Home Coronavirus Outbreak କେନ୍ଦୁଝରରେ କରୋନା ଭୟ :ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଚିନ୍ତାରେ ଜିଲାବାସୀ

କେନ୍ଦୁଝରରେ କରୋନା ଭୟ :ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଚିନ୍ତାରେ ଜିଲାବାସୀ

214

କେନ୍ଦୁଝର ୩୦ ଏପ୍ରିଲ ୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) କେନ୍ଦୁଝର ଜିଲାର ସୀମାକୁ ଲାଗିଥିବା ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧିକୁ ନେଇ କେନ୍ଦୁଝର ଜିଲାବାସୀ ଚିନ୍ତାରେ ପଡିଯାଇଥିଲା ବେଳେ ଇତି ମଧ୍ୟରେ କରୋନା ମୁକ୍ତ କେନ୍ଦୁଝର ଜିଲ୍ଲାରେ ପ୍ରଥମ କରୋନା ଆକ୍ରନ୍ତ ଚିହ୍ନଟ ହେବା ପରେ ଜିଲ୍ଲାବାସୀଙ୍କ ଚିନ୍ତା ଅଧିକ ବଢି ଯାଇଛି। ଏପରିକି ସଂପୃକ୍ତ କୋରନା ଆକ୍ରାନ୍ତ ଜଣକ କ୍ୟୁରେଟାଂଇନ ରହିବା ନିର୍ଦ୍ଦେକୁ ପାଳନ କରି ନଥିବା ଅଭିଯୋଗ ଆସିଛି। ଯଦିଓ ଜିଲା ସୀମା ରାସ୍ତା ଗୁଡିକୁ କେନ୍ଦୁଝର ଜିଲା ପ୍ରଶାସନ ପକ୍ଷରୁ ସିଲ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ସୂଚନା ମିଳିଛି। ତେବେ ଏହି ସମସ୍ତ ଜିଲା ଦେଇ କେନ୍ଦୁଝର ଜିଲାକୁ ଯାତାୟତ କରୁଥିବା ଶତାଧିକ ଲୁହାପଥର ବୋଝାଇ, ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ବୋଝେଇ ଟ୍ରକ ଯାତାୟାତର କୌଣସି କଟକଣା ନଥିବାରୁ ଏହା ଅଧିକ ଚିନ୍ତାର କାରଣ ହୋଇଛି। ଅନ୍ୟ ପକ୍ଷରେ କେନ୍ଦୁଝର ଜିଲାରେ ଖଣି ଖାଦାନ ଓ କାରଖାନା ସବୁ ଚାଲିଥିବା ବେଳେ ଏପଟେ ଦୈନିକ ଶତାଧିକ ଲୁହାପଥର ବୋଝେଇ ଟ୍ରକ ପଶ୍ଚିମବଙ୍ଗ ସମେତ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ଯାଉଛି। ସେହିପରି ରାଜ୍ୟ ମଧ୍ୟରେ ଯାଜପୁର, ଭଦ୍ରକ ଦେଇ ପାରାଦୀପ, କଳିଙ୍ଗ ନଗର ଆଦି ଅଂଚଳକୁ ଲୁହାପଥର ପରିବହନ ହେଉଛି। ସେହିପରି କେନ୍ଦୁଝରଜିଲାର ବହୁସଂଖ୍ୟାରେ ଚାଲିଥିବା ଟ୍ରକ ର ଚାଳକ ଏହି ସବୁ ଜିଲାର ଅଟନ୍ତି। ଏଣୁ କରୋନା ସଂକ୍ରମଣ ଏହି ସବୁ ଟ୍ରକ କର୍ମଚାରୀ ମାନଙ୍କ ଜରିଆରେ ହେବା ଆଶଙ୍କା ଅମୁଳକ ହୋଇ ନଥିବା କାରଣରୁ ଜିଲାର ଟ୍ରକ ମାଲିକ ତଥା ଅନ୍ୟ ମାନେ ଚିନ୍ତାରେ ରହିବା ସ୍ୱଭାବିକ। ଏଣୁ ସାମୟିକ ଭାବରେ ଖଣିଜ ପଥର ପରିବହନ ରୋକିବା ପାଇଁ ପଦକ୍ଷେପ ନେବାକୁ ଟ୍ରକ ମାଲିକ ତଥା ଜିଲାବାସୀ ଦାବି କରିଛନ୍ତି। ଜୀବନ ରକ୍ଷା ପାଇିଁ ସରକାର ଲକଡାଉନ ଘୋଷଣା କରିଥିବା ବେଳେ କେନ୍ଦୁଝର ଜିଲାରେ ଗୋଟିଏ ହେଲେ କରୋନା ପଜିଟିଭି ରୋଗୀ ଅଦ୍ୟବଧି ଚିହ୍ନଟ ହୋଇନାହାଁନ୍ତି। ଇତି ମଧ୍ୟରେ ସମସ୍ତ ୩୭ ବିଦେଶ ଫେରନ୍ତାଙ୍କ ହୋମକ୍ୱାରେନଟାଇନ ଅବଧି ଶେଷ ହୋଇଛି। ଏଣୁ ଏଭଳି ସମୟରେ ଲୁଚାଛପା ଭାବେ ବହୁ ଲୋକ ବାହାର ରାଜ୍ୟରୁ ଚାଲି ଆସୁଥିବାରୁ ସେମାନଙ୍କୁ ରୋକିବା ଏବଂ ଅଞ୍ଝଳକୁ ପ୍ରବେଶ ପୂର୍ବରୁ ସେମାନଙ୍କର ଆବଶ୍ୟକ ସ୍ୱାସ୍ଥ ପରାକ୍ଷା ମଧ୍ୟ ଜରୁରୀ ହୋଇପଡିଛି। ଅନୁରୁପ ଭାବେ ଲୁହାପଥର ପରିବହନ ଉପରେ କିଛି ଦିନ ପାଇଁ କଟକଣା ଲଗାଇବା ଅତୀବ ଜରୁରୀ ଟ୍ରକ ମାଲିକ ରିଂଟା ପଟ୍ଟନାୟକଙ୍କ ସମେତ ଅନେକ ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ଜିଲାରେ ବହୁସଂଖ୍ୟାରେ ଟ୍ରକ ବାହାର ଜିଲା ଓ ରାଜ୍ୟକୁ ଚଳାଚଳ କରୁଛି। ଏବଂ ଏନଏଚ ୪୯ (ମୁମ୍ବାଇ-କଲିକତାଜାତୀୟରାଜପଥ) ଯାଇଥିବାରୁ ବହୁସଂଖ୍ୟାରେ ଲାଇନ ଟ୍ରକ ମଧ୍ୟ ଚଳାଚଳକରୁଛି। ଏବଂ କରୋନା ପ୍ରଭାବିତ ପଶ୍ଚିମବଙ୍ଗ ଏବଂ ସୀମାବର୍ତି ଝାଡଖଣ୍ଡ ରାଜ୍ୟକୁ ବହୁସଂଖ୍ୟାରେ ଟ୍ରକ ଚଳାଚଳ କରୁଛି। ପଶ୍ଚିମବଙ୍ଗର ବହୁମିସ୍ତ୍ରୀ ଓ ଶ୍ରମିକ ଏହି ଜିଲାରେ କାମ କରୁଛନ୍ତି। ଏଣୁ ଏସବୁ ଦୃଷ୍ଟିକୋଣରୁ ଏହି ଜିଲ୍ଲା ଅଧିକ ମାତ୍ରାରେ ସମ୍ବେଦନଶୀଳ ହୋଇଛି। ଟ୍ରକ ଚାଳକମାନଙ୍କ ପାଇଁ ମଧ୍ୟ ସ୍ୱାସ୍ଥ୍ୟ ଯାଂଚ ସୁବିଧା ନାହିଁ। ପରିବହନ ଠିକାସଂସ୍ଥା ଓ ଲୋଡିଂସ୍ଥାନରେ ପ୍ରବଳ ଭିଡ ଜମୁଥିବା ବେଳେ ସାମଜିକ ଦୂରତ୍ୱକୁ ଗରୁୁତ୍ୱ ଦିଆଯାଉନାହିଁ। ମାସ୍କ ବ୍ୟବହାର ଭଳି କଟକଣା ପାଳନ ହେଉନଥିବା ଅଭିଯୋଗହେଉଛି। ଏଣୁ ଏଥିପାଇଁ ପ୍ରଶାସନ ଦୃଷ୍ଟି ଦେଇ ବିଶେଷ କରିଲୁହାପଥର ପରିବହନ ଉପରେ କଟକଣା ଲଗାଇବାକୁ ଦାବିହେଉଛି।।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.