Home Coronavirus Outbreak କେନ୍ଦୁଝରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ପ୍ରତିଷ୍ଠା ହେବ କୋଭିଡ ହସ୍ପିଟାଲ

କେନ୍ଦୁଝରରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ ପ୍ରତିଷ୍ଠା ହେବ କୋଭିଡ ହସ୍ପିଟାଲ

148

କେନ୍ଦୁଝର, ୭ ଏପ୍ରିଲ ୨୦୨୦ (ଓଡ଼ିଆ ପୁଅ/ବିଭୂତିଭୂଷଣ ପଟ୍ଟନାୟକ) କେନ୍ଦୁଝର ଖଣିଜ ପ୍ରତିଷ୍ଠାନ ପାଣ୍ଠିରେ କେନ୍ଦୁଝରଠାରେ କୋଭିଡ-୧୯ ହସପିଟାଲ ସ୍ଥାପନ ହେବ। ଏଥିପାଇଁ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ହସ୍‌ପିଟାଲ ୨୦୦ ଶଯ୍ୟା ବିଶିଷ୍ଟ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ ଠାରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ଓ ଉତ୍କଳ ହସ୍‌ପିଟାଲ ପ୍ରାଇଭେଟ ଲିମିଟେଡ ଲିଃ, ଭବନେଶ୍ୱର ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍‌ପିଟାଲରେ ୧୦ ଶଯ୍ୟା ବିଶିଷ୍ଟ ଭେଟିଂଲେଟର ବ୍ୟବସ୍ଥା ସହ ଆଇ. ସି. ୟୁ ର ସୁବିଧା ରହିବ। ଏହି କୋଭିଡ ହସ୍‌ପିଟାଲ ରାଜ୍ୟସ୍ତରୀୟ କୋଭିଡ ହସ୍‌ପିଟାଲ ର ମଡେଲ ଅନୁଯାୟୀ ନିର୍ମାଣ ହେବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଉତ୍କଳ ହସ୍‌ପିଟାଲ ପାରଭଭେଟ ଲିଃ ପକ୍ଷରୁ ସିଇଓ ସୟଦ୍ କମରନ ହୁସେନ, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନ ସ୍ୱାସ୍ଥ ଅଧିକାରୀ ଡଃ ଅଶୋକ ଦାସ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ। କେନ୍ଦୁଝର ମୁଖ୍ୟାଳୟ ତଥା ସହର ଉପକଣ୍ଠ ରାଙ୍କି ଠାରେ ଏହି କୋଭିଡ-୧୯ ହସ୍‌ପିଟାଲ ପ୍ରତିଷ୍ଠା କରାଯିବ। କେନ୍ଦୁଝର ଜିଲ୍ଲା ଡି. ଏମ୍‌. ଏଫ୍‌. ପାଣ୍ଠିରୁ ଏହି କୋଭିଡ ହସ୍‌ପିଟାଲ ନିମନ୍ତେ ଅର୍ଥ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରନା ଭାଇରସ୍ ଆକ୍ରାନ୍ତ ସନ୍ଦେହ କରାଯାଉଥିବା ବ୍ୟକ୍ତି ଏବଂ ପଜିଟିଭ ବାହାରିଥିବା ବ୍ୟକ୍ତି ମାନଙ୍କର ଏହି କୋଭିଡ ହସ୍‌ପିଟାଲରେ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି। ଆଗାମି ଦୁଇ ସପ୍ତାହ ମଧ୍ୟରେ ଉକ୍ତ କୋଭିଡ ହସ୍‌ପିଟାଲ ର ଭିତିଭୁମି କାର୍ଯ୍ୟ ସଂପନ୍ନ ହୋଇ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ଠକେରେ ପ୍ରକାଶ କରିଥିବା ସରକାରୀସ୍ତରରେ ସୂଚନା ଦିଆଯାଉଛି। ଏହି ବୁଝାମଣ ପତ୍ର ସ୍ୱାକ୍ଷର ହେବା ସମୟରେ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ସନ୍ତୋଷ କୁମାର ନାଏକ, ପ୍ରକଳ୍ପ ନିର୍ଦ୍ଦେଶକ ସମନ୍ୱିତ ଆଦିବାସୀ ଉନ୍ନୟନ ଏଜେନ୍ସି ନାରାୟଣ ମୁର୍ମୁ, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସକ ଓ ଜନ ସ୍ୱାସ୍ଥ ଅଧିକାରୀ ଡଃ ଅଶୋକ କୁମାର ଦାସ, ଏ.ଡି.ପି .ଏଚ. ଓ . (ଭି. ଭି. ଡି.) ଡଃ ଦେବେନ୍ ଦାଶ୍, ଉତ୍କଳ ହସପିଟାଲ ପ୍ରାଇଭେଟ ଲିମିଟେଡ ର କର୍ମକର୍ତମାନେ, ଡି. ଏମ୍‌. ଏଫ୍‌. ର କର୍ମକର୍ତା ଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

କିନ୍ତୁ ଅନ୍ୟ ଏକ ଘଟଣା ହେଲା କେନ୍ଦୁଝର ଜିଲ୍ଲାରେ ଟାଟା, ଜିନ୍ଦଲ, ରୁଙ୍ଗଟା ଭଳି ବହୁତ ବଡ ବଡ କମ୍ପାନୀ ମାନେ ଦୀର୍ଘ ବର୍ଷ ଧରି ଖଣି ବ୍ୟବସାୟାୟ କରି ମୁନଫା କମାଇ ଆସୁଥିବା ଦୃଷ୍ଟିରୁ ଜିଲ୍ଲାର ହିତ ଦୃଷ୍ଠିରୁ ଜିଲ୍ଲାରେ ଏକ ଉନ୍ନତମାନର କୋଭିଡ-୧୯ ହସପିଟାଲ ପ୍ରତିଷ୍ଟା ନିମନ୍ତେ ହାତ ବଢାଇବାକୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ସେହି କମ୍ପାନୀ ମାନଙ୍କୁ ପ୍ରଭାବିତ କରି ନିଜର ପାରିବା ପଣିଆ ଦେଖାଇବା ପରିବର୍ତେ ସହଜ ଭାବେ ଏଥି ନିମନ୍ତେ ଡି. ଏମ୍‌. ଫଣ୍ଡ କୁ ବ୍ୟବହାର କରାଯିବା ଘଟଣା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। ଯାହା କି ସ୍ୱଭାବିକ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.