Home Coronavirus Outbreak ନୟାଗଡ଼ରେ କରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ

ନୟାଗଡ଼ରେ କରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ

182

ନୟାଗଡ଼, ୩୦ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରାଚଂଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ। କରୋନା ସଂକ୍ରମିତ ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ପ୍ରବାସୀ ଓଡ଼ିଆ କେମିତି ଫେରିବେ କିପରି ସୁବିଧାରେ ରହିବେ କେତେ ଶ୍ରମିକ ପଂଜିକରଣ କରିଛନ୍ତି ତାହାର ଅନୁଧ୍ୟାନ କରିଛନ୍ତି। ବାହାରେ ରହିଥିବା ଓଡ଼ିଆମାନେ ଘରକୁ ଫେରିବାକୁ ଘରମୁହାଁ ହୋଇସାରିଲେଣି। ସେମାନେ ଆସଲେ ସେମାନଙ୍କ ପାଇଁ କ’ଣ ଓ କିପରି ବ୍ୟବସ୍ଥା କରାଯାଇଛି ଜିଲାସ୍ତରର ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଫେରୁଥିବା ପ୍ରବାସୀଙ୍କ ପାଇଁ ରହଣି, ଖାଦ୍ୟପେୟ, ଶୌଚାଳୟ ସମେତ କ’ଣ ଆନୁସଙ୍ଗିକ ବ୍ୟବସ୍ଥା, ଗର୍ଭବତୀ ମହିଳାମାନେ ଯେପରି ସ୍ୱାସ୍ଥ୍ୟସେବା ପାଇପାରିବେ ସେନେଇ ଜଲାପାଳ ଡ.ପୋମା ଟୁଡୁ, ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, କୋଭିଡ-୧୯ ନୋଡାଲ ଅଫିସର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ, ପିଡି ଡିଆରଡିଏ ସୁବାସ ରାୟ, ଉପଜିଲାପାଳ ଲଗ୍ନଜିତ ରାଉତ, ଜିଲା ମୁଖ୍ୟଚିକିତ୍ସାଧିକାରୀ ଡ.ଶ୍ୱେତ କୁମାର ମହାପାତ୍ର, ନୟାଗଡ଼ ବିଡିଓ ମନୋଜ କୁମାର ପାତ୍ର, ପ୍ରମୁଖ ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ। ଶ୍ରୀ ସାମଲ ପିଟିଏସ୍ ସ୍ଥିତ କୋଭିଡ କେୟାର ସେଂଟର ଓ ଇଶ୍ୱର କଲ୍ୟାଣ ମଣ୍ଡପରେ ହୋଇଥିବା ଅସ୍ଥାୟୀ ମେଡିକାଳ ସେଂଟର ବୁଲି ଦେଖିଥିଲେ। ପରେ ବାଲୁଗାଁ ଯାଇ ଅସ୍ଥାୟୀ ମେଡିକାଲ ସେଂଟର ପରିଦର୍ଶନ କରିବା ସହିତ ଖଣ୍ଡପଡ଼ା ବ୍ଳକ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ନିର୍ମାଣ ଶ୍ରମିକ ଏବଂ ସାମାଜିକ ସୁରକ୍ଷା ଯୋଜନାରେ କେତେ ଜଣ ହିତାଧିକାରୀ ଉପକୃତ ହୋଇଥିବା ବୁଝିବା ସହିତ ନୟାଗଡ଼କୁ ଯେଉଁ ପ୍ରବାସୀ ଓଡ଼ିଆ ଫେରିବେ ସେମାନଙ୍କ ପ୍ରତି ସଠିକ ନଜର ରଖିବା ସହିତ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗଇ ଦେବାକୁ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.