Home ଓଡ଼ିଶା କାଳବୈଶାଖୀର ତାଣ୍ଡବ,ଉଡିଲା ଛପର, ଟଳିଲା ଗଛ

କାଳବୈଶାଖୀର ତାଣ୍ଡବ,ଉଡିଲା ଛପର, ଟଳିଲା ଗଛ

199

ମାଲକାନଗିରି,୨୭ା୪(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଜିଲ୍ଲାର ଅନେକ ସ୍ଥାନରେ ଘର ଛପର ଉଡି ଯାଇଥିବା ବେଲେ ବଡ ବଡ ଗଛ ଟଳିପଡିଛି । ଗତ କାଲି ସନ୍ଧ୍ୟାରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ ବର୍ଷା ରେ ଉଜୁଡି ଯାଇଛି ଗରିବଙ୍କ ଜମିରେ ଫସଲ,ବିଶେଷ କରି ଗତ କାଲି ସନ୍ଧ୍ୟାରେ ହଟାତ ପ୍ରବଳବେଗରେ କାଳ ବୈଶାଖୀ ର ଝଡ ହୋଇ ମାଲକାନଗିରି ବ୍ଲକ ଚାଲାଣଗୁଡା ପଚାଂୟତ ସ୍ଥ ବାଙ୍କିଗୁଡା ଗ୍ରାମର ରାମପଡିଆମି ଙ୍କ ଘରର ଆଜବେଷ୍ଟସ ଛପର ଉଡାଇନେଇଥିଲା । ପରିବାର ଲୋକେ ପାଖପଡିଶା ଘରକୁ ଯାଇଥିବାରୁ ଭାଗ୍ୟବସତ ଅଳ୍ପକେ ବର୍ତି ଯାଇଛନ୍ତି,ସେମାନେ ଘରେ ଥିଲେ ସେମାନଙ୍କ ଉପରେ ଛପର ଗଳିପଡି ଆହତ ହୋଇଥାନ୍ତେ । ରାମ ପଡିଆମି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ , କୁଲିମଜୁରା ଲାଗି ବହୁକଷ୍ଟ ରେ ଘରେ ଆଜବେଷ୍ଟସ ପକାଇଥିଲେ, ତାହା ଝଡବର୍ଷାରେ ଉଡାଇ ନେବାସହ ଘର ଭାଙ୍ଗିଯାଇଛି, ଘର ଛପର ଉଡାଇନେଇ କାନ୍ଥଭାଙ୍ଗି ଯାଇଥିବାରୁ ଘରେ ଥିବା ଧାନ, ଚାଉଳ, ମାଣ୍ଡିଆ,ଲୁଗାପଟା, ଆସବା ପତ୍ର ସବୁନଷ୍ଟ ହୋଇଯାଇଛି । ଘର ଭାଙ୍ଗି ଯାଇଥିବାରୁ ରାମଙ୍କ ପରିବାର ପରଘରେ ଏବେ ମୁଣ୍ଡଗୁଜିଂ ରହିଛନ୍ତି । ବାଙ୍କିଗୁଡା ଚାଲାଣଗୁଡା ମୁଖ୍ୟ ରାସ୍ତାରେ ବଡ ବଡ ଗଛ ଟଳିପଡି ରାସ୍ତା ଅବରୋଧ ହୋଇଯାଇଛି । ବାର୍ଷା ଯୋଗୁଁ ଜିଲ୍ଲାର ବିବିନ୍ନ ସ୍ଥାନରେ ଧାନ, ପନିପରିବା, ଚାଷ ମଧ୍ୟ ନଷ୍ଠ ହୋଇ ଯାଇଛି । ସମଗ୍ର ବିଶ୍ୱକୁ କରୋନା ମହାମାରି ଘାରି ଲକଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କାଳବୈଶାଖୀ ପୁଣି ଗରିବ ଆଦିବାସୀଙ୍କ ପାଇଁ ଦାଉସାଜିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.