Home Coronavirus Outbreak କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ

କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ତ୍ବରିତ ପଦକ୍ଷେପ

585

କେନ୍ଦ୍ରାପଡା ୦୭.୦୪ (ଓଡ଼ିଆ ପୁଅ) : କରୋନାପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶ।ସନ ପକ୍ଷରୁ ଅତ୍ୟାବଶ୍ୟକୀୟ ତ୍ବରିତ ପଦକ୍ଷେପ ମାନ ଗ୍ରହଣ କରାଯାଇ ଅଛି। ଅ।ଜିସୁଧା ଜିଲ୍ଲାର ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୪୨୯୬୧ ଛାତ୍ରଛାତ୍ରୀଂକୁ ମଧ୍ୟ।ନ ଭୋଜନର ଶୁଖିଲା ଖାଦ୍ୟ କୁପନ୍ ବଣ୍ଟନ କରାଯାଇଅଛି। ଜିଲ୍ଲାର ସମସ୍ତ୨୪୯ଟି ଗ୍ରାମପଂଚ।ୟତରେ ୨୮୩ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଖୋଲା ଯାଇ ୧୨୪୩୬ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି।ସେହିପରି କେନ୍ଦ୍ରାପଡା ଓ ପଟ୍ଟାମୁଣ୍ଡାଇ ପୌରାନ୍ଚଳରେ ୧୩ ଗୋଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯ।ଇ ୨୮୭ଗୋଟି ଶଯ୍ୟା ପ୍ରସ୍ତୁତ କରାଯାଇଅଛି। କରୋନା ରୋଗୀ ମ।ନଂକର ସ୍ବାସ୍ଥ୍ୟ ସେବାପାଇଂ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ୩୦୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଥିବାବେଳେ ଓଡିଶା ଆଦର୍ଶ ବିଦ୍ୟାଳୟରେ ୧୬୦ଟି, ସରକାରୀ ପଲିଟେକ୍ନିକ୍, ଛତାରେ ୨୬୦ଟି ଓ ପଟ୍ଟ।ମୁଣ୍ଡାଇ ଓ:ବି:ସି ଛାତ୍ରାବାସରେ ୧୫୦ଟି, କେନ୍ଦ୍ରାପଡା ସ।ନ୍ଧ୍ୟ ମହାବିଦ୍ୟାଳୟରେ ୧୩୦ ଗୋଟି କୋଭିଡ଼ ଶଯ୍ୟା ପ୍ରସ୍ତୁତ କରାଯାଇଅଛି। ଖାଦ୍ୟ ସୁରକ୍ଷାଯୋଜନାରେ ଅଜିସୁଧା ଜିଲ୍ଲାର ୭୫୫୪୮୦ହିତାଧିକାରୀଂକୁ ସେମ।ନଂକର ଏକକାଳୀନ ୩ମ।ସର ଚାଉଳ ବଣ୍ଟନକରାଯାଇଛି। ବିଦେଶରୁ ଆସିଥିବା ଜିଲ୍ଲାର ୫୮୭ ଜଣ ପଂଜୀକୃତ ହୋଇଥିବାବେଳେ ରାଜ୍ୟ ବାହାରୁ ଆସିଥିବା ୮୮୭୯ ଜଣଂକୁ ଅ।ଜିସୁଧ। ପଂଜିକୃତ କରାଯାଇଛି। ତାଲାବନ୍ଦ ଆଇନ ଉଲଂଘନ କରିଥିବାରୁ ୬୫ଗୋଟି ମାମଲା ରୁଜୁକରାଯାଇ ୧୧୧ଜଣ ଅଭିଯୁକ୍ତଂକ ନ।ମରେ କେଶସହ ୫୬ଗୋଟି ବାଇକ, ୭ଗୋଟି ୪ ଚକିଆ ଓ ୨ ଗୋଟି ଅଟୋରିକ୍ସ। ଜବତ୍ କରାଯାଇଛି ଏବଂ ୪୧୫୦୦ ଟଂକା ଜରିମାନା ଆଦାୟ କରାଯାଇଅଛି। କେନ୍ଦ୍ରାପଡା ଏବଂ ପଟ୍ଟାମୁଣ୍ଡାଇ ପୌରାନ୍ଚଳର ୩୫୯ ଜଣ ପଂଜିକୃତ ର।ସ୍ତ।କଡ଼ ଉଠାଦୋକାନୀଂକୁ ୩୦୦୦ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ୍ କରାଯାଇଛି।ଜିଲାର ୯୬୫୩ ଜଣ ପଂଜୀକୃତ ନିର୍ମାଣ ଶ୍ରମିକକୁ ୧୫୦୦ ଟଂକ। ଲେଖାଏ ଆର୍ଥିକ ସହାୟତା ପ୍ରଦ।ନ କରାଯାଇଛି। ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଂକର ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନସହ ସ।ମାଜିକ ଦୁରତ୍ବ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଜନସାଧାରଣଂକ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମ।ଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ Phone No.8763349438 ଉପଲବ୍ଧ କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.