Home ଓଡ଼ିଶା କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କା : ୨ ମୃତ

କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କା : ୨ ମୃତ

480

କେନ୍ଦୁଝର, ୨ ଫେବୃୟାରୀ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ଦୁଇଟି ଟ୍ରକ ମୁହାଁ ମୁହିଁ ଧକ୍କା ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ଙ୍କର ମୃତ୍ୟୁ ହୋଇଛି। କେନ୍ଦୁଝର ର ଲାଇଫ ଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ଡେଥ୍ ଲାଇନ। ଏହି ରାଜପଥ ଉପରେ ଦୁର୍ଘଟଣା ଉପରେ ଦୁର୍ଘଟଣା ଘଟିବାରେ ଲାଗିଛି। କିନ୍ତୁ ଏ ଦିଗରେ ନା ଅଛି ଜିଲ୍ଲା ପ୍ରଶାସନ କର୍ତ୍ତୃପକ୍ଷଙ୍କ ନିଘା ନା ଅଛି ଜିଲ୍ଲା ପୋଲିସ ମୁଖ୍ୟଙ୍କ ଦାୟିତ୍ୱ ନେବାର ଆଗ୍ରହ। ଗତକାଲି ଶନିବାର ରାତ୍ରୀ ପ୍ରାୟ ୨.୩୦ ମିନିଟ ସମୟରେ କେନ୍ଦୁଝର ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ଗୋପାଳପୁର ତଥା ଚାନ୍ଦପଶି ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କେନ୍ଦୁଝର ରୁ ଲୁହାପଥର ବୋଝାଇ ହୋଇ ଯାଉଥିବା ଏକ ଟ୍ରକ ସହ କେନ୍ଦୁଝର କୁ କୋଇଲା ନେଇ ଆସୁଥିବା ଏକ ଟ୍ରକ ର ମୁହାଁ ମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା।

ଅଗ୍ନିଶମ ବାହୀନୀ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ଜଣ ଙ୍କର ମୃତ ଦେହ ଉଦ୍ଧାର କରିଥିବା ବେଳେ ଆଉ ଜଣେ ଡ୍ରାଇଭର ଟ୍ରକ ରେ ଚାପି ହୋଇ ରହି ଯାଇଥିବାରୁ ଅଗ୍ନିଶମ ବାହିନୀ ଦୀର୍ଘ ୪ ଘଣ୍ଟା କଳ ପରିଶ୍ରମ କରି କଟର ସାହାର୍ଯ୍ୟରେ ଟ୍ରକ କୁ କାଟି ତାଙ୍କୁ ଉଦ୍ଧାର କରିଛନ୍ତି। ଟ୍ରକ ଦ୍ୱୟଙ୍କ ମଧ୍ୟରେ ଧକ୍କା ଏତେ ତୀବ୍ର ଥିଲା ଯେ ଗୋଟିଏ ମୃତ ଶରୀରରୁ ଅନ୍ତବୁଜୁଲି ବାହାରକୁ ବାହାରି ଆସିଥିଲା। ମୃତଦ୍ୱୟ ଡ୍ରାଇଭର ହେଲପର ବୋଲି କୁହାଯାଉଛି। ମୃତ ଦ୍ୱୟଙ୍କ ମଧ୍ୟରୁ ଜଣଙ୍କର ନାମ ଶୁଶାନ୍ତ କୁମାର ନାୟକ ଓ ଅନ୍ୟ ଜଣଙ୍କର ନାମ ବିଚିତ୍ର ସାହୁ ବୋଲି ଜଣା ପଡିଥିଲେ ମଧ୍ୟ ଅନ୍ୟ କୌଣସି ସୂଚନା ମିଳି ପାରି ନାହିଁ। ଏହି ୨୦ନମ୍ବର ଜାତୀୟ ରାଜପଥ ଉପରେ ରେ ଗତ ଚାରି ଦିନ ମଧ୍ୟରେ ଦୁର୍ଘଟଣା ଘଟି ୭ ଜଣ ଙ୍କର ମୃତ୍ୟୁ ହୋଇସାରିଲାଣି।

ଗତ ବୁଧବାର ଦିନ ରାତ୍ରୀରେ ମଧ୍ୟ ଏହି ରାଜପଥ ଉପରେ ଦୁର୍ଘଟଣାରେ ୨ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ହୋଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ ଏହି ଏହି ୨୦ ନମ୍ବର ଜାତୀୟ ରାଜପଥ ଦୀର୍ଘ ବର୍ଷ ହେବ ଅସଂପୂର୍ଣ୍ଣ ହୋଇ ପଡିରହିଥିଲେ ସୁଦ୍ଧ।। ଟୋଲ କିନ୍ତୁ ଆଦାୟରେ ସାମାନ୍ୟତମ ହେଳା କରାଯାଉ ନାହିଁ। କିନ୍ତୁ ଏହି ରାଜପଥ ନିର୍ମାଣକୁ ସଂପୂର୍ଣ୍ଣ କରାଯାଉନାହିଁ। ଏହି ଅଧପନ୍ତରିଆ ରାସ୍ତା ଯୋଗୁଁ ଏହି ୨୦ ନମ୍ବର ଜାତୀୟ ରାଜପଥରେ ପ୍ରତିଦନ ଓ ବାରମ୍ବାର ଦୁର୍ଘଟଣା ଘଟି ଲୋକ ଙ୍କର ବହୁମୂଲ୍ୟବାନ ଜୀବନ ହାନୀ ଘଟୁଛୁ ତଥାପି ଜିଲ୍ଲା ପ୍ରଶାସନ ନିଘୋଡ ନିଦରେ ଶୋଇଛି। କହିଲେ ଶୁଣିବାକୁ ମଧ୍ୟ କେହି ନାହହିଁ। ଏହା ହିଁ ହିଁ ଏଠାରେ ବିଡମ୍ବନା। ଏପରି କି ଗତ ଏକ ବର୍ଷ ପୂର୍ବେ ସହରର ସୌନ୍ଦର୍ଯ୍ୟ କରଣ ନାମରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ସହର ମଧ୍ୟରେ ନିର୍ମିତ ରାସ୍ତା ଏବେ ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ରାସ୍ତାରୁ ଚିପ୍ସ ସବୁ ଉଠି ଦୁର୍ଘଟଣାର କାରଣ ହେଲାଣି। ତଥା ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.