Home ଓଡ଼ିଶା ଏସବିଆଇ ତରଫରୁ ସହୀଦ ଚନ୍ଦ୍ରକାନ୍ତଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ସହାୟତା

ଏସବିଆଇ ତରଫରୁ ସହୀଦ ଚନ୍ଦ୍ରକାନ୍ତଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ସହାୟତା

200

କନ୍ଧମାଳ, ୨୬/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ଗଲୱାନ ଉପତ୍ୟକାରେ ଚୀନ ସୈନିକଙ୍କ ସହିତ ସଂଘର୍ଷ ରେ ସହୀଦ ହୋଇଥିବା ରାଇକିଆ ବ୍ଲକର ବିଅରପଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପରିବାରକୁ ଶୁକ୍ରବାର ଏସବିଆଇ ତରଫରୁ ୩୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଛି। ଏହି ଅର୍ଥ ଚନ୍ଦ୍ରକାନ୍ତଙ୍କ ପରିବାର ବର୍ଗଙ୍କ ଉପସ୍ଥିତିରେ ମା’ ବିଳାସିନୀ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ଫୁଲବାଣୀ ଆଞ୍ଚଳିକ ପ୍ରବନ୍ଧକ ବି -କେ -ମନ୍ଧାତା ଏବଂ ପାବୁରିଆ ଷ୍ଟେଟ ବ୍ୟାଙ୍କ ଶାଖାର କର୍ମଚାରୀ ଚନ୍ଦ୍ରକାନ୍ତଙ୍କ ପରିବାରଙ୍କୁ ଭେଟି ଆଶ୍ୱାସନା ଦେବା ସହ ଚେକ୍ ପ୍ରଦାନ କରିଥିଲେ। ଶହୀଦ ଯବାନଙ୍କ ପରିବାରଙ୍କୁ ଏସବିଆଇ ତରଫରୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଫୁଲବାଣୀ ଜୋନ ତରଫରୁ ତ୍ୱରିତ ପଦକ୍ଷେପ ନିଆଯାଇ ଖୁବ୍ କମ୍ ସମୟ ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯାଇଥିବା ଆଞ୍ଚଳିକ ପ୍ରବନ୍ଧକ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.