Home କୋରାପୁଟ କୋଡିଙ୍ଗାମାଳି ଖଣିରେ କାର୍ଯ୍ୟରତ ଶ୍ରମିକମାନଙ୍କ ଧାରଣା ଅସ୍ଥାୟୀଭାବେ ପ୍ରତ୍ୟାହୃତ

କୋଡିଙ୍ଗାମାଳି ଖଣିରେ କାର୍ଯ୍ୟରତ ଶ୍ରମିକମାନଙ୍କ ଧାରଣା ଅସ୍ଥାୟୀଭାବେ ପ୍ରତ୍ୟାହୃତ

61

କୋରାପୁଟ ୨୮-୧୨(ଓଡିଆ ପୁଅ /ରଂଜନ ଦାସ) କୋଡିଙ୍ଗାମାଳି ଖଣିରେ ମୈତ୍ରୀ ଇନଫ୍ରାଷ୍ଟକଚର ଓ ମାଇନିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ କାର୍ଯ୍ୟରତ ଶ୍ରମିକମାନଙ୍କ ଧାରଣା ଅସ୍ଥାୟୀ ଭାବେ ପ୍ରତ୍ୟାହୃତ କରାଯାଇଥିବା ଶ୍ରମିକ ଅନିଲ କୁମାର ଗରଡା ସୂଚନା ଦେଇଛନ୍ତି ।ଖଣିରେ ୩୨ ଦିନ ହେଲା କାହିଁକି କାର୍ଯ୍ୟରେ ଯୋଗଦେଉନାହଁ ବୋଲି କଂପାନୀର ଏଚଆର ମୁଖ୍ୟ ଟି.ନାଇଡୁ ୪ ଜଣ ଶ୍ରମିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ସେ ପ୍ରକାଶ କରିଛନ୍ତି ।କିନ୍ତୁ କଂପାନୀ କର୍ତୂପକ୍ଷ ଦସ୍ତଖତ ନ ଥାଇ ବେଆଇନ ଭାବେ ଶ୍ରମିକମାନଙ୍କୁ କାର୍ଯ୍ୟରେ ଯୋଗଦେବା ବନ୍ଦ କରିଦେଇଥିଲେ ।ଏ ସଂପର୍କରେ କଂପାନୀ ପରିଚାଳନା କର୍ତୂପକ୍ଷ , ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ନିବେଦନ କରାଯାଇଥିଲେ ସୁଦ୍ଧା କୋଣସି ସମାଧାନ ନ ହେବାରୁ ବାଧ୍ୟ ହୋଇ ଗତ ୨୭ ତାରିଖରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି ।ଆସନ୍ତାକାଲି କାରଣ ଦର୍ଶାଅ ନୋଟିସର ଉତର ଦିଆଯିବ ଓ ସମସ୍ତ ଶ୍ରମିକମାନଙ୍କୁ ଖଣିରେ ନିଜ ନିଜ କାର୍ଯ୍ୟରେ କଂପାନୀ କର୍ତୂପକ୍ଷ ଯଦି ଯୋଗଦେବାକୁ ବାରଣ କରନ୍ତି ତେବେ ପୁନଃବାର ଧାରଣା ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଅସ୍ଥାୟୀଭାବେ ଧାରଣା ପ୍ରତ୍ୟାହୃତ କରାଯାଇଥିବା ଜଣାପଡିଛି ।ନ୍ୟାୟ ବିଭାଗ ଅଧିକାରୀ  ଏନ.ଜଗଜୀବନ ଚୈାଧୁରୀ ଦାବିପତ୍ର ଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ ଯେ ଗତ ଡିସେମ୍ବର ମାସ ୨୨ ତାରିଖ ଦିନ ୩୪ ଜଣ ଶ୍ରମିକଙ୍କୁ  ଜାମସେଦପୁରର  ୟୁରାନିୟମ ଖଣିକୁ ବଦଳି କରାଯାଇଥିବା ବିନା ଦସ୍ତଖତରେ ନୋଟିସ ବୋର୍ଡରେ ମରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ ।ଏହି ବଦଳି ପ୍ରତିବାଦରେ ଶ୍ରମିକମାନେ ମୈତ୍ରୀ କଂପାନୀ ପରିଚାଳନା କର୍ତୂପକ୍ଷ ଓ ଓଏମସି ନିକଟରେ ଦାବି ଉପସ୍ଥାପନା କରିବା ପରେ ସ୍ଥାନୀୟ ଶ୍ରମିକମାନଙ୍କ କାର୍ଯ୍ୟ ବନ୍ଦ କରିଦିଆଯାଇଥିଲା ବୋଲି  ଶ୍ରମିକ ଦେବଧର ବାଘ ପ୍ରକାଶ କରିଥିଲେ । ଶ୍ରମିକମାନେ ନ୍ୟାୟ ପାଇଁ ଗତ ୪ ତାରିଖ ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।ପୁନଃବାର ୧୮ ତାରିଖ ଦିନ କୋରାପୁଟ ଆସି ନ୍ୟାୟ ପାଇଁ ଦାବି ଜଣେଇବା ସହ ଧାରଣାରେ ବସିଥିଲେ ।୨୭ ତାରିଖ ଦିନ କର୍ତୂପକ୍ଷଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯିବ ଜିଲ୍ଲା ପ୍ରଶାସନ ତରଫରୁ କୁହାଯିବା ପରେ ଶ୍ରମିକମାନେ ଧାରଣାରୁ ଓହରିଯାଇଥିଲେ ।୨୭ ତାରିଖ ଦିନ କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଦାବି ସମାଧାନ ନିମନ୍ତେ ଓମଏସି ଅଧିକାରୀ ହେମନ୍ତ କୁମାର ସିଂ , ମୈତ୍ରୀ ତରଫରୁ ଲଲିତ ବ୍ରହ୍ମା ,ସ୍ଥାନୀୟ ତହସିଲଦାର ଓ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।ଖଣି ବଦଳରେ ପରିବହନ କ୍ଷେତ୍ରରେ ନିଯୁକ୍ତି ଦିଆଯିବ ବୋଲି କଂପାନୀ କର୍ତୂପକ୍ଷ କହିବା ପରେ  ଶ୍ରମିକମାନେ ରାଜି ହୋଇ ନ ଥିଲେ ।ଯାହାକି ଆଲୋଚନାଟି ବିଫଳ ହୋଇଥିଲା ।ଏହାପରେ ଶ୍ରମିକମାନେ ଦାବି ପୂରଣ ନିମନ୍ତେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.