Home କେନ୍ଦୁଝର କୁଳ ଖାଉଛି ସାଳନ୍ଦୀ ନଦୀ, ନୁଆଗାଁ ଓ ବାଘୁଆ ସାହି ପ୍ରତି ବିପଦ

କୁଳ ଖାଉଛି ସାଳନ୍ଦୀ ନଦୀ, ନୁଆଗାଁ ଓ ବାଘୁଆ ସାହି ପ୍ରତି ବିପଦ

277

ହାଟଡ଼ିହି, ୩୦ । ୯ :(ଓଡିଆପୁଅ/ବିକାଶ ବିଶ୍ୱାଳ) କୁଳ ଖାଉଛି ସାଳନ୍ଦୀ ନଦୀ, ଯାହାଦ୍ୱାରା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ନୁଆଗାଁ ଓ ବାଘୁଆ ସାହି ପ୍ରତି ବିପଦ ସୃଷ୍ଟି ହୋଇଛି । କଥାରେ ଅଛି ‘ନଇ କୁଳିଆ ଧିର ପବନ ଛାଡି ଯିବାକୁ ନହୁଏ ମନ’ କିନ୍ତୁ ଉକ୍ତିଟି ଏବେ ଏହି ଦୁଇଟି ଗାଁ ଲୋକଙ୍କ ପାଇଁ ପ୍ରଯୁଜ୍ୟ ହୋଇପାରୁନି । ସାଳନ୍ଦୀ ନଦୀ କୁଳ ଖାଉଥିବା ଯୋଗୁଁ ଦୁଇଟିଯାକ ଗାଁର ଲୋକମାନେ ଏବେ ଆଶଙ୍କାରେ କାଳ କାଟୁଛନ୍ତି ।
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ନୁଆଗାଁ, ବାଘୁଆସାହି ଦେଇ ବହି ଯାଇଛି ସାଳନ୍ଦୀ ନଦୀ । ଏହି ଦୁଇଟି ଗାଁରେ ପାଞ୍ଚଶହରୁ ଉର୍ଦ୍ଧ ପରିବାରର ଦୁଇ ହଜାର ଲୋକ ବାସ କରନ୍ତି । ପୁର୍ବରୁ ନଦୀଟି ଗାଁ ଠାରୁ ଦୁଇଶହ ମିଟର ଦୁରରେ ଥିବାବେଳେ ୧୯୯୯ମହାବାତ୍ୟା ସମୟରେ ନଦୀଟିର ଗତିପଥ ପରିବର୍ତ୍ତନ ହୋଇଯାଇଥିଲା । ଏପରିକି ନଦୀଟି ଗାଁ ମୁଣ୍ଡର ଗୋଟିଏ ସ୍ଥାନରେ ୟୁ-ଟର୍ଣ୍ଣ ଭଳି ହୋଇଯାଇଥିବାରୁ ସେହି ସ୍ଥାନରେ ନଦୀର ପାଣି ସିଧାସଳଖ ମାଡ କରି ପ୍ରତିବର୍ଷ ଅତଡା ଖାଇ ଖାଇ ଚାଲିଛି । ଆଉ ମାତ୍ର ୨୦/୩୦ଫୁଟ ଅତଡା ଖସିପଡିଲେ ଗାଁ ଦୁଇଟି ଜଳବନ୍ଦୀ ହୋଇଯିବାର ଆଶଙ୍କାରେ ଗାଁ ଲୋକେ ଅତଙ୍କିତ । ଏପରିକି ଏହି ଗାଁ ଦୁଇଟିର ଶହଶହ ଏକର ଚାଷଜମି ବାଲିଚର ହୋଇଯିବ ବୋଲି ଗାଁ ଲୋକେ ଆଶଙ୍କା କରିଛନ୍ତି । ଗତ କିଛିଦିନ ଭିତରେ ନଦୀ କୁଳ ଖାଉଥିବା ସ୍ଥାନରେ ୪/୫ଟି ଗୋରୁ ଗାଈ ନଦୀ ମଧ୍ୟକୁ ଖସିପଡି ମୃତାହତ ହୋଇଥିବା ଗାଁ ଲୋକେ କହିଛନ୍ତି । ଭଦ୍ରକ ଜିଲ୍ଲାରେ ସରକାର ସାଳନ୍ଦୀ ସଂସ୍କାର ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏହି ସ୍ଥାନରେ ପଥର ଆଡି ନିର୍ମାଣ କରିବାକୁ ଗାଁ ଲୋକେ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଥିଲେ ମଧ୍ୟ ଜଳସମ୍ପଦ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁ ନଥିବା ବାବାଜି ଚରଣ ଲେଙ୍କା, ଗଣେଶ ଦାସ, କୃପାସିନ୍ଧୁ ପୁହାଣ, ବୈଲୋଚନ ଆୟଚ, ଭଗବାନ ରାଉତ, ନରହରି ରାଉତ, ମନମୋହନ ରାଉତ, ନାରାୟଣ ନାୟକ, ଜୟନ୍ତ ରାଉତ, ଆର୍ତ୍ତତ୍ରାଣ ରାଉତ, ସତ୍ୟବାନ ପହି, ପଦ୍ମନାଭ ମହାଳିକ, ହିମାଶୁଂ ଲେଙ୍କା, ଲାଲ ମୋହନ ପହି, ସଞ୍ଜୟ କୁମାର ରାଉତ, ବାବାଜି ମହାଳିକ, ଚିନ୍ତାମଣୀ ରାଉତ ପ୍ରମୁଖ ଗାଁ ଲୋକେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଓ ଜଳସେଚନ ବିଭାଗର ଉଚ୍ଚ କର୍ତ୍ତୁପକ୍ଷ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.