Home ଜିଲ୍ଲା ପରିକ୍ରମା ଭଦ୍ରକ ବାସ୍କେଟ ବଲ ସମର କ୍ୟାମ୍ପ ଆରମ୍ଭ

ଭଦ୍ରକ ବାସ୍କେଟ ବଲ ସମର କ୍ୟାମ୍ପ ଆରମ୍ଭ

29

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାସ୍କେଟ ବଲ ଏକାଡେମୀ ପକ୍ଷରୁ ଭଦ୍ରକ କଲେଜ ପଡ଼ିଆ ବାସ୍କେଟ ବଲ ଗ୍ରାଉଣ୍ଡରେ ଆଜି ଠାରୁ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ବାସ୍କେଟ ବଲ ପ୍ରଶିକ୍ଷକ ଓ ଜିଲ୍ଳାର ବରିଷ୍ଠ ଖେଳାଳୀମାନଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଆରମ୍ଭ ହୋଇଛି । ବରିଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ମନୋଜ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିବିର ଆଜି ଠାରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଶିବିରରେ ୨୦ରୁ ଉର୍ଦ୍ଧ୍ୱ ନୂତନ ଖେଳାଳୀ ତାଲିମ ନେଉଥିବା ବେଳେ ଆଉ ଅଧିକ ପ୍ରଶିକ୍ଷାର୍ଥୀ ବିନା ଶୁଳ୍କରେ ପ୍ରଶିକ୍ଷଣ ନେଇ ପାରିବେ ବୋଲି ଶ୍ରୀ ସାହୁ ଜଣାଇଛନ୍ତି । ଏହି ଶିବିରରେ ମନୋଜ ସାହୁ, ମନୋଜ ମହାନ୍ତି, ଶ୍ରୀକାନ୍ତ ଜେନା ପ୍ରମୁଖ ପ୍ରଶିକ୍ଷକ ଭାବେ ପ୍ରଶିକ୍ଷଣ ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.