Home ଓଡ଼ିଶା କେନ୍ଦୁଝର:୨୦ ନଂ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ନର୍ମାଣରେ ଉଦାସୀନତା ପାଇିଁ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା...

କେନ୍ଦୁଝର:୨୦ ନଂ ଜାତୀୟ ରାଜପଥର ରକ୍ଷଣାବେକ୍ଷଣ ଓ ନର୍ମାଣରେ ଉଦାସୀନତା ପାଇିଁ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ କେନ୍ଦୁଝର ଓ ଆନନ୍ଦପୁର ଉପଖଣ୍ଡ ମାଜିଷ୍ଟ୍ରେଟ

96

କେନ୍ଦୁଝର, ୧୬ ଫେବୃୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲା ମଧ୍ୟଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଉପଯୁକ୍ତ ରକ୍ଷଣ ବେକ୍ଷଣ ଓ ନିର୍ମାଣ କାର୍ଯ୍ୟରେ ଉଦାସୀନତା କାରଣରୁ ରାଜପଥର ଅବସ୍ଥା ଅତୀବ ଦୟନୀୟ ହୋଇ ପଡିଛି। ଏଥିପାଇିଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ସି.ଆର.ପି.ସି. ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ଜଣା ପଡିଛି। ଦୈନିକ ହଜାର ହଜାର ଖଣିଜ ପଦାର୍ଥ ପରିବହନକାରୀ ଯାନବାହାନ ୨୦ ନମ୍ବର ରାଜପଥ ଉପରେ ଚଳାଚଳ କରୁଛି। ଅନ୍ୟ ପକ୍ଷରେ ଏହି ରାଜପଥ ଟି କେନ୍ଦୁଝର ଜିଲ୍ଲାର ଲାଇଫ ଲାଇନ ହୋଇଥିବା ବେଳେ ଏହି ରାଜପଥର ଅନେକ ସ୍ଥାନରେ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡି ରହିଛି। ଫଳରେ ଅନେକ ସମୟରେ ଏହି ରାଜପଥ ଉପରେ ଦୁର୍ଘଟଣା ମାନ ଘଟି ଅନେକ ଧନ ଜୀବନ ନଷ୍ଟ ହେବାରେ ଲାଗିଛି। ଏବଂ ଟ୍ରାଫିକ ସମସ୍ୟା ମଧ୍ୟ ଉତ୍କଟ ହେବାରେ ଲାଗିଛି। ଫଳରେ ଏହି ୨୦ ନମ୍ବର ଜାତୀୟ ରାଜପଥ ନିର୍ମାଣକୁ ଶିଘ୍ର ସଂପୁର୍ଣ୍ଣ କରିବା, ନିର୍ମିତ ରାସ୍ତାର ରକ୍ଷଣା ବେକ୍ଷଣ କରିବା, ଏବଂ ସର୍ଭସ ରୋଡର ନିର୍ମାଣ ତୁରନ୍ତ ଶେଷ କରିବା ନିମନ୍ତେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ କେନ୍ଦୁଝର ଜିଲ୍ଲାପାଳ ଅଶିଷ ଠାକରେ ନିର୍ଦ୍ଦେଶ ଦେବାସହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇିଁ ମଧ୍ୟ ତାଗିଦ କରିଥିଲେ। ଜିଲ୍ଲାପାଳଙ୍କ ସମସ୍ତ ତାଗିଦ ଓ ନିର୍ଦ୍ଦେଶ ସତ୍ୱେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ନିର୍ଦ୍ଦେଶକୁ ଅଣଦେଖା କରି ମନମର୍ଜିରେ କାମ କରିବା, ରାଜପଥ ନିର୍ମାଣ କାର୍ଯ୍ୟକୁ ସଂପୁର୍ଣ୍ମ ନ କରିବା, ନର୍ମାଣ ଶେଷ ହୋଇଥିବା ରାଜପଥର ଉପଯୁକ୍ତ ରକ୍ଷଣ ବେକ୍ଷଣ ନ କରିବା ଫଳରେ ବାରମ୍ବାର ଦୁର୍ଘଟଣା ଘଟିବା, ଟ୍ରାଫିକ ସମସ୍ୟା ଉତ୍କଟ ହେବା, ଆଇନ ଶୃଖଂଳା ପରିସ୍ଥିତି ସୃଷ୍ଟି ହେବା ଭଳି ସ୍ପର୍ଶକାତର ଘଟଣା ରେ ସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବାରୁ ଏହାକୁ ଆଧାର କରି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କେନ୍ଦୁଝର ଉପଖଣ୍ଡ ମାଜିଷ୍ଟେଟ ରାମଚନ୍ଦ୍ର କିସ୍କୁ ଏବଂ ଆନନ୍ଦପୁର ଉପଖଣ୍ଡ ମାଜିଷ୍ଟ୍ରେଟ ରିବିନ୍ଦ୍ର କୁମାର ସାହୁ ସି.ଆର.ପି.ସି. ର ଧାରା ୧୩୩ ଅନୁଯାୟୀ ଜାତୀୟ ରାଜପଥ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକ, ଚିଫ ଜେନେରାଲ ମ୍ୟାନେଜର (ବୈଷୟିକ), ଆଞ୍ଚଳିକ ଅଧିକାରୀଙ୍କୁ ପକ୍ଷ କରି ତାଙ୍କ ବିରୁଦ୍ଧରେ ପୃଥକ ପୃଥକ ମାମଲା ରୁଜୁ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.