Home କୋରାପୁଟ କୋରାପୁଟରେ ବିଜେଡିର ଡିଜିଟାଲ କର୍ମଶାଳା

କୋରାପୁଟରେ ବିଜେଡିର ଡିଜିଟାଲ କର୍ମଶାଳା

25

କୋରାପୁଟ ୨୦-୦୮(ଓଡିଆ ପୁଅ /ରଂଜନ ଦାସ)ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହଠାରେ କୋରାପୁଟ ଜିଲ୍ଲାର ବିଜୁ ଯୁବ ଛାତ୍ର ଜନତା ଦଳର କର୍ମକର୍ତାଙ୍କୁ ନେଇ ଡିଜିଟାଲ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଅମିତ ଅଗ୍ରଓାଲଙ୍କ  ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଲକ୍ଷ୍ମିପୁର ବିଧାୟକ ପ୍ରଭୁ ଜାନି ଓ ଜିଲ୍ଲା ବିଜେଡି ଉପସଭାପତି ଉତ୍କଳ ରଂଜନ ନାୟକ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଗୁଡିକ ସାମାଜିକ ଗଣମାଧ୍ୟମ ଯଥା ଫେସବୁକ , ହ୍ୱାଟସଆପ ଓ ଟ୍ୱିଟର ଦ୍ୱାରା କିପରି ତୃଣମୂଳସ୍ତରରେ ପହଂଚିପାରିବ ତାହା କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବିଜେଡି ଡିଜିଟାଲ ମୁଖ୍ୟ ସୁବ୍ରତ ଛାଟୋଇ ପ୍ରକାଶ କରିଛନ୍ତି ।ଏହି କର୍ମଶାଳାରେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ   ସାଧାରଣ ସଂପାଦକ ସୁଜିତ ପଲୋଟାସିଂ,ବିଜୁ ଯୁବ ଜନତା ଦଳର ରାଜ୍ୟ ସଂପାଦକ ଟି.ପି.ନାୟକ ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ପଣ୍ଡା,ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ଧର୍ମେନ୍ଦ୍ର ଅଧିକାରୀ ,ଜୋନ ସଭାପତି ଟି.ତ୍ରୀପାଠୀ ,ଜିଲ୍ଲା ବିଜୁ ଯୁବ ଜନତା ଦଳର ଉପସଭାପତି ଭରତ ମଲ୍ଲିକ , ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସଭାପତି ଶଶାଙ୍କ ମିଶ୍ର ,ଜୋନ ସଭାପତି ଶିବରାଜ କନ୍ଧପା. ଜିଲ୍ଲା ବିଜୁ ଯୁବ ଜନତା ଦଳ ସଂପାଦକ ଅଶୋକ କୁମାର ଦାସ ,ନଗର ସଭାପତି ପିଂଟୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।କୋରାପୁଟ ଜିଲ୍ଲାର  ବିଜୁ ଛାତ୍ର ଯୁବ ଜନତା ଦଳର ବ୍ଲକ ସଭାପତିମାନେ ଯୋଗଦେଇ ତାଲିମ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.