Home ଜିଲ୍ଲା ପରିକ୍ରମା କାଳିନାଳୀ-ତାଳଚୁଆ ଆର୍ନ୍ତଜିଲ୍ଲା ପରିବହନ, ଅନଭିଜ୍ଞ ନାଉରିଆ ସାଜୁଛି ଶହ ଶହ ଯାତ୍ରୀଙ୍କ ଭାଗ୍ୟ ବିଧାତା,ପ୍ରଶାସନ ବେଫିକର

କାଳିନାଳୀ-ତାଳଚୁଆ ଆର୍ନ୍ତଜିଲ୍ଲା ପରିବହନ, ଅନଭିଜ୍ଞ ନାଉରିଆ ସାଜୁଛି ଶହ ଶହ ଯାତ୍ରୀଙ୍କ ଭାଗ୍ୟ ବିଧାତା,ପ୍ରଶାସନ ବେଫିକର

42

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୁମ୍ଭୀରରେ ଭରପୂର ମନ୍ତେଇନଦୀ ମୁହାଣରୁ ସୁଦୂର ବଙ୍ଗୋପ ସାଗର ମୁହାଣରେ ଆରମ୍ଭ ହୋଇଥିବା କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଘାଟ ରେ ଯାତାୟତ କେତେ ଯେ ବିପଦପୂର୍ଣ ତାହା କେବଳ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଜଣା । ମନ୍ତେଇନଦୀ ପଟରେ କର୍ମସଂସ୍ଥାନ ବଙ୍ଗୋପ ସାଗର ମୁହାଣରେ ତାଳଚୁଆରେ ବସବାସ କରୁଥିବା ଗ୍ରାମବାସୀଙ୍କ ଜୁଆରିଆ ମୁହାଣରେ ଯାତାୟତ କଥା ମନେ ପକାଇଲେ ଶିହରଣ ସୃଷ୍ଟି ହୋଇଥାଏ । ମାତ୍ର କର୍ମର ବିଡମ୍ବନାରେ ଭୋର ୫ଟା ଠାରୁ ରାତି୧୦ ପର୍ଯ୍ୟନ୍ତ ଏହି ନଦୀର ମୁହାଣ ଠାରୁ ବଙ୍ଗୋପ ସାଗର ମୁହାଣ ପର୍ଯ୍ୟନ୍ତ ଏହି ଯାତାୟତ ଚାଲିଥାଏ । ସମସ୍ତ ଯାତ୍ରୀ କେବଳ ନିଜର ଭାଗ୍ୟକୁ ଆଦରି ସରକାରଙ୍କ ଦ୍ୱାରା ସ୍ତିରୀକୃତ ଭଡା ଠାରୁ ଶତପ୍ରତିଶତ ଅଧିକ ଭଡା ଦେଇ ଏହି ଆନ୍ତଜିଲ୍ଲା ମୁହାଣରେ ପାର ହେଉଥିବା ବେଳୋ ଏହି ଯାତ୍ରୀଙ୍କ ଭାଗ୍ୟ ସହ ଖେଳ ଖେଳି ଚାଲିଛନ୍ତି ଠିକା ନେଇଥିବା ଘାଟିଆ ଏବଂ ୨ଟି ଜିଲ୍ଲାର ପ୍ରଶାସନ । ଗୋଟିଏ ଗୋଟିଏ ଘାଟ ଡଙ୍ଗାରେ ୫୦-୬୦ଜଣ ଯାତ୍ରୀ ପରିବହନ ହେଉଥିବା ବେଳେ ୧୨-୧୬ଟି ମୋଟର ସାଇକେଲ ଏହି ମରଣାନ୍ତକ ଜଳ ପରିବହନରେ ଯାତ୍ରୀ ପାଲଟିଥାନ୍ତି । ଏହି ଡଙ୍ଗାରେ ଅଧିକାଂଶ ଯାତ୍ରୀ ଅନଭିଜ୍ଞ ନାଉରିଆ ପାଖରେ ନିଜ ଜୀବନ ଡୋରୀ ବାନ୍ଧି ଦେଇଥାନ୍ତି ।ଧାମରା ଠାରେ ଥିବା କାଳିନାଳୀ ଘାଟରୁ ପ୍ରତିଦିନ ଶହ ଶହ ଯାତ୍ରୀ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଘାଟକୁ ଯାତାୟତ କରିଥାନ୍ତି ।

