Home କୋରାପୁଟ ପଟ୍ଟାଙ୍ଗୀ ବିଧାୟକ କୋରାପୁଟ ହସପିଟାଲରେ ଆହତମାନଙ୍କୁ ଭେଟିଲେ

ପଟ୍ଟାଙ୍ଗୀ ବିଧାୟକ କୋରାପୁଟ ହସପିଟାଲରେ ଆହତମାନଙ୍କୁ ଭେଟିଲେ

60

କୋରାପୁଟ ୨୦-୦୯(ଓଡିଆ ପୁଅ /ରଂଜନ ଦାସ)ଗତକାଲି ସେମିଲିଗୁଡାଠାରେ ଏକ ରାସ୍ତା ଦୁର୍ଘଟଣା ହୋଇଥିଲା ।ଜଣେ ମୃତ୍ୟୁବରଣ କରିଥିବା ବେଳେ ଆହତମାନେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି ।ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ କୋରାପୁଟ ହସପିଟାଲକୁ ଆସି ଆହତମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ପଚାରିବୁଝିଥିଲେ ।କୋରାପୁଟ ହସପିଟାଲରେ ପାନଛେପ ଓ ଖଇନି ପୁଡିଆ ପଡିଥିବା ସେ ଦେଖିବାକୁ ପାଇଥିଲେ ।କୋରାପୁଟ ହସପିଟାଲକୁ ତମାଖୁ ମୁକ୍ତ କରିବାକୁ ସେ ପ୍ରସ୍ତାବ ଦେବା ସହ ପୁଡିଆ ଯାଂଚ କରିବାକୁ ସେ ହସପିଟାଲ କର୍ତୂପକ୍ଷଙ୍କୁ ପରାମର୍ଶ ଦେବେ ବୋଲି ପ୍ରକାଶ କରିଛନ୍ତି ।କୋରାପୁଟ ହସପିଟାଲରେ ସ୍ଥାପିତ ରକ୍ତ ଉପାଦାନ ପୃଥକ ୟୁନିଟକୁ ସେ ପରିଦର୍ଶନ କରିବା ସହ ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ଏଫ.ମୁଣ୍ଡାଙ୍କ ସହ ଆଲୋଚନା କରିଥିଲେ ।କୋରାପୁଟ ହସପିଟାଲରେ ରକ୍ତର ଅଭାବ ଥିବା ସେ ଉପଲବ୍ଧ କରଥଲେ ।ରକ୍ତ ଅଭାବ ଦୂର କରିବା ନିମନ୍ତେ ଅଗାମୀ ଦିନରେ ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ରକ୍ତଦାନ ଶିବିର ଆୟୋଜନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ପଟ୍ଟାଙ୍ଗୀ ବିଧାୟକ ଶ୍ରୀ ପାଢୀ ହସପିଟାଲ ପରିଦର୍ଶନ ବେଳେ ଓଡିଶା ମୋ ପରିବାର ସଂଯୋଜକ ବୈକୁଣ୍ଠ ମଣ୍ଡଳ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.