Home କେନ୍ଦୁଝର କେନ୍ଦୁଝରରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜିଲ୍ଲା ପ୍ରଶାସନର ତତ୍ପରତା : ଜାରି ହେଲା...

କେନ୍ଦୁଝରରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜିଲ୍ଲା ପ୍ରଶାସନର ତତ୍ପରତା : ଜାରି ହେଲା ନୂତନ ଗାଇଡ ଲାଇନ୍

55

କେନ୍ଦୁଝର, ୨୮ ଏପ୍ରିଲ (ଓଡ଼ିଆ ପୁଅ) କେନ୍ଦୁଝରରେ କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପ ଓ ଜାରି କରାଯାଇଥିବା ଗାଇଡ୍ ଲାଇନ ସଂପର୍କରେ ଜିଲ୍ଲାପାଳ ଆଶିଷ ଠାକରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଠାକରେଙ୍କ ଦ୍ୱାରା ଦିଆଯାଇଥିବା ସୂଚନାନୁସାରେ ବର୍ତମାନ ରୋଗୀମାନଙ୍କ ଠାରେ ଦେଖାଯାଉଥିବା ଲକ୍ଷଣନୁସାରେ ସେମାନଙ୍କୁ ଅକ୍ସିଜେନର ଆବଶ୍ୟକ ଅଧିକ ପଡୁଛି। ତେଣୁ ଜିଲ୍ଲା ମୁଖ୍ୟାଳୟର କାର୍ଯ୍ୟକ୍ଷମ ଥିବା ରାଙ୍କିସ୍ଥିତ କୋଭିଡ ହସ୍ପିଟାଲରେ ଆଇ.ସି.ୟୁ.ସଂଖ୍ୟା ୪୫ କୁ ବଢାଇ ଦିଆଯାଇଛି। ଏବଂ ଏଠାରେ ୧୩୦ ଟି ଆକ୍ସିଜେନ ଶଯ୍ୟା ପସ୍ତୁତ କରି ରଖାଯାଇଛି। ଏବଂ ଜିଲ୍ଲାରେ ଡି.ଡି.କଲେଜର ଦୁଇଟି ଛାତ୍ରାବାସ ରେ ୨ଟି ସହ ଯୋଡା, ଚମ୍ପୁଆ, ବଡବିଲ ଓ ଆନନ୍ଦପୁର ଠାରେ ୫ଟି କୋଭିଡ କେୟାର ସେଣ୍ଟର ସ୍ଥାପନ କରାଯାଇଥିବା ବେଳ ୩୯୦ ଟି ଜେନେରାଲ ଓ ୧୨୦ ଟି ଅକ୍ସିଜେନ ବେଡର ସୁବିଧା ଥିବା ସେ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଦରବାର ହଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀ ଜରିଆରେ ଶ୍ରୀ ଠାକରେ ପ୍ରକାଶ କରିଛନ୍ତି। କେନ୍ଦୁଝର ଜିଲ୍ଲାରୁ ପ୍ରତିଦିନ ଚିହ୍ନଟ ହେଉଥିବା ନୂତନ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟରୁ ପ୍ରାୟ ୫୦ ରୁ ୬୦ ଭାଗ ରୋଗୀ ମ୍ୟୁନିସିପାଲଟି ଅଂଚଳରୁ ହିଁ ରହୁଛନ୍ତି, ଯାହା ମଧ୍ୟରେ କେନ୍ଦୁଝର ସଦର ମ୍ୟୁନିସିପାଲଟି ଅଂଚଳ ସବୁଠାରୁ ଆଗରେ ରହିଛି। ତେଣୁ ଜିଲ୍ଲାର ସବୁ ମ୍ୟୁନିସିପାଲଟି ଓ ଏହା ପାଖ ଆଖ ଅଂଚଳରେ ଏକା ସାଙ୍ଗରେ ପାଂଚ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଆଜି ବୁଧବାର ସକାଳ ସୁଦ୍ଧା