Home ଓଡ଼ିଶା କରୋନା ପାଇଁ ନିରାଡମ୍ବରରେ ମାଲକାନଗିରି ଜିଲ୍ଲାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

କରୋନା ପାଇଁ ନିରାଡମ୍ବରରେ ମାଲକାନଗିରି ଜିଲ୍ଲାରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

128

ମାଲକାନଗିରି,୫ା୬ (ଓଡିଆ ପୁଅ )ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ,ଏହି ପବିତ୍ର ତିଥିରେ ପାଳିତ ହେଉଛି ଶ୍ରୀବିଗ୍ରହଙ୍କ ଦେବସ୍ନାନ ।ସମଗ୍ର ବିଶ୍ୱରେ ଭୟାବହ କରୋନା ମହାମାରି ଗ୍ରାସ କରିଥିବାରୁ ଲକଡାଉନ ପାଇଁ ଫିକା ପଡିଯାଇଛି ଏହି ଦେବସ୍ନାନ ପୂର୍ଣ୍ଣିମା । ମାଲକାନଗିର ଜିଲ୍ଲା ସଦର ମହକୁମା ଶ୍ରୀଜଗନ୍ନାଥଙ୍କ ମନ୍ଦିର ଠାରେ ସେବାୟତ ଓ କିଛି ଅଳ୍ପ ଭକ୍ତଙ୍କୁ ନେଇ ନିରାଡମ୍ବର ସହକାରେ ସ୍ନାନପୂର୍ଣ୍ଣିମା ପାଳିତ ହୋଇଛି । ଜଗନ୍ନାଥ ମନ୍ଦିର କମିଟି ଓ ତହସିଲ ପକ୍ଷରୁ ମନ୍ଦିର ଦ୍ୱାରରେ ପାଣି ବାଲ୍ଟି ହ୍ୟାଣ୍ଡଓ୍ୟାସ ରଖା ଯାଇଥିଲା, ମନ୍ଦିଭିତରକୁ ପ୍ରବେଶ ପୂର୍ବରୁ ହାତ ଧୋଇବା ପରେ ସମସ୍ତଙ୍କୁ ସାନିଟାଇଜ କରାଯାଇ ନୂତନ ମାସ୍କ ପିନ୍ଧିବାକୁ ଦିଆ ଯାଇଥିଲା,ସ୍ନାନମଣ୍ଡପ କୁ ଠାକୁରଙ୍କୁ ନିଆ ନ ଯାଇ ରତ୍ନସିହାଂସନ ତଳେ ତନିଠାକୁର ଶ୍ରୀବଳଭଦ୍ର,ଶ୍ରୀଗନ୍ନାଥ,ଭଉଣୀ ସୁଭଦ୍ରା ଙ୍କୁ ସ୍ଥାପନ କରାଯାଇ ସେବାୟତ ମାନେ ସାମଜିକ ଦୂରତା ରକ୍ଷାକରି ଶ୍ରୀଜୀଉଙ୍କୁ ସ୍ନାନ କରିଥିଲେ । ଆଜି ସକାଳେ ମନ୍ଦିରର ମୁଖ୍ୟପୂଜକ ବିନାୟକସତପଥି ଓ ଅନ୍ୟାନ ପୁଜକ,ଦଇତା ପତି ମାନେ ତିନିବିଗ୍ରହ ଙ୍କୁ ଶ୍ରୀରତ୍ନସିହାଂସନ ରୁ ତଳକୁ ଓହ୍ଲାଇଦେଇ ରତିନିତି ଅନୁସାରେ ଶ୍ରୀବିଗ୍ରହ ଙ୍କୁ ସ୍ନାନକରି ମିଷ୍ଟାନ ଓ ବାଲ୍ୟଭୋଗ ଲଗା ଯାଇଥିଲା, ଦର୍ଶନପରେ ତିନିଠାକୁରଙ୍କୁ ଅଧରପଣା ଦିଆଯାଇଥିଲା ।ପୁଜାକମିଟି ପକ୍ଷରୁ ସେଠାରେ ଉପସ୍ଥିତ ଥିବା ଭକ୍ତ ଓ ସେବାୟତ ଙ୍କୁ ପ୍ରସାଦ ଓ ଅଧରପଣା ଦିଆଯାଇଥିଲା । ତନିଠାକୁର ଙ୍କ ରତିନିତି ସରିଲାପରେ ପୂଜକ ଓ ଦଇତାପତି ମାନେ ଆଣସର ଘରକୁ ପାଛୋଟି ନେଇଯାଇ ସେଠାରେ ବିଧିବିଧାନ ଅନୁସାରେ ସ୍ଥାପନ କରିଥିଲେ । ଦିନତମାମ ମନ୍ଦିର ପରିଷର ନିକଟରେ ସାମଜିକ ଦୂରତା ରକ୍ଷାକରାଯାଇ ଅଳ୍ପଭକ୍ତଙ୍କୁ ନେଇ ଭଜନସମାରୋହ ର ଆୟୋଜନ ହୋଇଥିଲା ।ଭକ୍ତମାନଙ୍କ ଭିଡକୁ ରୋକିବାପାଇଁ ମନ୍ଦିର ଦ୍ୱାରରେ କଡାପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।ଠିକ ସେହିପରି ମୋଟୁ,କାଲିମେଳା,ଏମଭି୭୯,ପଡିଆ,ମାଥିଲି, ଗୋବିନ୍ଦପାଲି,ବାଲିମେଳା,ଚିତ୍ରକୋଣ୍ଡା ଠାରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ନିରାଡମ୍ବରରେ ପାଳିତ ହୋଇଯାଇଛି

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.