Home Coronavirus Outbreak କେନ୍ଦୁଝରରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି :...

କେନ୍ଦୁଝରରେ ପୁଣି ୨ କରୋନା ଆକ୍ରାନ୍ତ ଚିହ୍ନଟ : ଆକ୍ରନ୍ତଙ୍କ ସଂଖ୍ୟା ୧୦୭କୁ ବୃଦ୍ଧି : ସୁସ୍ଥ ହେଲେ ୭୭

110

କେନ୍ଦୁଝର, ୨୬ ଜୁନ (ଓଡ଼ିଆ ପୁଅ) କେନ୍ଦୁଝର ଜିଲ୍ଲାକୁ ପ୍ରବାସୀ ଶ୍ରମିକମାନଙ୍କ ଆସିବା କମୁ ନଥିବା ବେଳେ ଜିଲ୍ଲାରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ମଧ୍ୟ କମିବାର ନାମ ମଧ୍ୟ ଧରୁନାହିଁ। ପ୍ରାୟ ପ୍ରତ୍ୟେକ ଦିନ ନଚେତ ଦିନେ ଦୁଇଦିନରେ ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରାୟତଃ ଚିହ୍ନଟ ଅଧିକାଂଶ ଆକ୍ରାନ୍ତ ମାନେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ହିଁ ଆସୁଛନ୍ତି। ଶୁକ୍ରବାର ଦିନ ଜିଲ୍ଲାରେ ପୁଣି ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଶୁକ୍ରବାର ଦିନ ସକାଳ ୯ ଟା ସୁଦ୍ଧା ଏହି ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ କୁ ବୃଦ୍ଧି ପାଇଛି। ଚିହ୍ନଟ କରୋନା ଆକ୍ରାନ୍ତ ଦ୍ୱୟ ଙ୍କ ମଧ୍ୟରୁ ଜଣେ ତାମିଲନାଡୁ ଓ ଅନ୍ୟ ଜଣେ ମହାରାଷ୍ଟ୍ର ରାଜ୍ୟରୁ ଫେରିଥିଲେ। ଏବଂ ସେଠାରୁ ଫେରିବା ପରେ ସେମାନେ ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ଘଷିପୁରା ବ୍ଳକ ଅସ୍ଥାୟୀ ମେଡିକାଲ କ୍ୟରେଣ୍ଟାଇନ କେନ୍ଦ୍ରରେ ରହୁଥିଲେ। ଜିଲ୍ଲାରେ ବର୍ତ୍ତମାନ ଆକ୍ଟିଭ କେଶ ୩୧ କୁ ଖସି ଆସିଥିବା ବେଳେ ସୁସ୍ଥହୋଇ ଘରକୁ ଫେରିଥିବା ସଂଖ୍ୟା ୭୬ ରେ ପହଞ୍ଚି ଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.