Home କୋରାପୁଟ କାର-ଭ୍ୟାନ ଧକ୍କା,ଜଣେ ମୃତ ଓ ୨ ଗୁରୁତର 

କାର-ଭ୍ୟାନ ଧକ୍କା,ଜଣେ ମୃତ ଓ ୨ ଗୁରୁତର 

115

 

 

କୋରାପୁଟ;ତା୧୮-୦୭-୧୯(ଓଡିଆପୁଅ/ରଂଜନ କୁମାର ଦାସ) ବୁଧବାର ବିଳମ୍ବିତ ରାତିରେ କୋରାପୁଟ-ରାୟଗଡା ୩୨୬ ନଂ ଜାତୀୟ ରଜପଥର ସଦର ଥାନା ଅନ୍ତର୍ଗତ ବାଗ୍ରାଗୁଡା ନିକଟରେ ଏକ ମାରୁତି କାର ଓ ପିକଅପଭ୍ୟାନ ମଧ୍ୟରେ ମହାଁମୁହିଁ ଧକ୍କା ହୋଇ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ କାର ଚାଳକ ଆଶ୍ୱାସନା ଖରା(୩୮) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଦଶମନ୍ତପୁର ବ୍ଲକ ପରଜାସୁକୁ ଗ୍ରାମର ମଂଜୁଳା ଖରା(୫୫) ଓ ତାଙ୍କ ପୁଅ ଆଶ୍ୱାସନା ଖରା କୋରାପୁଟରୁ ନିଜ ଗ୍ରାମକୁ ଯାଉଥିବାବେଳେ ବାଗ୍ରାଗୁଡା ନିକଟରେ ସମୁଖରୁ ଆସୁଥିବା ଏକ ପିକଅଫଭ୍ୟାନ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ମଂଜୁଳା ଖରା,ପୁଅ ଆଶ୍ୱାସନା ଓ ପିକଅପ ଭ୍ୟାନ ଡ୍ରାଇଭର ଜି.ମଦନକୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲା । ତେବେ ମେଡିକାଲରେ ପହଂଚିବା ବେଳକୁ ଆଶ୍ୱାସନାଙ୍କ ମୃତ୍ୟୁ ହୋଇ ସାରିଥିଲା । ମଂଜୁଳାଙ୍କ ହାତ,ଅଂଟାରେ ଆଘାତ ଲାଗିଥିବାବେଳେ ଭ୍ୟାନ ଡ୍ରାଇଭର ମଦନଙ୍କର ହାତ,ଗୋଡ,ଅଂଟା,ଛାତିରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମଂଜୁଲାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରା ଯାଇଛି । କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ମୃତକଙ୍କ ପରିବାବର୍ଗଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଅନୁକମ୍ପାମୁଳକ ସହାୟତା ପ୍ରଦାନ କରାଯାଇଥିଲା ।ଚେକ ପ୍ରଦାନ ବେଳେ କୋରାପୁଟ ଜିଲ୍ଲାପରିଷଦ ସଭାପତି ତୁଲସି କିରସାନି , ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟନାୟକ ଓ କାର୍ଯ୍ୟାାଳୟର ପି.କେ.ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.