Home ଓଡ଼ିଶା କେନ୍ଦୁଝର : କରୋନା ସଂକ୍ରମଣର ପ୍ରତିହତ ପାଇଁ ପ୍ରତ୍ୟେକ ଦୋକାନରେ ମେଣ୍ଟେନ ହେବ ଭିଜିଟର ରେଜିଷ୍ଟର

କେନ୍ଦୁଝର : କରୋନା ସଂକ୍ରମଣର ପ୍ରତିହତ ପାଇଁ ପ୍ରତ୍ୟେକ ଦୋକାନରେ ମେଣ୍ଟେନ ହେବ ଭିଜିଟର ରେଜିଷ୍ଟର

228

କେନ୍ଦୁଝର, ୧୨ ମେ ୨୦୨୦ (ଓଡ଼ିଆ ପୁଅ/ବିଭୂତି ଭୂଷଣ ପଟ୍ଟନାୟକ) ମହାମାରୀ କରୋନା କୋଭିଡ -୧୯ ର ସଂକ୍ରମଣକୁ ପ୍ରତିରୋଧ କରିବା ତଥା ନିୟନ୍ତ୍ରଣ କରିବା ପାଇିଁ ଏବଂ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ସହଜ କରିବା ଲକ୍ଷ୍ୟରେ କେନ୍ଦୁଝର ଜିଲ୍ଲାର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ତଥା ଦୋକାନରେ ଭିଜିଟର ରେଜିଷ୍ଟର ମେଣ୍ଟେନ କରିବାକୁ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଠାକରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। କେନ୍ଦୁଝର ଜିଲ୍ଲାର ସମସ୍ତ ବଣିକ /ଦୋକାନୀ / ବ୍ୟବସାୟୀମାନେ ଦୈନଦିନ ସେମାନଙ୍କ ଦୋକାନ ତଥା ବ୍ୟବସାୟ ପ୍ରତିଷ୍ଠାନକୁ ଆସୁଥିବା ଗ୍ରାହକମାନଙ୍କ ସଂପର୍କରେ ତଥ୍ୟ ଯଥା – ସେମାନଙ୍କ ନାମ, ଠିକଣା, ଓ ମୋବାଇଲ ନମ୍ବର ଆଦି ରେଜିଷ୍ଟରରେ ମେଣ୍ଟେନ କରିବାକୁ ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି ଏବଂ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଙ୍କ ଏହି ନିର୍ଦ୍ଦେଶନାମାକୁ କଡାକଡି ଭାବେ ପାଳନ କରିବାକୁ ଏବଂ ଏନ୍‌ଫୋର୍ସମେଟଂ ଅଫିସରମାନେ ଏହା ତଦାରଖ କରିବେ ବୋଲି ନିର୍ଦ୍ଦେଶନାମା ରେ ଉଲ୍ଲେଖ କରାଯାଇଛି।

ଏହି ମର୍ମରେ ଆରକ୍ଷୀ ଅଧିକ୍ଷକ, ଜିଲ୍ଲାର ବରିଷ୍ଠ ଅଧିକାରୀ, ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ, ତହସିଲଦାର, ବି.ଡି.ଓ., ପୌରପାଳିକା ଓ ଏନ.ଏ.ସିର ନିର୍ବାହୀ ଅଦିକାରୀମାନଙ୍କୁ ବିହିତ ପଦପେକ୍ଷ ନିର୍ଦ୍ଦେଶ ଦିଆଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.