Home ଓଡ଼ିଶା କାଶ୍ମୀର: ବାରାମୁଲାରେ ଆତଙ୍କୀ ଆଡ୍ଡା ଧ୍ଵସ୍ତ : ବହୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ : ବଡ଼...

କାଶ୍ମୀର: ବାରାମୁଲାରେ ଆତଙ୍କୀ ଆଡ୍ଡା ଧ୍ଵସ୍ତ : ବହୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ : ବଡ଼ ଆତଙ୍କୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିଲେ

945

ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ଉତ୍ତର କାଶ୍ମୀରର ବାରାମୁଲା ଜିଲ୍ଲାର ଡାଲରୀର ଘନେ ଜଙ୍ଗଲରେ ସୁରକ୍ଷାବଳ ଶନିବାରଦିନ ଆତଙ୍କୀ ଆଡ୍ଡା ଧ୍ଵସ୍ତ କରି ବହୁଳ ମାତ୍ରାରେ ହତିଆର ଏବଂ ଗୋଳା ବାରୁଦ ଜବତ କରିଛନ୍ତି। ତା’ ସହିତ ଆତଙ୍କବାଦୀମାନଙ୍କ ବଡ଼ ଆକ୍ରମଣର ଷଡ଼ଯନ୍ତ୍ରକୁ ନାକାମ କରିବାରେ ସଫଳ ହୋଇଛନ୍ତି। ସୁରକ୍ଷା ବଳକୁ ସେହି ଯାଗାରେ ଆତଙ୍କବାଦୀଙ୍କର ଉପସ୍ଥିତିର ସୂଚନା ମିଳିଥିଲା। ଏହି ସୂଚନା ଉପରେ ୩୨ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଏସଓଜି ଯବାନମାନଙ୍କ ତରଫରୁ ଘନ ଜଙ୍ଗଲରେ ସର୍ଚ ଅପରେସନ ଆରମ୍ଭ କରାଯାଇଥିଲା। ଏହି ସମୟରେ ସୁରକ୍ଷା ବଳ ଆତଙ୍କୀ ଆଡ୍ଡା ଖୋଜି ବାହାର କରିଥିଲେ। ତଲାସୀ ସମୟରେ ମିଳିଲା କି ଏଠାରେ ପାଞ୍ଚଜଣ ଆତଙ୍କବାଦୀ ଛୁପି ରହିଥିବାର ସୂଚନା ମିଳିଥିଲା। ସେଠାରୁ ଦୁଇଟି ଏକେ ୪୭ ରାଇଫଲ, ଆରପିଜି-ତିନି, ଏକେ ୪୭ର ୨୦୦୦ ଗୁଳି, ତିନୋଟି ୱାୟାରଲେସ ସେଟ, ଗରମ କପଡ଼ା ତଥା ଅନ୍ୟ କିଛି ବସ୍ତୁ ଜବତ କରାଯାଇଛି। ଆଶଙ୍କା କରାଯାଉଛିଯେ, ଆତଙ୍କୀମାନେ କୌଣସି ବଡ଼ ଘଟଣାକୁ ଘଟାଇବା ପାଇଁ ଷଢଯନ୍ତ୍ର ରଚୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.