Home କେନ୍ଦୁଝର କେନାଲ କାମ ଅଧାକରି ପଳାଇଲା ଠିକାଦାର, ରାସ୍ତା ନିର୍ମାଣ ହେଉନି, ଦୁର୍ଦ୍ଦଶାର ସମ୍ମୁଖିନ ଅଞ୍ଚଳବାସୀ

କେନାଲ କାମ ଅଧାକରି ପଳାଇଲା ଠିକାଦାର, ରାସ୍ତା ନିର୍ମାଣ ହେଉନି, ଦୁର୍ଦ୍ଦଶାର ସମ୍ମୁଖିନ ଅଞ୍ଚଳବାସୀ

72

ହାଟଡିହି, ୨୦/୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଗୋପାଳପୁର-ତରତରା ରାସ୍ତାଟି ଏବେ ଶୋଚନୀୟ୍ର ହୋଇ ପଡିଥିବାରୁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା ନିର୍ମାଣ ପାଇଁ ଟେଣ୍ଡର କରାଯାଇ ଠିକାଦାର ନିଯୁକ୍ତି ସରିଥିଲେବି ରାସ୍ତା କାମ ଆରମ୍ଭ ହୋଇ ପାରିନି । କିନ୍ତୁ ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ବିଷୟ ଯେ ବୈତରଣୀ କେନାଲ ଅଧାପନ୍ତରିଆ ଭାବେ ପଡିଥିବାରୁ ଏହି ରାସ୍ତାରେ ନିର୍ମାଣ କରାଯିବାକୁ ଥିବା ପୋଲଟି ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ପାରିଲାନି । ଯାହାଦ୍ୱାରାକି ୩୦୦ମିଟର ରାସ୍ତା ଅସମ୍ପୁର୍ଣ୍ଣ ରହିବାର ଆଶଙ୍କା ଦେଖା ଦେଇଛି । ଖବରରୁ ଜଣାଯାଇଛି ଯେ ବୈତରଣୀ ନଦୀ ସଂଯୋଗୀ କରଣ କେନାଲ ନିର୍ମାଣ ଚାଲିଥିବାବେଳେ ଗୋପାଳପୁର-ତରତରା ରାସ୍ତାର ଘୋଷରାପଦା ରଗୁଡି ମଝିରେ ନିର୍ମାଣ ହେବାକୁ ଥିବା ପୋଲକାମ ଆରମ୍ଭ ହୋଇପାରିଲା ନାହିଁ । ଫଳରେ ସେହିଠାରେ କେନାଲ କାମ ମଧ୍ୟ ବନ୍ଦ ହୋଇ ରହିଗଲା । ଠିକାଦାର କାମ ବନ୍ଦ କରି ପଳାଇବାପରେ ସେହି ରାସ୍ତା ଖଣ୍ଡିକ ଏବେ ମରଣଯନ୍ତା ସଦୃଷ ପାଲଟିଛି । ଯାହାଦ୍ୱାରା ସେହି ସ୍ଥାନରେ ବିରାଟ ବିରାଟ ଖାଲଖମା ସୃଷ୍ଟି ହେବା ସହିତ ମାଟି ରାସ୍ତାଯୋଗୁଁ ସାମାନ୍ୟ ବର୍ଷା ହେଲେ ଗାଡି ଚଳାଚଳ ବନ୍ଦ ହୋଇ ଯାଉଛି । ବାଇକ ଆରୋହୀମାନେ ଅନେକ ସମୟରେ ଦୁର୍ଘଟଣାର ଶୀକାର ମଧ୍ୟ ହେଉଛନ୍ତି । ଏହି ରାସ୍ତାଦେଇ ଘୋଷରାପଦା, ରଗୁଡି, ମହ୍ଲାରପଦା, ବାହିଆ, କାଠକଟା, ଜିଲଝରୀ ଆଦି ଗ୍ରାମର ଲୋକମାନେ ଯାତାୟତ କରିଥାନ୍ତି । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ଲୋକମାନେ ଯାତାୟତ କ୍ଷେତ୍ରରେ ନାନା ଅସୁବିଧା ଭୋଗ କରୁଚନ୍ତି । ଏପରିକି ଏବେ ଗୋପାଳପୁର- ତରତରା ରାସ୍ତା କାମପାଇଁ ଟେଣ୍ଡର ସରି କାମ ଆରମ୍ଭ କରାଯିବାକୁ ଥିବାବେଳେ ସେହି କେନାଲ ଉପର ରାସ୍ତା କାମ ପାଇଁ ଏଷ୍ଟିମେଟ ହୋଇନାହିଁ ବୋଲି ଜଣାଯାଇଛି । ଯାହାଦ୍ୱାରା କି ରାସ୍ତାଟି ସମ୍ପୁର୍ଣ୍ଣ ନହୋଇ ଅଧାପନ୍ତରିଆ ହୋଇ ରହିଯିବାର ଆଶଙ୍କା ଦେଖା ଦେଇଛି । ସେହି ସ୍ଥାନଟିର ଅବସ୍ଥା ଶୋଚନୀୟ ହୋଇଥିବାରୁ କେନାଲ ନିର୍ମାଣ ପର୍ଯ୍ୟନ୍ତ ଅତି କମରେ ତାହାକୁ ମରାମତି କରାଯିବା ନିତ୍ୟାନ୍ତ ଜରୁରୀ ହୋଇ ପଡିଛି । ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାକୁ ଦୃଷ୍ଟିଦେଇ ପ୍ରସ୍ଥାବିତ ପୋଲ ନିର୍ମାଣ ସ୍ଥାନର ରାସ୍ତାକୁ ନିର୍ମାଣ କିମ୍ବା ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.