Home ଜିଲ୍ଲା ପରିକ୍ରମା ଜମିଜମାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୬ ଆହତ, ଜଣେ ଗୁରୁତର

ଜମିଜମାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ୬ ଆହତ, ଜଣେ ଗୁରୁତର

47

ଭଦ୍ରକ, ୧୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଗୁଆମାଳ ପଞ୍ଚାୟତ ଅଧୀନ ମୋଡ଼ସାହି ଗ୍ରାମର ଜମିଜମାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ରବିବାର ସକାଳେ ଗଣ୍ଡଗୋଳ ଉପୁଜିଛି । ଏହି ଗଣ୍ଡଗୋଳରେ ଉଭୟ ପକ୍ଷର ୬ଜଣ ଆହତ ହୋଇଥିବା ବେଳେ ଗୋଟିଏ ପକ୍ଷର ଅଭିଯୋଗକାରିଣୀ ବାସନ୍ତୀଲତା ପୃଷ୍ଟି ଗୁରୁତର ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ, ରବିବାର ସକାଳ ୭ଟା ସମୟରେ ଅପରପକ୍ଷମାନେ ଘରପାଖରେ ମାଟିବନ୍ଧ ଦେଇଥିଲେ । ବାସନ୍ତୀଲତା ପୃଷ୍ଟି ଓ ତାଙ୍କ ବୋହୂ ଲକ୍ଷ୍ମୀପ୍ରିୟା ପୃଷ୍ଟିଙ୍କୁ ଧରି ମାଟିବନ୍ଧ ଖୋଲିବାକୁ ଯାଉଥିଲେ । ଏହି ସମୟରେ ଅପରପକ୍ଷମାନେ ତାଙ୍କୁ ଗାଳିଗୁଲ କରିବା ସହିତ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବାସନ୍ତୀଲତା ପୃଷ୍ଟି, ସଂଜୟ କୁମାର ପୃଷ୍ଟି ଓ ଲକ୍ଷ୍ମୀପ୍ରିୟା ପୃଷ୍ଟି ଆହତ ହୋଇଥିବା ବେଳେ ବାସନ୍ତୀ ଗୁରୁତର ଆହତ ହୋଇଥିଲେ ବୋଲି ବାସନ୍ତୀଲତା ପୃଷ୍ଟି ଅଭିଯୋଗରେ ଦର୍ଶାଇଛନ୍ତି । ସେହିପରି ସତ୍ୟଭାମା ପୃଷ୍ଟିଙ୍କ ଅଭିଯୋଗରୁ ଜଣାପଡ଼ିଛି ଯେ, ସେ ଦାଣ୍ଡ ଖରକୁ ଥିବା ବେଳେ ଅପରପକ୍ଷମାନେ ତାଙ୍କୁ ଗାଳିଗୁଲଜ କରିବା ସହିତ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ରଘୁନାଥ ପୃଷ୍ଟି, କଞ୍ଚନ ପୃଷ୍ଟି ଓ ସତ୍ୟଭାମା ପୃଷ୍ଟି ଆହତ ହୋଇଥିଲେ । ପୁଲିସ ଉଭୟ ଅଭିଯୋଗ ମୂଳେ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.