Home ଜିଲ୍ଲା ପରିକ୍ରମା କୃଷି ଆଇନ ଓ ଶ୍ରମ କୋର୍ଡକୁ ପୋଡିଲେ କୃଷକ

କୃଷି ଆଇନ ଓ ଶ୍ରମ କୋର୍ଡକୁ ପୋଡିଲେ କୃଷକ

41

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅର୍ଥମନ୍ତ୍ରୀ କେନ୍ଦ୍ରରେ ବଜେଟ ଉପସ୍ଥାପନ କରି ସାରିଛନ୍ତି । ସେଥିରେ ଖୋଲାଖୋଲି ଭାବେ କର୍ପୋରେଟ ସଂସ୍ଥାମାନଙ୍କୁ ପ୍ରୋତ୍ସାହିତ କରାଯାଇଛି । କମ୍ପାନୀ ଓ ପୁଞ୍ଜିପତିମାନଙ୍କୁ ଦେଶ ଓ ଦେଶବାସୀଙ୍କୁ ପରୋକ୍ଷରେ ବିକ୍ରି କରି ଦିଆଯାଉଛି । କର୍ପୋରେଟ ସଂସ୍ଥାମାନେ ରାଷ୍ଟ୍ରାୟତ୍ତ ଶିଳ୍ପରେ ପୁଞ୍ଜି ପ୍ରତ୍ୟାହାର କରିବେ । ବେକାର ଯୁବକ ଯୁବତୀମାନଙ୍କ ପାଇଁ ଚାକିରୀର ବ୍ୟବସ୍ଥା ନାହିଁ । ପେଟ୍ରୋଲ ଓ ଡିଜେଲ ଦର ବଢିବା ସହ ଅତ୍ୟାବଶ୍ୟକ ଜିନିଷର ଦର ବଢିବାର ବାଟ ଖୋଲା ଯାଇଛି । ସ୍ୱାସ୍ଥ୍ୟ, ଶିକ୍ଷା ଓ କୃଷିରେ ଅର୍ଥ ବରାଦ ଏ ବଜେଟରେ କମାଇ ଦିଆଯାଇଛି । ଏଭଳି ସ୍ଥିତିରେ ଦେଶର ଶ୍ରମିକ ସର୍ବନିମ୍ନ ମଜୁରୀ, ବୋନସ, ଇପିଏଫ୍ ପାଇବାରୁ ବଞ୍ଚିତ ହେଉଛି । ଶ୍ରମ ଆଇନ, ପେନ୍‌ସନ ଆଇନ, ଟ୍ରେଡ ୟୁନିୟନ ଆଇନ, ଶିଳ୍ପ ବିବାଦ ଆଇନକୁ ସଂଶୋଧନ କରି ୪ଟି ଶ୍ରମକୋର୍ଡ କରିଛନ୍ତି । ବିଦ୍ୟୁତ ବିଲ ୨୦୨୦, ଶ୍ରମ କୋର୍ଡ୍ ଓ କୃଷକ ଧ୍ୱଂସକାରୀ କୃଷି ଆଇନକୁ ଭଦ୍ରକରେ ସିଟୁ ପକ୍ଷରୁ ଘୋର ବିରୋଧ କରାଯାଇଛି । ଏ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରମିକ ନେତା ଦିବ୍ୟସିଂହ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଚନ୍ଦ୍ରଶେଖର ନାୟକ, ନିରଂଜନ ପାଣି, ରାଧା ଦାସ, ବିନୋଦ ସାହୁ, ସେକ କମର, ସେକ୍ ସିକ୍‌ରୁ, ସେକ କାଲୁ, ପ୍ରଫୁଲ୍ଲ ପାଢୀ, ସେକ୍ ମାସୁଦ୍‌, ସେକ୍ ଅବଦୁଲ ଅନ୍‌ସାରୀ, ବାଲାଜୀ ସାହା, କାଳିନ୍ଦୀ ପାତ୍ର, ପୂର୍ଣ୍ଣ ଦାସ, ପ୍ରହଲ୍ଲାଦ ପତି ପ୍ରମୁଖ ବକ୍ତବ୍ୟ ଦେଇ ଦେଶର ରାଷ୍ଟ୍ରାୟତ୍ତ କଳକାରଖାନାକୁ ଆଦାନୀ, ଆମ୍ବାନୀ, ରିଲାଏନ୍‌ସ କମ୍ପାନୀକୁ ବିକ୍ରି କରି ଦେଉଛନ୍ତି ବୋଲି କହିଥିଲେ । ପ୍ରରେ ଶ୍ରମ କୋର୍ଡ ଓ କୃଷି ଆଇନକୁ ପ୍ରତୀକାତ୍ମକ ଭାବେ ପୋଡା ଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.