Home ଓଡ଼ିଶା କାର ଓ ବାଇକ ମୁହାଁମୁହିଁ ଧକ୍କା; ୨ ମୃତ ଓ ଜଣେ ଗୁରୁତର

କାର ଓ ବାଇକ ମୁହାଁମୁହିଁ ଧକ୍କା; ୨ ମୃତ ଓ ଜଣେ ଗୁରୁତର

111

କୋରାପୁଟ ; ତା୨୩-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲାର କୋଟପାଡ ବ୍ଲକ ଅନ୍ତର୍ଗତ ଧାମଣାହାଣ୍ଡି ନିକଟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବାଦ୍ୱାରା ୨ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ବେଳେ ଜନେ ଗୁରୁତର ବ୍ୟକ୍ତି କୋରାପୁଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।ଏକ ମଟରସାଇକେଲ ଓଡି୧୦କେ ୪୩୯୯ରେ ଜାମ୍ବଗୁଡାର ଗୋପୀନାଥ ମାଝି, କପ୍ରିଗୁଡାର ପଦମ ମାଝି ଓ ବରଣ୍ଡିର ପାନ ପୂଜାରୀ ଧାମଣାହାଣ୍ଡିରୁ କୋଟପାଡ ଅଭିମୁଖେ ଯାଉଥିବା ବେଳେ ବିପରୀତଦିଗରୁ ଆସୁଥିବା ସିଜି୦୧ଏଲଏଚ୮୯୩୭ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।ଖବର ପ୍ରଚାରିତ ହେବ ପରେ ଘଟଣାସ୍ଥଳରେ ପୋଲିସ ପହଂଚି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ।ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।କୋରାପୁଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଗୋପୀନାଥ ମାଝି ଓ ପଦମ ମାଝିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ପାନ ପୂଜାରୀ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।୨ ଟି ମୃତଦେହ କୋରାପୁଟ ଡାକ୍ତରଖାନାର ଶବ ବ୍ୟବଛେଦ ଗୃହରେ ରଖାଯାଇଥିବା ବେଳେ ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.