Home କୋରାପୁଟ ସଜା ହାର ବୃଦ୍ଧିକୁ ନେଇ ଆଲୋଚନାଚକ୍ର

ସଜା ହାର ବୃଦ୍ଧିକୁ ନେଇ ଆଲୋଚନାଚକ୍ର

362

କୋରାପୁଟ ; ତା୦୬-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସଭାଗୃହଠାରେ ସଜା ହାର ବୃଦ୍ଧିକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ସିଆଇଡିର ଅତିରିକ୍ତ ଡିଜି ସନ୍ତୋଷ କୁମାର ଉପାଧ୍ୟୟ ଆଲୋଚନାଚକ୍ରରେ ଯୋଗଦେଇ ତଦନ୍ତ ଏପରି କରାଯାଉ ଯେପରି ଦୋଷୀ କୋର୍ଟରୁ ନ ଖସିପାରେ ଏବଂ ଦୋଷୀ ଅଧିକାରୁ ଅଧିକା ଦଣ୍ଡିତ ହେବ ସେଥିପ୍ରତି ପୋଲିସ ଅଧିକାରୀମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ ପରାମର୍ସ ଦେଇଥିଲେ।ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ଅଧିକାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ସ୍ୱତନ୍ତ୍ର ଟାକ୍ସ ଫୋର୍ସର ଡିଏସପି ଟି .ଜେ.ରେଡ୍ଡି, ଡିଏସପି (ପ୍ରୋବେସେନାରୀ) ସ୍ନେହାଶିଷ ସାହୁ, ଏସଆଇ ଶିବ ଶଙ୍କର ସାହୁ, ସୁଦର୍ଶନ ନାୟକ, ମୁକୁନ୍ଦ ନାୟକ, ରମେଶ କୁମାର ଦେବତା ଓ ଚିତରଂଜନ ପ୍ରଧାନୀ, ଏଏସଆଇ ଶିବ ପ୍ରସାଦ ଷଡଙ୍ଗୀ ପ୍ରମୁଖଙ୍କୁ ଶ୍ରୀ ଉପାଧ୍ୟୟ ପୁରସ୍କୃତ କରିଥିଲେ।ରାଜ୍ୟରେ କୋରାପୁଟ ଜିଲ୍ଲା ପୋଲିସ ଗଞେଇ ଚୋରା ଚାଲାଣ ଧରିବାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ୨୦୧୮ ମସିହାରେ ଏହି ମାମଲାରେ ୫୮ ଟି କେସ ରୁଜୁ ହୋଇ ୧୧୮ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।ସମୁଦାୟ ୧୬୫୯୨ କେଜି ଗ ଞେଇ ଜବତ କରାଯାଇଥିବା ବେଳେ ୫୨ ଟି ଗାଡି ଜବତ କରାଯିବା ସହ ମାଛକୁଣ୍ଡ ଅଂଚଳରେ ୫୭ ଏକର ଗଞେଇ ଚାଷ ନଷ୍ଟ କରାଯାଇଥିଲା ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.