Home ଓଡ଼ିଶା ଅନ୍ଧ ବିଶ୍ୱାସର କୁପରିଣତି : ଗୁଣିଆ ସନ୍ଦେହରେ ବାପ ପୁଅକୁ ହତ୍ୟା – ଦୁଇଜଣ ଥାନାରେ...

ଅନ୍ଧ ବିଶ୍ୱାସର କୁପରିଣତି : ଗୁଣିଆ ସନ୍ଦେହରେ ବାପ ପୁଅକୁ ହତ୍ୟା – ଦୁଇଜଣ ଥାନାରେ ଅଟକ

612

ମାଲକାନଗିରି, ୨ା୧୧(ଓଡିଆ ପୁଅ ) ଇଣ୍ଟର ନେଟ ଓ ବିଜ୍ଞାନ ଯେତେ ଆଗେଇଛି ଏ ସଭ୍ୟ ଶିକ୍ଷତ ସମାଜର ମଣିଷମାନେ ଏବେ ବି କୁସଂସ୍କାର ଅନ୍ଧ ବିଶ୍ୱାସକୁ ଛାଡି ପାରିନହାଁନ୍ତି। ଅନ୍ଧ ବିଶ୍ୱାସରେ ବଶବର୍ତ୍ତି ହୋଇ ଗୁଣିଆ ସନ୍ଦେହରେ ବାପା ଓ ପୁଅ ଦୁଇଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ଉଦୁଲିବେଢା ପଞ୍ଚାୟତ ମାଳିଗୁଡା ଗ୍ରାମରେ। ସେହି ଗ୍ରାମର ସଦନମାଳି (୫୫) ଓ ତାଙ୍କ ପୁଅ ନିଳାଦ୍ରୀ ମାଳି(୨୮) ଙ୍କୁ ଗୁଣିଆ ସନ୍ଦେହରେ ସେହି ଗ୍ରାମର କିଛି ଲୋକ ହତ୍ୟାକରି ନଦୀ ପଠାରେ ଫିଙ୍ଗିଦେଇ ଥିବାର ଜଣାପଡିଛି। ଗତକାଲି ସଦନ ଓ ନିଳାଦ୍ରୀ ଗୋବିନ୍ଦ ପାଲି ହାଟକୁ ଯାଇ ରାତ୍ର ପର୍ଯ୍ୟନ୍ତ ଫେରିନଥିବାରୁ ପରିବାର ଲୋକେ ବହୁତ ଖୋଜା ଖୋଜି କଲାପରେ ମଧ୍ୟ ତାଙ୍କୁ ପାଇନଥିଲେ। ଆଜି ସକାଳେ କିଛି ଲୋକ ନଦୀପଠାରେ ସେ ଦୁହିଁଙ୍କ କ୍ଷତବିକ୍ଷତ ମୃତ ଶରୀର ଦେଖି ପୁଲିସକୁ ଜଣାଇଥିଲେ। ମାଥିଲି ଓ ଗୋବିନ୍ଦପାଲି ପୁଲିସ ଘଟଣାସ୍ଥଳରେ ପହଁଚି ମୃତଶରୀର ଜବତ କରି ଶବବ୍ୟବଛେଦ ପାଇଁ ମାଥିଲି ହସପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ଆଜି ସକାଳେ ସେହି ଗ୍ରାମର ଦୁଇଜଣ ବ୍ୟକ୍ତି ମାଥିଲି ଥାନାରେ ଆତ୍ମ ସମର୍ପଣ କରିଥିବାର ଜଣାପଡିଛି। ପୁଲିସ ପକ୍ଷରୁ ସେମାନଙ୍କୁ ଥାନାରେ ଅଟକ ରଖାଯାଇ ପଚରାଉଚରା ଜାରିରହିଛି। ଏହା ଗୁଣିଆ ସନ୍ଦେହରେ ହତ୍ୟା କି କୌଣସି ପୂବ ଶତୃତାକୁ ନେଇ ଘଟଣା ଘଟିଛି କି ବୋଲି ପୁଲିସ ଗ୍ରାମରେ ପବହଁଚି ଯୋରଦାର ତଦନ୍ତ ଚଳାଇଛନ୍ତି। ପୁଲିସ ଭୟରେ ଆଜି ଗ୍ରାମରୁ ପୁରୁଷ ଶୂନ୍ୟ ହୋଇ ଯାଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.