ଜିଲ୍ଲାରେ ୨୦ ଟି ମାଇକ୍ରୋ କନ୍ଟେନମେନ୍ଟଣ୍ଟଯୋନ କରାଯାଇଥିବା ବେଳେ ତା ମଧ୍ୟରୁ ୧୬ ଟି ମାଇକ୍ରୋଯୋନ କେବଳ କେନ୍ଦୁଝର ମ୍ୟୁନିସିପାଲଟି ଅଂଚଳ ମଧ୍ୟରେ ରହିଅଛି। ଏହାସହ ଏହି ଯୋନ ମଧ୍ୟରେ ଥିବା ଲୋକ ମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଜିଲ୍ଲପାଳ ସ୍ପଷ୍ଟ କରି ଦେଇଛନ୍ତି। ଯେହେତୁ ମ୍ୟୁନିସିପାଲଟି ଅଂଚଳରେ ଅଧିକ କୋଭ୍ଡ ଆକ୍ଟିଭ କେଶ ବାହାରୁଅଛି ସେଥିପାଇଁ ଏହି ଅଂଚଳ ମଧ୍ୟରେ ଥିବା ଖାଦ୍ୟ ସାମଗ୍ରୀ ଦୋକାନ ବା ହୋଟେଲ ଜଳଖିଆ ଆଦି ଦୋକାନ ରେ ଲୋକେ ବସି ଖାଇବାକୁ ବାରଣ କରାଯାଇଥିବା ବେଳେ କେବଳ ପାର୍ସଲ ନେବାକୁ ଅନୁମତି ଦିଆଯାଇଛି। କେନ୍ଦୁଝର ମୁନିସିପାଲ ଟି ଅଂଚଳରେ ୮ ଟି ର୍ୟାପିଡ ରେସପନ୍ସ ଟିମ ନିୟୋଜିତ କରାଯାଇଛି। ସେମାନେ ଘର ଘର ବୁଲି ନୂଆ କେଶକୁ ଚିହ୍ନଟ କରିବା ସହ ପୁରୁଣା କେଶର ହୋମ ଆଇସୋଲେସନ ଆଦିକୁ କୁ ତଦାରଖ କରବେ। ଏହାଛଡା ଆଶା କର୍ମୀ ଅଙ୍ଗନବାଡି କର୍ମୀ ଓ ଏ.ଏନ.ଏମ୍ ମାନେ କେନ୍ଦୁଝର ମ୍ୟୁନିସି ପାଲଟି ଅଂଚଳରେ ୨୧ ଟି ଓ୍ୟାର୍ଡ ପର୍ଯ୍ୟାୟ କମିଟି ଫର୍ମ କରାଯାଇଛି। ସେମାନେ ଓ୍ୟାର୍ଡରେ ଘରକୁ ଘର ବୁଲି ହୋମ ଆସୋଲେସନ ରେ ରହିଥିବା ଲୋକଙ୍କର ସ୍ୱାସ୍ଥ୍ୟର ସମୀକ୍ଷା କରିବେ ଓ ଦରକାର ହେଲେ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ଦିଗରେ ସଂପୃକ୍ତ ଅଧିକାରୀ ବା ବିଭାଗ ସହ ଯୋଗାଯୋଗ କରି ପଦକ୍ଷେପ ନେବେ। ଅନ୍ୟ ପକ୍ଷରେ ଜିଲ୍ଲାବାସୀ ବିନା କାରଣ ରେ କେଉଁଠାରେ ହେଲେ ବି ଗହଳି ନକରିବାକୁ ଏବଂ ବିନା କାମ ରେ ଘରୁ ନ ବାହାରକୁ ଜିଲ୍ଲାପାଳ ଶ୍ରୀ ଠାକରେ ପରାମର୍ଶ ଦେବା ସହ ନିଜର ଓ ଅନ୍ୟର ସୁରକ୍ଷା ଦୃଷ୍ଟିରୁ ବାହାରିଲେ ମାସ୍କ ପିନ୍ଧିବାକୁ କହିଛନ୍ତି। ଏହା ଛଡା ଜିଲ୍ଲା ରେ ଥିବା ସମସ୍ତ କୋଭ୍ଡ କେୟାର ସେଣ୍ଟରମାନଙ୍କରେ ଆଇସିୟୁ ଓ ଅକ୍ସିଜେନ ଆଦି ବେଡ ବୃଦ୍ଦି କରାଯାଉଥିବା ବେଳେ ପର୍ଯ୍ୟାପ୍ତ ପରିମାଣ ର ଅକ୍ସିଜେନ ମହଜୁଦ ଅଛି ଓ ଆସନ୍ତା ଦୁଇ ସପ୍ତାହକ ଭିତରେ ରାଙ୍କି ସ୍ଥିତ କୋଭ୍ଡ ହସ୍ପିଟାଲ ରେ ଅକ୍ସିଜେନ ତିଆରି ମେସିନ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.