Home ଓଡ଼ିଶା କରଦା ହରିହାଟ ମେଳା ଓ ଯଜ୍ଞ ଆରମ୍ଭ;ହଜାର ହଜାର ଭକ୍ତଙ୍କ ସମାଗମ

କରଦା ହରିହାଟ ମେଳା ଓ ଯଜ୍ଞ ଆରମ୍ଭ;ହଜାର ହଜାର ଭକ୍ତଙ୍କ ସମାଗମ

310

ଯାଜପୁର୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ପୂର୍ଣ୍ଣତୋୟା ବୈତରଣୀ ନଦୀର ଅନତୀଦୂର କୋରାଇ ବ୍ଲକ ସବୁଠାରୁ ବଡମେଳା କରଦା ଠାରେ ସ୍ଥ।।ନୀୟ ଅଂଚଳର ଗଣପର୍ବ ଓ ସର୍ବ ପୁରାତନ ହରିହାଟ ମେଳା ମାଘ ସପ୍ତମୀ ଅବସରରେ ଆରମ୍ଭ ହୋଇଛି । ଏହି ମେଳା ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିଲା ବେଳେ ଯଜ୍ଞର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଶ୍ରଦ୍ଧାଳୁ ଭକ୍ତମାନେ ମାନସିକ ପୂରଣ ପାଇଁ ହଜାର ହଜାର ସଂଖ୍ୟାରେ ନଡିଆ, ଘିଅ, ଉଖୁଡା ନୈବେଦ୍ୟ ଆଦି ଜାତି, ଧମ.ବର୍ଣ୍ଣ ନିବିଶେଷରେ ସମସ୍ତେ ଯଜ୍ଞକୁଣ୍ଡରେ ଅର୍ପଣ କରୁଥିବା ଦେଖାଯାଇଥିଲା ।ଲୋକଙ୍କ ବିଶ୍ୱାସ ଅନୁଯାୟୀ ବନ୍ଧ୍ୟା ନାରୀମାନେ ଏହି ଯଜ୍ଞକୁଣ୍ଡରେ ଆହୁତୀ ଦେଲେ ସନ୍ତାନବତୀ ହେବା ସହ ଚନ୍ଦ୍ରଭାଗା ସ୍ନାନର ପୂଣ୍ୟମିଳିଥାଏ । ଏହି ପୀଠରେ ଏକାସଙ୍ଗେ ଦଧିବାମନ, ଶ୍ରୀଜଗନ୍ନଥ, ବଳଭଦ୍ର, ଶୁଭଦ୍ରା, ମହାଲକ୍ଷ୍ମୀ, ଶ୍ରୀଚୈନ୍ୟ, ଗ୍ରହରାଜଶନି ଓ ହନୁମାନଙ୍କୁ ଦର୍ଶନ କରିବାର ସୁଯୋଗ ମିଳିବା ସହ ରୁଦ୍ରନାରାୟଣ ମହାପ୍ରଭୁଙ୍କ ଦର୍ଶନ ହୋଇଥାଏ । ଯଜ୍ଞ ସମୟରେ ଅଖଣ୍ଡ ନାମ ଯଜ୍ଞ ଚାଲିଥାଏ । ଏହି ମେଳୋର ଅନ୍ୟ ଆକର୍ଷଣ ଯାତ୍ରା । ୪ଟି ନାମକରା ଅପେରା ପାଟି ଏଠାରେ ପରିବେଷଣ କରିବାକୁ ଥିଲା ବେଳେ ପ୍ରତିଦିନ ଦୁଇଟି ଲେଖାଏଁ ରାତ୍ରୀ ଯାତ୍ରା ପରିବେଷଣ କରିଥାନ୍ତି ।

