Home Top News କାବୁଲ ବିମାନବନ୍ଦରରୁ ୧୫୦ ଜଣ ଭାରତୀୟଙ୍କୁ ଅପହରଣ କଲେ ତାଲିବାନୀ, ତାଲିବାନ କହିଲା ସମସ୍ତେ ସୁରକ୍ଷିତ

କାବୁଲ ବିମାନବନ୍ଦରରୁ ୧୫୦ ଜଣ ଭାରତୀୟଙ୍କୁ ଅପହରଣ କଲେ ତାଲିବାନୀ, ତାଲିବାନ କହିଲା ସମସ୍ତେ ସୁରକ୍ଷିତ

136

କାବୁଲ/ନୂଆ ଦିଲ୍ଲୀ ୨୧ ଅଗଷ୍ଟ (ଓଡ଼ିଆ ପୁଅ) : ତାଲିବାନ ୧୫୦ ଭାରତୀୟ ନାଗରିକଙ୍କୁ କାବୁଲ ବିମାନବନ୍ଦରରୁ ନେଇଯାଇଥିବା ରିପୋର୍ଟରୁ ପ୍ରକାଶ। ଏହା ଏପର୍ଯ୍ୟନ୍ତ ଏହା ଯଦିଓ ଆନୁଷ୍ଠାନିକ ଭାବେ ନିଶ୍ଚିତ ହୋଇନାହିଁ। କିନ୍ତୁ ତାଲିବାନ ଦାବି କରିଛି ଯେ ସମସ୍ତ ୧୫୦ ଭାରତୀୟଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ତାଲିବାନ କହିଛି ଯେ ଏହି ଭାରତୀୟମାନଙ୍କୁ ଅପହରଣ କରାଯାଇ ନାହିଁ।

ଭାରତୀୟଙ୍କ ବିଷୟରେ ତାଲିବାନ ଦାବି କରିଛି ଯେ ସମସ୍ତ ଲୋକଙ୍କୁ ବିମାନବନ୍ଦର ଭିତରକୁ ନିଆଯାଇଛି। ତାଲିବାନ କହିଛି ଯେ ସମସ୍ତ ଭାରତୀୟଙ୍କୁ ଦ୍ୱିତୀୟ ଫାଟକରୁ ବିମାନବନ୍ଦର ଭିତରକୁ ନିଆଯାଇଛି। ସମସ୍ତେ ସୁରକ୍ଷିତ ଅଛନ୍ତି।

ତାଲିବାନ ଦ୍ୱାରା ନିଆଯାଇଥିବା ଲୋକମାନେ କେଉଁଆଡେ ଯାଇଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ଖବରର ସୂତ୍ରରୁ ପ୍ରକାଶ। ତେବେ ତାଲିବାନ ଏହାକୁ ଅସ୍ୱୀକାର କରିଛି। ତାଲିବାନ ମୁଖପାତ୍ର ଅହମ୍ମଦୁଲ୍ଲା ୱାସିକ ୧୫୦ ରୁ ଅଧିକ ଲୋକଙ୍କୁ ଅପହରଣକୁ ଅସ୍ୱୀକାର କରିଛନ୍ତି।

ସୂଚନାଯୋଗ୍ୟଯେ, ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ସେଠାରେ ଥିବା ପରିସ୍ଥିତିକୁ ଦେଖି ଭାରତ ସରକାର ଏହାର ନାଗରିକମାନଙ୍କୁ ଫେରାଇଆଣିବାକୁ ପ୍ରୟାସ ଜାରି ରଖିଛନ୍ତି। ତଥାପି, ଅନେକ ଭାରତୀୟ ଆଫଗାନିସ୍ତାନରେ ଫସି ରହିଛନ୍ତି। ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ସରକାର ଯଥାସମ୍ଭବ ଚେଷ୍ଟା କରୁଛନ୍ତି।

ତେବେ ତାଲିବାନ କହିଛି ଯେ ଏହି ଖବର ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ମୂଲ୍ୟହୀନ। ତାଲିବାନ ମୁଖପାତ୍ର ଅହମ୍ମଦୁଲ୍ଲା ୱାସିକ କହିଛନ୍ତି ଯେ ତାଲିବାନ ଏପରି କାର୍ଯ୍ୟ କରେ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.