Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ବିଭିନ୍ନ ସ୍ଥାନରେ ମା’ ଗଜଲକ୍ଷ୍ମୀ ପୂଜା

ଭଣ୍ଡାରିପୋଖରୀରେ ବିଭିନ୍ନ ସ୍ଥାନରେ ମା’ ଗଜଲକ୍ଷ୍ମୀ ପୂଜା

39

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ମା’ଗଜଲକ୍ଷ୍ମୀଙ୍କ ପୂଜା ଶନିବାରରୁ ଆରମ୍ଭ ହୋଇଛି ।
ଭଣ୍ଡାରିପୋଖରୀ ବଜାର: ଭଣ୍ଡାରିପୋଖରୀ ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ ପ୍ରଶାନ୍ତ କୁମାର ତ୍ରିପାଠୀ(ବାବୁନା) ଘଟ ଉତ୍ତୋଳନ କରି ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ । କାରିଗର ଶଶଧର ସାହୁ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିଛନ୍ତି । ପୂଜକ ନାରାୟଣ ଚନ୍ଦ୍ର ପଣ୍ଡା ଓ ସାଥି ପୂଜାକାର୍ଯ୍ୟ ତୁଲାଉଛନ୍ତି । ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ସଭାପତି ସୁଧାଂଶୁ ମୋହନ ମିଶ୍ର, ସମ୍ପାଦକ ମହେନ୍ଦ୍ର ପରିଡା, ସମ୍ପାଦକ ଶ୍ରୀ ତ୍ରିପାଠୀ, ଜିତେନ୍ଦ୍ର ନାୟକ, ରାଜେନ୍ଦ୍ର ଦାସ, ଅର୍ଜ୍ଜୁନା ସାହୁ, ଶୁଭ୍ରମ କେଶରୀ ସାହୁ, ବାବୁଲି ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ହିମାଂଶୁ ପଣ୍ଡା, ନାରାୟଣ ଜେନା, ଗିରିଧାରୀ ଜେନା, ରାଜକିଶୋର ସାହୁ, ନାରାୟଣ ଚନ୍ଦ୍ର ମହାପାତ୍ର ପ୍ରମୁଖ ପୂଜାକାର୍ଯ୍ୟ ପରିଚାଳନା କରୁଛନ୍ତି । ରବିବାର ଓ ସୋମବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମଙ୍ଗଳବାର ଭଜନସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବୁଧବାର ପ୍ରସାଦସେବନ ଓ ଭସାଣ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

ଛଞ୍ଚିଣା ବାଲିବଜାର: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନାଆମୀ ପଞ୍ଚାୟତର ଛଞ୍ଚିଣା ବାଲିବଜାରରେ ୨୯ତମ ଗଜଲକ୍ଷ୍ମୀ ପୂଜା ଶନିବାର ଆରମ୍ଭ ହୋଇଛି । ଶିଳ୍ପୀ କାଠିଆ ନାୟକଙ୍କ ଦ୍ୱାରା ର୍ନିମିତ ମୃଣ୍ମୟ ମୂର୍ତ୍ତିକୁ ପୂଜକ ବାସୁଦେବ ପାଢୀ ଓ ସାଥି ବିଧିମତେ ପୂଜା କରୁଛନ୍ତି । କର୍ତ୍ତା ରାଜକିଶୋର ଜେନା ଜଳଘଟ ଉତ୍ତେଳନ କରି ସଙ୍କଳ୍ପ କରିଥିଲେ । ଚଳିତ ବର୍ଷ ପୂଜାର ରୌପ୍ୟଜୟନ୍ତୀ ପାଳନ ହେଉଥିବାରୁ ସାଜସଜ୍ଜା ବ୍ୟାପକ ଭାବେ ହୋଇଛି । ବିଭିନ୍ନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭଜନସନ୍ଧ୍ୟା ଓ ସଙ୍କିର୍ତ୍ତନ ଅନୁଷ୍ଠିତ ହେବ । ସ୍ଥାନୀୟ ପୂଜା କମିଟି ପ୍ରମୁଖ ଭୈରବ ନାୟକ, ଶଶିକାନ୍ତ ପଣ୍ଡା, ଅରୁଣ ମାଝୀ, ପ୍ରେମାନନ୍ଦ ନାୟକ, ସନ୍ତୋଷ ବିଶ୍ୱାଳ, ନାରାୟଣ ପାତ୍ର, ଯଶୋବନ୍ତ ପହି, ଗଜେନ୍ଦ୍ର ମହାପାତ୍ର, ମଧୂସୁଦନ ମହାଳିକ, ରାଜକିଶୋର ପଣ୍ଡା, ସୂର୍ଯ୍ୟକାନ୍ତ ନାୟକ, ଦେବକାନ୍ତ ଦାସ, ସଞ୍ଜୟ ସେନାପତି, ଦଶରଥ ପହି, ଦଶରଥ ସେନାପତି ଆଦି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

