Home ଓଡ଼ିଶା କେନ୍ଦୁଝର:ପ୍ରହସନ ପାଲଟିଛି ଅନ୍‌ଲାଇନ୍ ଶିକ୍ଷା ପ୍ରଦାନ ବ୍ୟବସ୍ଥା: ନେଟ୍ ୱର୍କ ନଥିବାରୁ ହନ୍ତସନ୍ତ ହେଉଛନ୍ତି ଶିକ୍ଷକ...

କେନ୍ଦୁଝର:ପ୍ରହସନ ପାଲଟିଛି ଅନ୍‌ଲାଇନ୍ ଶିକ୍ଷା ପ୍ରଦାନ ବ୍ୟବସ୍ଥା: ନେଟ୍ ୱର୍କ ନଥିବାରୁ ହନ୍ତସନ୍ତ ହେଉଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ

144

କେନ୍ଦୁଝର, ୬ ଅଗଷ୍ଟ (ଓଡ଼ିଆ ପୁଅ/ବିଭୂତି ଭଊଷଣ ପଟ୍ଟନାୟକ) ବର୍ତ୍ତମାନ ଦେଶରେ କରୋନା ମହାମାରୀକୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କରୋନା ଚେନ୍‌କୁ କାଟିବା ପାଇଁ ଦୀର୍ଘମାସ ଧରି ସ୍କୁଲ କଲେଜ ବନ୍ଦ ବେଳେ ପାଠପଢା ମଧ୍ୟ ଏକ ପ୍ରକାର ଠପ୍ ହୋଇ ପଡିଛି। ଇତି ମଧ୍ୟରେ ସରକାରଙ୍କ ପକ୍ଷରୁ ତଥା ଶିକ୍ଷା ବିଭାଗ ପକ୍ଷରୁ ସମଗ୍ର ରାଜ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅନ୍ଲାଇନ୍ରେ ଶିକ୍ଷଦାନ ଦେବାକୁ ନିଷ୍ପତି ନିଆଯାଇ ନିର୍ଦ୍ଦେଶନାମା ଜାରି କରାଗଲା। କିନ୍ତୁ ରାଜ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଅନ ଲାଇନରେ ଶକ୍ଷାଦାନ ଲାଗି ପ୍ରାଥମିକ ଭାବେ ଆବଶ୍ୟକ ରହିଥିବା ଭିତିଭୁମିକୁ ସଜାଡା ଗଲାନାହିଁ। ରାଜ୍ୟର ଅଧିକାଂଶ ଜିଲ୍ଲା ତଥା ଅଞ୍ଚଳରେ ଭିତିଭୁମି ବ୍ୟବସ୍ଥା ନଥିବା ବେଳେ ଏଥିପାଇଁ ଆବଶ୍ୟକ ସର୍ବ ପ୍ରଥମ ବ୍ୟବସ୍ଥା ସ୍ମାର୍ଟ ମୋବାଇଲ ଫୋନ ମଧ୍ୟ ସମସ୍ତ ଛାତ୍ର ଛାତ୍ରୀ ନିକଟରେ ନାହିଁ। ଏପରିକି ତାହା ଉପଲବ୍‌ଧ ହେବା ଅଧିକାଂଶ ଛାତ୍ର ଛାତ୍ରୀଙ୍କ ପକ୍ଷରେ ମଧ୍ୟ ଏକ ପ୍ରକାର ଅସମ୍ଭବ ଅଟେ। ଏଭଳି ସ୍ଥିତିରେ ସମସ୍ତ ଛାତ୍ର ଛାତ୍ରୀମାନେ ବିଶେଷ ଭାବେ ଗରୀବ ବର୍ଗର ଛାତ୍ର ଛାତ୍ର ମାନଙ୍କୁ ଯେଭଳି ଅନ୍ ଲାଇନରେ ପାଠ ପଢିବା ଦିବା ସ୍ୱପ୍ନ ସହ ସମାନ। ଅନୁରୁପ ଭାବେ ଏବେ ଅନ୍‌ଲାଇନ୍‌ରେ ପାଠ ପଢାଇବାର ପ୍ରଣାଳୀ ସଂପର୍କରେ ପ୍ରଶିକ୍ଷଣ ନେବା ନିମନ୍ତେ ନିର୍ବାଚିତ ଶିକ୍ଷକ ମାନଙ୍କୁ ନେଟ୍‌ୱର୍କ ପାଇଁ ଅନେକ ହନ୍ତ ସନ୍ତ ହେବାକୁ ପଡୁଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ଦେଶର କୌଣସି ଅଞ୍ଚଳରେ ନୁହେଁ ବଂର କେନ୍ଦୁଝର ଭଲି ଏକ ଧନୀ ଜିଲ୍ଲାରେ। କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ତେଲକୋଇ ବ୍ଳକ ଅଞ୍ଚଳ। ତେଲକୋଇ ବ୍ଳକର