ମୁଖ୍ୟତଃ ଏହି ଅଂଚଳ କୃଷି ପ୍ରଧାନ ଅଂଚଳ ହୋଇଥିବାରୁ ଚାଷକାର୍ଯ୍ୟ ପରେ ଏହି ମେଳା ହୋଇଥାଏ । ଯାହାଫଳରେ ଆଖପାଖ ଅଂଚଳର ଗ୍ରାମବାସୀମାନେ ଏହି ମେଳା ଓ ଯଜ୍ଞକୁ ମହାସମାରୋହରେ ପାଳନ କରିଥାନ୍ତି । ଆଜିର ଅନୁଷ୍ଠିତ ଏହି ପ୍ରାରମ୍ଭିକ ମେଳା ଓ ଯଜ୍ଞରେ ସକାଳୁ ଅପରାହ୍ନ ଯାଏ ୧୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ଗହଳି ହେଉଥିବା ଦେଖାଯାଇଥିଲା । ମେଳାରେ ପ୍ରାୟ ୫୦୦ରୁ ଉର୍ଦ୍ଧ ଷ୍ଟଲ ବିଭିନ୍ନ ସମଗ୍ରୀର ଖୋଲାଯିବା ସହ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଦୋଳିର ବ୍ୟବସ୍ଥା କରାଯାଇଛି । ପ୍ରବଳ ଜନ ସମାଗମକୁ ଆଗରେ ରଖି ଚଳିତ ବର୍ଷ ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ପାଣିକୋଇଲି ଥାନା ଅଧିକାରୀ ଅଜୟ କୁମାର ଜେନା ବ୍ୟାପକ ପୁଲିସ ବନ୍ଦୋବସ୍ତ କରିଛନ୍ତି ।

ମଠାଧିଶ ବାବାଜୀ କୃଷ୍ଣ ଚନ୍ଦ୍ର ଦାସଙ୍କ ସମେତ ମେଳା କମିଟିର ସଭାପତି ଚିନ୍ତାମଣୀ ବେହେରା, କରଦା ସରପଂଚ ଗଣେଶ ଚନ୍ଦ୍ର ସାହୁ.ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାହୁ, ମହୋତ୍ସବ କମିଟିର ସଭାପତି ପ୍ରଦୀପ୍ତ ପଣ୍ଡା, ଉପ ସଭାପତି ସୁବାସ ଧଳ, ସମ୍ପାଦକ ପ୍ରମୋଦ ମହାପାତ୍ର, ତାରିଣୀ ପଟ୍ଟନାୟକ, ବିମ୍ବାଧର ବେହେରା, ହରିହର ସାହୁ, ସୁଶୀଲ କୁମାର ବେହେରା, ଧବଳେଶ୍ୱର ସାହୁ, ନବଘନ ପଣ୍ଡା, ମଣିନାଥ ପଣ୍ଡା, ମଦନ ପ୍ରଧାନ, ଅଦୈତ୍ୟ ମଲିକ, କାର୍ତକ ସ୍ୱାଇଁ, ମଦନ ମୋହନ ସାହୁ, ସୁବାସ ଚନ୍ଦ୍ର ମହାପାତ୍ର, ରତ୍ନାକର ସାହୁ, ସାବିତ୍ରୀ ସାହୁ. ଶଙ୍କର୍ଷଣ ପରିଡ଼ା, ଗୋକୁଳ ଚନ୍ଦ୍ର ସାହୁ ପ୍ରମୁଖ ଚଳିତ ବର୍ଷ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ନିମନ୍ତେ ବିଭିନ୍ନ ଦାୟିତ୍ୱ ନିର୍ବାହ କରୁଥିବା ଦେଖାଯାଇଛି । ଏହି ମେଳାରେ ପାଣିକୋଇଲି ପୁଲିସ ଓ ଆମେ ବିପଦରେ ସାଥି ପକ୍ଷରୁ ନିରାପଦରେ ରାସ୍ତାରେ ଯାତାୟାତ କରିବାକୁ ହେଲମେଣ୍ଟ ପିନ୍ଧିବାକୁ ନିଜର କର୍ତ୍ତବ୍ୟ ବୋଲି ଏକ ଷ୍ଟଲ ଖୋଲାଯାଇ ସଚେତନତା ଷ୍ଟଲ୍ କୁ ପାଣିକୋଇଲି ଥାନା ଅଧିକାରୀ ଅଜୟ କୁମାର ଜେନା ଆଜି ଉଦ୍ ଘାଟନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.