Home ଜିଲ୍ଲା ପରିକ୍ରମା କାଳବୈଶାଖି, ବର୍ଷା, କୁଆପଥର ମାଡ, ଉପୁଡିଲା ଗଛ, ଭାଙ୍ଗିଲା ଘର, ସମ୍ମୁଖ ଭାଗ ଉଡିଯାଇ ଅଟକିଲା...

କାଳବୈଶାଖି, ବର୍ଷା, କୁଆପଥର ମାଡ, ଉପୁଡିଲା ଗଛ, ଭାଙ୍ଗିଲା ଘର, ସମ୍ମୁଖ ଭାଗ ଉଡିଯାଇ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ

59

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ଆଜି ଅପରାହ୍ନରେ ପବଳ ତୁଫାନ ପ୍ରବାହିତ ହେବା ସହ ବର୍ଷା ଓ କୁଆପଥର ମାଡ ହୋଇଛି । ଫଳରେ ବହୁ ବଡ ବଡ ଗଛ ଉପୁଡିପଡି ରାସ୍ତା, ଘର ଉପରେ ପଡିଛି । ଏହା ସହ ପ୍ରବଳ ବଜ୍ରପାତ ମଧ୍ୟ ହୋଇଛି । ଛତାବର-ନିଳୋକ ପୁର୍ତ୍ତ ରାସ୍ତା, ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତା, ବାରିକପୁର-ବନ୍ତ ପୁର୍ତ୍ତ ରାସ୍ତା ସମେତ ଭଣ୍ଡାରିପୋଖରୀ ମେଡିକାଲ ରୋଡ ଉପରେ ବଡ ବଡ ଗଛ ଉପୁଡିପଡି ଅବରୋଧ ହୋଇଥିବା ଜଣାଯାଇଛି । ୧୬ ଜାତୀୟ ରାଜପଥର ନେଉଳିଆ ଟୋଲଗେଟ କାର୍ଯ୍ୟାଳୟର ଝରକା ପବନରେ ଉଡିଯାଇ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ତେବେ କୌଣସି ଜୀବନହାନୀର ଖବର ମଳିନାହିଁ । ବର୍ଷା ଫଳରେ ପ୍ରବଳ ତାତିରୁ ତ୍ରାହି ମିଳିଛି । ସେହିପରି ବଜ୍ରପାତରେ କ୍ଷତିଗ୍ରସ୍ତ ବନ୍ଦେ ଭାରତ ଏକ୍ସପ୍ରେସ ମଞ୍ଜୁରୀରୋଡ ଠାରୁ ଅନତି ଦୂର ବୈତରଣୀ ରେଳ ସେତୁ ଉପରେ ବଜ୍ରପାତ ଯୋଗୁଁ ହାଓଡା ଅଭିମୁଖି ‘ବନ୍ଦେ ଭାରତ ଏକ୍ସପ୍ରେସ’ କ୍ଷତିଗ୍ରସ୍ତ ହୋଇ ୪.୩୦ମି. ସମୟରେ ଅଟକି ରହିଛି । ବଜ୍ରପାତ ଯୋଗୁଁ ଟ୍ରେନର ସମ୍ମୁଖ ଭାଗ ଉଡିଯାଇଛି । ପାଇଲଟଙ୍କ ଉଇଣ୍ଡ ସିଲ କ୍ଷତିଗ୍ରସ୍ତ ହୋଇଛି । ତେବେ ଟ୍ରେନ, ପାଇଲଟ ଓ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳକୁ ରେଳବାଇ ଯନ୍ତ୍ରୀ ଓ ଅଧିକାରୀମାନେ ଯାଇ ମରାମତି କାର୍ଯ୍ୟ ଚଳାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.