Home ଓଡ଼ିଶା କାଳିପୂଜା ସାଂସ୍କୃତି କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟ, ପୁଲିସର ତଦନ୍ତ ଆରମ୍ଭ

କାଳିପୂଜା ସାଂସ୍କୃତି କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟ, ପୁଲିସର ତଦନ୍ତ ଆରମ୍ଭ

602

ମାଲକାନଗିରି, ୨ା୧୧ (ଓଡିଆ ପୁଅ )ବିଭିନ୍ନ ପୂଜାପାର୍ବଣରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ମେଲୋଡି, ଡ୍ରାମା, ଯାତ୍ରା, ଆଦି ସାଂସ୍କୃତି କାର୍ଯ୍ୟକ୍ରମ ହୋଇଥାଏ। ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ଆଧୁନିକ ରେକର୍ଡ ଡ୍ୟାନ୍ସ ଓ ମନୋରଞ୍ଜନ ନାମରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳୀଳ ନୃତ୍ୟ ସାଙ୍ଗକୁ ଦୁଇଅର୍ଥ ବୋଧକ ଶଦ୍ଧ ବ୍ୟବହାର କରିବା ଘଟଣାକୁ ସବୁମହଲ ପକ୍ଷରୁ ନିନ୍ଦା କରାଯିବା ପରେ ଆଜି ପୁଲିସ ସେହି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ପରି ନିନ୍ଦନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଓ ଏମଭି ୭୯ ଥାନା ଅଚଂଳର କିଛି କାଳିପୂଜା ମଣ୍ଡପ ନିକଟରେ ମନୋରଂଜନ ନାମରେ ନଗ୍ନତା ଦେଖିବାକୁ ମିଳିଥିଲା, ଗତ ୩୦ତାରିଖରେ କୌଣସି ଏକ କାଳିପୂଜା ମଣ୍ଡପନିକଟରେ ମଧ୍ୟରାତ୍ରରେ ପୂଜା ଶତାଧିକ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ରୁଣ୍ଡହୋଇଥିଲେ। ମଚଂ ଉପରେ କିଛି ଯୁବକ ଓ ଯୁବତୀ ଅର୍ଦ୍ଦନଗ୍ନ ପୋଷାକ ପରିଧାନ କରି ଖୋଲମ ଖୋଲା ଭାବେ ନଗ୍ନନୃତ୍ୟ ପରିବେଷଣ କରିବା ସହିତ ଦୁଇଅର୍ଥ ବୋଧକ ଶବ୍ଦ ବ୍ୟବହାର କରି ସାଏରୀ କହିଥଲେ। ଛୁଆ ପୁଲିମାନଙ୍କୁ ନେଇ ଯାଇଥିବା କିଛି ଦର୍ଶକ ଲାଜରେ ସେ ସ୍ଥାନ ଛାଡି ନିଜ ଘରକୁ ଫେରିଯାଇଥିଲେ। ଏହି ଅଶ୍ଲୀଳ ନୃତ୍ୟର ଭିଡିଓ ଭାଇରାଲ ଆଜି ହେବାପରେ ସବ ର୍ସାଧାରଣ ଏହାକୁ ନିନ୍ଦାକରିଛନ୍ତି। ଏହି ଦୃଶ୍ୟକୁ ଅନେକ ଦର୍ଶକ ନାପସନ୍ଦ କରିବାସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାଂସ୍କୃତିକ ପ୍ରେମୀ ମାନେ ଦାବିକରି ବାପରେ ଏହାର ତଦନ୍ତ ପୁଲିସ ଆରମ୍ଭ କରିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.