତି ସତର୍କ ରହିବାକୁ ପରାମର୍ଶ

93

କେନ୍ଦୁଝର, ୧୬ ଫେବୃୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାର ଅନ୍ୟତମ ବୃହତ୍ ବ୍ୟାଙ୍କ ଭାବେ ପରିଗଣିତ ତଥା କୃଷକମାନଙ୍କ ଉନ୍ନତିକଳ୍ପେ କାର୍ଯ୍ୟ କରୁଥିବା କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କରେ ଜମାକାରୀଙ୍କ ଜମା ରାଶି ସୁରକ୍ଷିତ ରହିଛି ବୋଲି ବ୍ୟାଙ୍କର ସଭାପତି କାନନ ବିହାରୀ ପହି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଶ୍ରୀ ପହୀ ସୂଚନା ଦେଇଛନ୍ତି ଯେ ୧୯୫୦ ମସିହାରୁ ପ୍ରତିଷ୍ଠା ଲାଭ କରିଥିବା ଏହି ବ୍ୟାଙ୍କ ଦୀର୍ଘ ୭ ଦଶନ୍ଧି ଧରି ନିରବିଛିନ୍ନ ଭାବରେ ଲୋକଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଲାଇସେନ୍ସପ୍ରାପ୍ତ ଏବଂ ଓଡିଶା ସରକାରହ୍‌କର ମୋ ସରକାର କାର୍ଯ୍ୟକ୍ରମରେ ଅନ୍ତର୍ଭୃକ୍ତ ଅଛି। ଏହି କେନ୍ଦ୍ର ସମବାୟ ବ୍ୟାଙ୍କକୁ କୃଷି ଓ ଗ୍ରାମ ବିକାଶ ବ୍ୟାଙ୍କ (ନାବାର୍ଡ) ଓ ନିବନ୍ଧକ ସମବାୟ ସମିତି ସମୁହ ଓଡିଶାଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ପରିଚାଳିତ ହେଉଛି। ଜିଲ୍ଲାରେ ବର୍ତମାନ ଏହି ବ୍ୟାଙ୍କ ତାର ୧୫ ଗୋଟି ଶାଖା ମାଧ୍ୟମରେ ସେବା ଯୋଗାଇଦେଇ ଆସୁଥିବା ବେଳେ ଖୁବଶୀଘ୍ର ଆଉ ୪ ଗୋଟି ନୂତନ ଶାଖା ଖୋଲିବା ପାଇଁ ଅନୁମତି ମିଳିଛି। ଏହି ଶାଖା ଗୁଡିକ ବିଶେଷ ଭାବେ ଜିଲ୍ଲାର ଆଦିବାସୀ ବହୁଳ ତଥା ଦୁର୍ଗମ ଅଞ୍ଝଳ ଗୟଳମୁଣ୍ଡା, ବାଂଶପାଳ, ରେକୁଟିଆ ପାଟଣା ଆଦି ସ୍ଥାନରେ ଖୋଲିବା ପାଇିଁ ନାବାର୍ଡ ଓ ରାଜ୍ୟ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି ଯାହାକି ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖୋଲିବାକୁ ନିଷ୍ପତି ନିଆଯାଇଥିବା ସଭାପତି ପହୀ ସୂଚନା ଦେଇଥିଲେ। ଏପରିସ୍ଥଳେ ଜମାକାରୀଙ୍କର ଜମା ଟଙ୍କା ସୁରକ୍ଷିତ ନୁହେଁ ବୋଲି କେତେକ ଗୁଜବ ପ୍ରକାଶ ପାଇଥିବାବେଳେ ୟେସ୍ ବ୍ୟାଙ୍କ ପରି କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ଅବସ୍ଥା ହୋଇପାରେ ବୋଲି ଗୁଜବ ପ୍ରକାଶ ପାଇଛି। ମାତ୍ର ଏଥିରେ କୌଣସି ସତ୍ୟତା ନଥିବାବେଳେ ସାମୟିକ ଭାବେ ବାଧାପ୍ରାପ୍ତ ହୋଇଥିବା ଚେକ କ୍ଲିୟରିଂ ବ୍ୟବସ୍ଥା ଖୁବଶୀଘ୍ର ସୁବ୍ୟବସ୍ଥିତ ହେବ ବୋଲି ଶ୍ରୀ ପହି ପ୍ରକାଶ କରିଛନ୍ତି। ବ୍ୟାଙ୍କର ସମସ୍ତ ଜମାକାରୀଙ୍କ ଜମା ଅର୍ଥ ରିଜର୍ବ ବ୍ୟାଙ୍କ ଙ୍କ ଡିଆଇସିଜିସି ସଂସ୍ଥା ଦ୍ୱାରା ବୀମାଭୁକ୍ତ ଅଟେ ଯାହା କି ଶତପ୍ରତିଶତ ସୁରକ୍ଷିତ ଓ ବିପଦମୁକ୍ତ ବୋଲି ସେ କହିଛନ୍ତି। ବର୍ତମାନ କେନ୍ଦୁଝର ଜିଲ୍ଲାରେ କେନ୍ଦ୍ର ସମବାୟ ବ୍ୟାଙ୍କର ୩ ଲକ୍ଷ ୪୭ ହଜାର ୫୦୮ ଜଣ ଜମାକାରୀ ଥିବାବେଳେ ୪୯୭ କୋଟି ୬୧ଲକ୍ଷ ଟଙ୍କା ଜମା ରାଶି ରହିଥିବା କଥା ସଭାପତି ପହୀ ସୂଚନା ଦେଇଛନ୍ତି। ସେହିପରି ୪୬୬ କୋଟି ଟଙ୍କା ଋଣ ରାଶି ରହିଥିବାବେଳେ ୪୩୨ କୋଟି ଟଙ୍କା ବିନିଯୋଗ ହୋଇଛି। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶାବଳୀ ଅନୁଯାୟୀ କ୍ରାର୍ ଯାହାକି ବିଭିନ୍ନ ବ୍ୟାଙ୍କର ଶତକଡା ୯% ରହିବା କଥା ତାହା ଏହି ବ୍ୟାଙ୍କର ୧୧.୧୪% ରହିଛି। କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ୨୦୦୩ ମସିହାଠାରୁ ପ୍ରତ୍ୟେକ ବର୍ଷ ଲାଭ କରୁଥିବାବେଳେ ଏବେ ବି ବ୍ୟାଙ୍କ ସାଧାରଣ ଲୋକଙ୍କ ସହ ରହିଛି ବୋଲି କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କାନନ ବିହାରୀ ପହୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.