Home ଓଡ଼ିଶା ବିବାହୋତ୍ସବରୁ ଫେରୁଥିବା ବେଳେ ପୋଲିସ ଗାଡ଼ି ପିଛା କରିବାରୁ ଦୁର୍ଘଟଣା ! ତିନି ନାବାଳକଙ୍କର ମୃତ୍ୟୁ...

ବିବାହୋତ୍ସବରୁ ଫେରୁଥିବା ବେଳେ ପୋଲିସ ଗାଡ଼ି ପିଛା କରିବାରୁ ଦୁର୍ଘଟଣା ! ତିନି ନାବାଳକଙ୍କର ମୃତ୍ୟୁ – ପରିଜନ ପୋଲିସ ଉପରେ ଲଗାଇଲେ ହତ୍ୟା ଅଭିଯୋଗ

1579

ନୂଆ ଦିଲ୍ଲୀ ୧-୧୨ (ଓଡ଼ିଆ ପୁଅ) ମଧ୍ୟ ଦିଲ୍ଲୀର ନେତାଜୀ ସୁଭାଷ ମାର୍ଗରେ ଦିଲ୍ଲୀ ଗେଟ ଚୌକ ପାଖରେ ଶନିବାରଦିନ ରାତିରେ ତିନିଜଣ ନାବାଳକଙ୍କର ମୃତ ଶରୀର ମିଳିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ତିନିଜଣ ବାଳକ ପରସ୍ପର ବନ୍ଧୁ ସମ୍ପର୍କୀୟ ଥିଲେ। ଏହି ତିନିଜଣ ସ୍କୁଟିରେ ଏକ ବିବାହ ମହୋତ୍ସବରୁ ଫେରୁଥିଲେ। ସ୍ଥାନୀୟ ପୁଲିସ ଏହାକୁ ସଡ଼କ ଦୁର୍ଘଟଣା କହୁଥିବା ବେଳେ ପୀଡ଼ିତ ପରିବାର ପୁଲିସକୁ ହିଁ ସନ୍ଦେହ ଘେରରେ ନେଇଛି। ପରିବାର ଲୋକ କହିଛନ୍ତିଯେ, ତିନିଜଣ ବିବାହ ସମାରୋହରୁ ଫେରୁଥିଲେ। ସେହି ସମୟରେ ତାଙ୍କ ସ୍କୁଟିକୁ ଦିଲ୍ଲୀ ପୁଲିସର ବାହନ ପିଛା କରିଥିଲା। ଯଦି ପୋଲିସ ଜିପ୍ସି ସେମାନଙ୍କର ପିଛା କରିନଥାନ୍ତା ତେବେ ଏମାନଙ୍କର ମୃତ୍ୟୁ ହୋଇନଥାନ୍ତା। ତେବେ ପରିବାର ଲୋକେ ପୋଲିସକୁ ଦାୟୀ କରିଛନ୍ତି ଏବଂ ପୋଲିସ୍ ହିଁ ମୃତ୍ୟୁର କାରଣ ବୋଲି ଅଭିଯୋଗ ଲଗାଇଛନ୍ତି। ସୂଚନାଯୋଗ୍ୟଯେ, ମୃତକମାନଙ୍କର ବୟସ ୧୬ ରୁ ୧୮ ବର୍ଷ ମଧ୍ୟରେ ଥିଲା।

ଅପର ପକ୍ଷରେ ପୋଲିସ୍ କହୁଛିଯେ, ଏହା ଏକ ସଡ଼କ ଦୁର୍ଘଟଣାଥିଲା। ତିନିଜଣ ହେଲମେଟ ପିନ୍ଧି ନଥିଲେ। ସେମାନଙ୍କର ସ୍କୁଟି ଅଧିକ ବେଗରେ ଥିଲା। କୌଣସି କାରଣରୁ ସେମାନଙ୍କର ଦୁର୍ଘଟଣା ହେବାରୁ ପୋଲିସ୍ କୁ ଖବର ଦିଆଯାଇଥିଲା। ସେମାନଙ୍କୁ ହସପିଟାଲରେ ଭର୍ତ୍ତିକରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.