Home କେନ୍ଦୁଝର କୂଅରେ ପଡ଼ି ନାବାଳକ ମୃତ୍

କୂଅରେ ପଡ଼ି ନାବାଳକ ମୃତ୍

88

ଘଟଗାଁ, ତା ୨୧ ଅଗଷ୍ଟ(ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଗ୍ରାମ ପଞ୍ଚାୟତ ଛତିଆ ଗ୍ରାମର ବସନ୍ତ ସିଂଙ୍କ ୫ବର୍ଷର ପୁଅ ଆଦିତ୍ୟ ସିଂ(୫) କୂଅରେ ପଡି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଯେ ମୃତ୍ ଆଦିତ୍ୟ ଗତକାଲି ଶୁକ୍ରବାର ଦିନ ୧୧ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ନିଖୋଜ ରହିଥିଲେ । ବହୁତ ଖୋଜା ଖୋଜି ସମୟରେ ନିଜ ଘର ବାରିରେ ଥିବା କୂଅରେ ଆଦିତ୍ୟ ପଡି ମୃତ୍ୟୁ ଘଟିଥିବା ସହ ଭାସୁଥିବାରେ ପରିବାର ଲୋକେ ଦେଖିବାକୁ ପାଇଥିଲେ । ଏପରି ଦୁଃଖଦ ଘଟଣା ସମ୍ପର୍କରେ ଢେଙ୍କିକୋଟ ଫାଣ୍ଡିକୁ ଜଣାଇଥିଲେ । ଖବର ପାଇ ଫାଣ୍ଡିଅଧିକାରୀ ଇଶ୍ବର ଚନ୍ଦ୍ର ନାଏକ ଘଟଣାସ୍ଥଳ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ଶବଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାର ଘଟଗାଁ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ଦାୟର କରି ଅନୁସନ୍ଧାନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.