ମାତ୍ର ଏହି ଯାତ୍ରୀ ନିଜ ଜୀବନକୁ ବାଜି ଲଗାଇ ଏହି ଫେରି ଘାଟ ପାରି ହେଉଥିବା ବେଳେ ଘାଟ ନିଲାମ ନେଉଥିବା ଘାଟିଆ ନିଜ ଡଙ୍ଗାରେ ଆବଶ୍ୟକତା ଠାରୁ ଅଧିକ ସଂଖ୍ୟକ ଯାତ୍ରୀ ପରିବହନ କରୁଥିବା କଥା ଦେଖିବାକୁ ମିଳୁଥିବା ସହ ସରକାରଙ୍କ ଦ୍ୱାରା ନିର୍ଧାରିତ ଭଡା ପରିବତେ ବର୍ହୁ ଅଧିକ ଅର୍ଥ ଆଦାୟ କରୁଥିବା ନାଉରିଆ ଏବଂ ବୋଟ ମାଲିକ ଯାତ୍ରୀଙ୍କ ନିରାପତା ପ୍ରତି ଦୃଷ୍ଟି ଦିଆ ଯାଉ ନଥିବା ଜଣାଯାଇଛି । ଏହି ନିରାପତା କହିଲେ କେବଳ ଲାଇଫ ଜାକେଟକୁ ହିଁ ବୁଝାଇଥାଏ ମାତ୍ର ଘାଟିଆ ଏବଂ ବୋଟ ମାଲିକ ଏହା କଣ ବୋଲି ଜାଣି ନଥିବା ପ୍ରକାଶ । ଧାମରା ବନ୍ଦର ଦେଶର ୨ୟ ବୃହତମ ବନ୍ଦର ହୋଇଥିବା ନିଜର ଦ୍ୱାର ଦେଶରେ ସବୁଦିନ ପାର ହେଉଥିବା ଏବଂ ପାର କରୁଥିବା ଅନଭିଜ୍ଞ ନାଉରିଆ ଏବଂ ଜଳଯାତ୍ରୀଙ୍କ ସୁରକ୍ଷା କଥା କେବଳ ପାଣିରେ ଗାର ସଦୃଶ ହୋଇ ରହିଯାଇଛି । ଆନ୍ତ ଜିଲ୍ଲା ପରିବହନ ସଂସ୍ଥାକୁ ଠିକା ନେଉଥିବା ଠିକାଦାର କେବଳ ମାଲେମାଲ ହେଉଥିବା ବେଳେ ଯାତ୍ରୀ ସୁରକ୍ଷା କେବଳ ପ୍ରଶ୍ନବାଚୀ ହୋଇ ପଡିଛି ଏବଂ ଏହା କେବଳ ପ୍ରଶାସନକୁ ଇଙ୍ଗିତ କରୁଥିବା ଜଣା ଯାଇଛି । ଗୋଟିଏ ପଟରେ ଏହି ଫେରି ଘାଟ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ତହସିଲଦାର ରାଜସ୍ୱ ଆଦାୟ ପାଇଁ ଆଦେଶ ପାଇଥିବା ବେଳେ ଆଦାୟ ହେଉଥିବା ରାଜସ୍ୱରୁ ଅର୍ଦ୍ଧେକ ଚାନ୍ଦବାଲି ବ୍ଲକ ଅର୍ନ୍ତଗତ ଦୋସିଙ୍ଗା ପଂଚାୟତ ସମିତି କାର୍ଯ୍ୟାଳୟ ହିଁ ପାଇଥାଏ । ଏହି ଆଦାୟ ହେଉଥିବା ଅର୍ଥ ରେ ପଂଚାୟତ ନିଜ ପଂଚାୟତର ଆୟ ବଢାଉଛି ବୋଲି କହୁଥିବା ବେଳେ ସାଧାରଣ ଲୋକେ ଏହି ଅର୍ଥ ବାଟ ମାରଣା ହେଉଥିବା ଅଭିଯୋଗ ଆଣିଛନ୍ତି ।ଏହି ବିପଦପୂର୍ଣ ଜଳଯାତ୍ରାରେ ଯାତ୍ରୀଙ୍କ ସ୍ୱାର୍ଥ ତଥା ସୁରକ୍ଷାକୁ ଜଳାଞଳି ଦେଉଥିବା କଥାକୁ ପ୍ରଶାସନ ଆଖି ବୁଜି ଦେଉଛି । ଏହି ଅନଭିଞ ନାଉରିିଆ ଏବଂ ବିପଦପୂର୍ଣ ଜଳଯାତ୍ରା ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥାର ସମସ୍ତ ବିଫଳତା ଖବର କେବଳ ଭଦ୍ରକ ନୁହେଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ଭଳି ଦିନରେ ଏହି ଯନ୍ତ୍ର ଚାଳିତ ବୋଟ ଏବଂ ଅନଭିଜ୍ଞ ନାଉରିଆ ମାଲେ ମାଲ ହେଉଥିବା ବେଳେ ସାଧାରଣ ଯାତ୍ରୀ କେବଳ ଭାଗ୍ୟ କୁ ଭରଷା କରି ମରଣ ମୁହଁକୁ ଅନାଇ ଯାତ୍ରା କରୁଥିବା ଜଣାଯାଇଛି ।ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.