Home ଓଡ଼ିଶା କୀଟନାଶକ ଔଷଧ ଖାଇ ପରିବା ବେପାରିଙ୍କ ଆତ୍ମହତ୍ୟା

କୀଟନାଶକ ଔଷଧ ଖାଇ ପରିବା ବେପାରିଙ୍କ ଆତ୍ମହତ୍ୟା

207

ମାଲକାନଗିରି,୫ା୬(ଓଡିଆ ପୁଅ )ମାଲକାନଗିରି ଥାନାସ୍ଥ ଏମଭି୪୩ ଗ୍ରାମର ସୁଜିତଗାଇନୀ(୩୫)ନାମକ ଜଣେ ପରିବା ବେପାରୀ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବାର ଜଣାପଡିଛି । ପୁଲିସ ସୁଚନା ଅନୁଯାଇ ଏମଭି୪୩ଗ୍ରାମର ସୁଜିତଗାଇନୀ ପ୍ରତିଦିନ ପରି ସାଇକେଲରେ ପରିବା ଝୁଡିଲଦି ଗାଁ ଗାଁ ରେ ପରିବା ବିକ୍ରିକରିବାକୁ ଯାଇଥିଲେ । ଆଜି ସକାଳେ ଏମଭି୨ ଗ୍ରାମ ଜଙ୍ଗଲ ନିକଟରେ କେହିଜଣେ ମରି ପଡିଥିବାର ଦେଖି ଗ୍ରାମବାସୀ ମାନେ ମାଲକାନଗିରି ଥାନାକୁ ଖବର ଦେଇଥିଲେ । ମାଲକାନିଗିରି ଥାନ ଅଧିକାରୀ ରାମପ୍ରସାଦ ନାଗଙ୍କ ନିର୍ଦ୍ଦେଶ କ୍ରମେ ଏଏସଆଇ ଭାଗୀରଥି ଦଳେଇ ପୁଲିସ ସଦଳବଳ ନେଇ ଘଟଣାସ୍ଥଳରେ ପହଁଚି ମୃତଶରୀର ଜବତ କରି ପରିଚୟ ଖୋଜିଥିଲେ । ମୃତବ୍ୟକ୍ତି ିଜଣକ ଏମଭି୪୩ ଗ୍ରାମର ପରିବା ବେପାରୀ ସୁଜିତ ବୋଲି ଜଣାପଡିବାରୁ ତାଙ୍କ ଘରକୁ ପୁଲିସ ଖବର ପଠାଥିଲେ । ସୁଜିତଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଁଚି ମୃତଶରୀରକୁ ଚିହ୍ନଟ କରିଥିଲେ । ମୃତ ଶରୀର ନିକଟରୁ କୀଟନାଶକ ବିଶାକ୍ତ ଔଷଧ,ତାଙ୍କର ସାଇକେଲ କୁ ପୁଲିସ ଜବତକରିଛି ।ମୃତ ଶରୀରକୁ ମାଲକାନଗିରି ଡାକ୍ତରଖାନାକୁ ପଠାଇ ଶବବ୍ୟବଛେଦ ପରେ ପରିବାରଙ୍କୁ ପୁଲିସ ଶବ ହସ୍ତାନ୍ତର କରି ମାଲକାନଗିରି ଥାନା କେସନମ୍ବର୧୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛନ୍ତି ।ପୁଲିସର ପ୍ରାଥମିକ ତଦନ୍ତରୁ ଓ ପରିବାର ଲୋକଙ୍କ ଠାରୁ ଜଣାପଡିଛି ଘରଚଳାଇବା ପାଇଁ ସୁଜିତ ଲକଡାଉନ ସମୟରେ ଅନେକ ଲୋକଙ୍କ ଠାରୁ ଟଙ୍କା ଧାରକରଜ କରିଦେଇଥିଲା ସେହି ଟଙ୍କା କିପରି ସୁଜିବ ସେନେଇ ସେ ଗତ କିଛି ଦିନହେଲା ଦୁଶ୍ଚିନ୍ତାରେ ଥିଲେ, ମାନଶିକ ଭାରସାମ୍ୟ ହରାଇ ସୁଜିତ କାଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି । ସୁଜିତ ଜଣେ ଅତ୍ୟନ୍ତ ଗରିବ ପରିବାବେପାରୀ ସେ ଘରକୁ ଏକ ମାତ୍ର ରୋଜଗାରୀଆ ଥିଲେ,ତାଙ୍କର ମୃତ୍ୟୁରେ ପରିବାର ଲୋକେ ଅସହାୟ ହୋଇପଡିଛନ୍ତି । ମୃତପରିବାରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.