ଉପାନ୍ତ ଅଞ୍ଚଳରେ ନେଟ୍ ଓ୍ୟାର୍କ ନଥିବାରୁ ସରକାରଙ୍କ ନିର୍ଦ୍ଦେଶରେ ଅନ୍ ଲାଇନରେ ପ୍ରଶିକ୍ଷଣ ନେବାକୁ ପ୍ରସ୍ତୁତ ଶିକ୍ଷକ ଶିୟୟତ୍ରୀ ମାନଙ୍କୁ ବାର ଦୁଆର ଶୁଣ୍ଢି ପିଣ୍ଠା ହେବାକୁ ପଡୁଛି। ଅନ୍ ଲାଇନରେ ଶିକ୍ଷା ଗ୍ରହଣ ପାଇଁ ଛାତ୍ର ଛାତ୍ରୀ ମାନେ ଯେଭଳି କେତେବେଳେ ଦୂର ପାହାଡ ଉପରେ ତ କେତେବେଳେ ଉଚ୍ଚ ଉଚ୍ଚ ଗଛ ଉପରେ ନେଟ୍ ଓ୍ୟାର୍କ ଖୋଜୁଛନ୍ତି, ଠିକ ସେହିଭଳି ଶିକ୍ଷକ ମାନେ ପ୍ରଶିକ୍ଷଣ ନେବାକୁ ନେଟ୍ ଓ୍ୟାର୍କ ଖୋଜୁଥିବା ଦେଖିବାକୁ ମିଳୁଛି। ତେଲକୋଇ ବ୍ଳକ ର କାଳିଆହତା ଅଞ୍ଚଳରେ। ନେଟ୍ ଓ୍ୟାର୍କ ନଥିବାରୁ ଶିକ୍ଷକ ମାନଙ୍କୁ ସେଠାରୁ ପ୍ରାୟ ୪୦ କି-ମି- ଦୂର ରେ ଥିବା ଖୁଟାଂପଡା ଗ୍ରାମ ପାଞ୍ଚଗୋଛିଆ ପାହାଡ ଉପରେ ନିକଟସ୍ଥ ରାସ୍ତା ପାଶ୍ୱର୍ରେ ବସି ପ୍ରଶିକ୍ଷଣ ନେବାକୁ ପଡୁଛି। ଏଭଳି ଚିତ୍ର ସାମନାକୁ ଆସିବା ପରେ ଜିଲ୍ଲାରେ ସରକାରଙ୍କର ଏଭଳି ବିକାଶ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଅଗଷ୍ଟ ମାସ ୧ ତାରିଖ ଠାରୁ ଓପେପା ପକ୍ଷରୁ କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡା, କେନ୍ଦ୍ରାପଡା ଓ ଖୋର୍ଦ୍ଧା ଆଦି ଜିଲ୍ଲାର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅନ୍ ଲାଇନ ପ୍ରଶିକ୍ଷଣ ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଅଛି। ଚକଲିଟ ଆପ୍ ମାଧ୍ୟମରେ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ଦିଆଯାଉଥିବା ବେଳେ ଏହି ଉପାନ୍ତ ଅଞ୍ଚଳରେ ନେଟ୍ ଓ୍ୟାର୍କ ନଥିବାରୁ ଶିକ୍ଷକ ମାନଙ୍କୁ ନାକେଦମ ହେବାକୁ ପଡୁଛି। ଦେଶ ସ୍ୱାଧୀନ ହେବାର ପ୍ରାୟ ୭୨ ବର୍ଷ ପରେ ମଧ୍ୟ କେନ୍ଦୁଝର ଭଳି ଏକ ଧନୀ ଜିଲ୍ଲାର ଅନେକ ଅଞ୍ଚଳରେ ଅଦ୍ୟବଧି ମୋବାଇଲ ନେଟ୍ ଓ୍ୟାର୍କ ଉପଲବ୍ଧ ନ ହେବା ଭଳି ଘଟଣା ଜିଲ୍ଲାବାସୀଙ୍କ ପାଇଁ ଲଜ୍ୟା ଜନକ ନୁହେଁ ତ ଆଉ କଣ। ରାଜନୈତିକ ବଡପଣ୍ଡାମାନେ ଏହି ଘଟଣାରେ ପରସ୍ପର ଉପରକୁ ଦୋଷ ଠେଲା ଠେଲି ନ ହୋଇ ଭୋଟ ଭଳି ଜିଲ୍ଲାର ବିକାଶ କୁ ଗୁରୁତ୍ୱ ଦେବାର ଆବଶ୍ୟକ ରହିଥିବା ମତ ପ୍ରକାଶ ପାଉଛି। ଅନୁରୁପ ଭାବେ ଜିଲ୍ଲା ପ୍ରଶାସନ ମଧ୍ୟ ଜିଲ୍ଲାର ହିତ ଦୃଷ୍ଟିରୁ ଏଭଳି ଲଜ୍ୟା ଜନକ ଘଟଣା ର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.