Home କେନ୍ଦୁଝର କେନ୍ଦୁଝରରେ କୋଭିଡ ଟୀକାକରଣ କେନ୍ଦ୍ରରେ ତାଲା : ନିରାଶରେ ଫେରୁଛନ୍ତି ଲୋକେ : ପୃଥକ ସ୍ଥାନ...

କେନ୍ଦୁଝରରେ କୋଭିଡ ଟୀକାକରଣ କେନ୍ଦ୍ରରେ ତାଲା : ନିରାଶରେ ଫେରୁଛନ୍ତି ଲୋକେ : ପୃଥକ ସ୍ଥାନ କେନ୍ଦ୍ର କେବେ?

21

କେନ୍ଦୁଝର, ୨୮ ଏପ୍ରିଲ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲ୍ଲାରେ ଗତ କେତେଦିନ ହେବ ଟୀକାକରଣ କେନ୍ଦ୍ର ଗୁଡିକରେ ତାଲା ଝୁଲୁଥିବା ବେଳେ କେନ୍ଦ୍ର ସମ୍ମୁଖରେ ନୋଟିସ ଦେଖିବାକୁ ମିଳିଛି। କୋଭିଡ-୧୯ ଟୀକାର ଅଭାବ କାରଣରୁ ଟୀକାକରଣ କେନ୍ଦ୍ର ଗୁଡିକର ଝୁଲୁଥିବା ଦେଖିବାକୁ ମିଳିଥିବା ବେଳେ ଲୋକଙ୍କୁ ସଚେତନ କରିବା ଉେଦ୍ଦେଶ୍ୟରେ କେନ୍ଦ୍ରର ସମ୍ମୁଖରେ ନୋଟିସ ମଧ୍ୟ ମାରି ଦିଆଯାଇଛି। ଫଳରେ ଚାଲିଥିବା ଟୀକାକରଣ ପ୍ରକ୍ରିୟାରେ ବ୍ରେକ ଲାଗିଛି। କୋଭିଡ ସଂକ୍ରମଣ ଉପରେ ବ୍ରେକ ଲଗାଇବା ପାଇିଁ ସରକାର ବିଭନ୍ନ ଉପାୟ ଆପଣାଇବାକୁ ଟିନ୍ତା କରୁଥିବା ବେଳେ ଏପଟେ ଟୀକାକରଣ କ୍ଷେତ୍ରରେ ଲାଗିଛି ପ୍ରଥମ ବ୍ରେକ। କେନ୍ଦୁଝର ଜିଲ୍ଲାରେ କୋଭିଡ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଠିକ ଏହି ସମୟରେ ଟୀକାର ଅଭାବ କାରଣରୁ ଟୀକୀକରଣ କେନ୍ଦ୍ରରେ ତାଲା ଝୁଲିବା ଘଟଣା ସମସ୍ତଙ୍କୁ ନିରାଶ କରିବା ସ୍ୱଭାବିକ। ଯେତେବେଳେ ଅନେକ ବରିଷ୍ଠ ନାଗରିକ ମଧ୍ୟରୁ କେହି କେହି ପ୍ରଥମ ଡୋଜ ନେବାପରେ ଦ୍ୱିତୀୟ ଡୋଜ ଅପେକ୍ଷାରେ ରହିଥିବା ବେଳେ କେହି କେହି ମଧ୍ୟ ପ୍ରଥମ ଡୋଜ ଅପେକ୍ଷାରେ ରହିଛନ୍ତି। ଅନ୍ୟପକ୍ଷରେ ଟୀକାକରଣ କେନ୍ଦ୍ରରେ ଗହିଳିକୁ ଦୃଷ୍ଟିରେ ରଖି କେତେକ ଗହଳି କମିବାର ଅପେକ୍ଷାରେ ରହିଥିବା ବେଳେ ଇତି ମଧ୍ୟରେ ୪୫ ବର୍ଷରୁ ଉର୍ଦ୍ଧ ବର୍ଗଙ୍କୁ ଟୀକା କରଣ କାର୍ଯ୍ୟକ୍ରମରେ ସାମିଲ କରାଯିବା ପରେ କେନ୍ଦ୍ର ମାନଙ୍କରେ ଗହଳି ମଧ୍ୟ ବଢିଯାଇଛି। କିନ୍ତୁ ଟୀକାକରଣ କେନ୍ଦ୍ରକୁ ଟୀକା ନେବାକୁ ଯାଉଥିବା ସମସ୍ତଙ୍କର ସ୍ୱାସ୍ଥଗତ ସୁରକ୍ଷା ଦୃଷ୍ଟିରୁ ସମସ୍ତ ବର୍ଗଙ୍କ ଟୀକାକରଣ ପାଇଁ ପୃଥକ ପୃଥକ ସ୍ଥାନ ବ୍ୟବସ୍ଥା କରିବା ଦିଗରେ ପ୍ରଶାସନର ନିଦାବିଷ୍ଫୁ ଭୁମିକା ସମସ୍ତଙ୍କୁ ଅବଶ୍ୟ ଆଶ୍ଚର୍ଯ୍ୟ କରିଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ଗୁରୁତର ସହ ତୁରନ୍ତ ବିଚାର କରିବାର ଆବଶ୍ୟକ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.