ରହଣିଆ ଲକ୍ଷ୍ମୀ ବଜାର: ରହଣିଆ ଲକ୍ଷ୍ମୀବଜାରରେ ଚଳିତ ବର୍ଷର ୪୦ତମ ମା’ ଗଜଲକ୍ଷ୍ମୀ ପୂଜା ଶନିବାର ଆରମ୍ଭ ହୋଇଛି । ଅଭିମନ୍ୟୁ ଓଝା, ସ୍ୱର୍ଗତ ପ୍ରଫୁଲ୍ଲ କୁମାର ରାଉତ, ସ୍ୱର୍ଗତ ହୃଷିକେଶ ରାଉତ, ସ୍ୱର୍ଗତ ଗଦାଧର ପଲାଇ ପ୍ରମୁଖ ଲକ୍ଷ୍ମୀବଜାରରେ ମା’୍‌କ ପୂଜା ଆରମ୍ଭ କରିଥିଲେ । ଚଳିତ ବର୍ଷ ସୁଦୃଶ୍ୟ ମୃଣ୍ମୟୀ ମୂର୍ତ୍ତିକୁ ପୂଜକ ପରମେଶ୍ୱର ତ୍ରିପାଠୀ ଓ ସାଥି ପୂଜାକାର୍ଯ୍ୟ ବିଧିମତେ ତୁଲାଉଛନ୍ତି । କର୍ତ୍ତା ହରିହର ମାଝୀ ଓ ନକ୍ଷତ୍ରା ମାଝୀ ଜଳଘଟ ଉତ୍ତେଳନ କରି ସଙ୍କଳ୍ପ କରିଥିଲେ । ୯ ତାରିଖ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମା’ଶିବାନୀ ଅପେରା ଦ୍ୱାରା ଯାତ୍ରା ପରିବେଷଣ ପୂଜା କମିଟି ପରାମର୍ଶଦାତା ପ୍ରଭାସ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହେବ । ଲକ୍ଷ୍ମୀବଜାର ପୂଜା କମିଟି ସଭାପତି ଦିବାକର ଦାସ, ସମ୍ପାଦକ ଚନ୍ଦ୍ରଶେଖର ମାଝୀ, କୋଷାଧ୍ୟକ୍ଷ ସୀତାକାନ୍ତ ପଲାଇ, ପରାମର୍ଶଦାତା ଦେବ୍ରତ ରାୁତ, ଅତୁଲ୍ୟ କୁମାର ଜେନା, ଅଶୋକ ଜେନା, ଶରତ ଚନ୍ଦ୍ର ଜେନା, ସ୍ଥାନୀୟ ବ୍ୟବସାୟୀ ଓ ସଦସ୍ୟମାନେ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି ।

ମାଳଦା ଜଗନ୍ନାଥ ବଜାର: ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ଆନୁକୂଲ୍ୟରେ ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ୨୫ତମପୂଜା ଶନିବାର ଆରମ୍ଭ ହୋଇଛି । ଶିଳ୍ପୀ କାଶୀନାଥ ପରିଡାଙ୍କ ଦ୍ୱାରା ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରାଯାଇଛି । କର୍ତ୍ତା ଅନିଲ କୁମାର ଶତପଥି ଓ ସୁଦିପ୍ତା ଶତପଥି ଜଳଘଟ ଉତ୍ତେଳନ କରି ସଙ୍କଳ୍ପ କରିଥିଲେ । ପୂଜକ ନନ୍ଦ କିଶୋର ତ୍ରିପାଠୀ, ରବିନ୍ଦ୍ର କର ଓ କାଳନ୍ଦୀ ଦାଶ ପୂଜାକାର୍ଯ୍ୟ ବିଧିମତେ ତୁଲାଉଛନ୍ତି । ସୁଦୃଶ୍ୟ ମୃଣ୍ମୟୀ ମୂର୍ତ୍ତି, ଆଲୋକମାଳା, ତୋରଣ, ମୀନାବଜାର ଆଦି ପୂଜାର ଆକର୍ଷଣ ପାଲଟିଛି । ଚଳିତ ବର୍ଷ ୯ ଦିନ ବ୍ୟାପୀ ପୂଜାର ବିଭିନ୍ନ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହେବ । ରବିବାର ସନ୍ଧ୍ୟାରେ ପାଲା, ସୋମବାର ପାଲା ଓ ନୃତ୍ୟ, ମଙ୍ଗଳବାର ମୋଗଲ ତାମସା, ବୁଧବାର ଘୁମୁରା ନୃତ୍ୟ, ଗୁରୁବାର ଛଉ ନୃତ୍ୟ, ଶୁକବ୍ରାର ମେଲୋଡି ସୁରସଙ୍ଗମ, ଶନିବାର ଶିଶୁ କଳାକାରଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହେବ । ସଂଘର ସଭାପତି କମଳାକାନ୍ତ ସାମଲ, ସମ୍ପାଦକ ରାଜେନ୍ଦ୍ର ଶତପଥି, ଚନ୍ଦ୍ରଶେଖର ମହାନ୍ତି, ଦେବାଶିଷ ପଣ୍ଡା, ଶ୍ୟାମସୁନ୍ଦର ଦାସ, ନିରଞ୍ଜନ ବେହୁରିଆ, ଦୁର୍ଯ୍ୟୋଧନ ଦାସ, ସୁଦାମ ଦାସ, ନିଶିକାନ୍ତ ସୂତାର, ଅଦୈତ ପରିଡା, କାହ୍ନା ବାରିକ, କୁନା ସାହୁ ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରୁଛନ୍ତି । ୧୫ ତାରିଖରେ ଭସାଣ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.