Home ଜିଲ୍ଲା ପରିକ୍ରମା ବାଲିଗଦାରୁ ବାହାରିଲା ୩୩ ତମ୍ବା ଓ ପିତ୍ତଳ ନାଗ

ବାଲିଗଦାରୁ ବାହାରିଲା ୩୩ ତମ୍ବା ଓ ପିତ୍ତଳ ନାଗ

49

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ରାମପୁର ପଞ୍ଚାୟତ ଅଳଓତି ଗ୍ରାମରୁ ବାଲିଗଦା ମଧ୍ୟରୁ ବାହାରିଛି ୩୩ ଗୋଟି ତମ୍ବା ଓ ପିତ୍ତଳର ନାଗ । କେହି ଦୁବୃର୍ତ୍ତ ବିଭିନ୍ନ ଦେବାଳୟରୁ ଏହି ନାଗମୂର୍ତ୍ତି ଗୁଡ଼ିକୁ ଚୋରୀକରି ବାଲିରେ ପୋତି ଥିବାର ସନ୍ଦେହ କରାଯାଉଛି । ଏହି ନାଗମୂର୍ତ୍ତି ଉଦ୍ଧାର ହେବା ଘଟଣା ପ୍ରଚାରିତ ହେବା ପରେ ଶତାଧିକ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଜର ଭକ୍ତିଭାବ ପ୍ରଦର୍ଶନ କରିଛନ୍ତି । ଗ୍ରାମର ନିରଞ୍ଜନ ଭୂୟାଁ ନୂତନ ଗୃହ କରୁଥିବା ବେଳେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ଅଞ୍ଚଳରୁ ବାଲି ଆଣିଥିଲେ । ସେହି ବାଲିରେ ଗୃହ କାର୍ଯ୍ୟ କରୁଥିବା ବେଳେ ସେଥି ମଧ୍ୟରୁ ଏକ ଅଖା ଭର୍ତ୍ତି ତମ୍ବା ଓ ପିତ୍ତଳର ନାଗ ବାହାରିଥିଲା । ତୁରନ୍ତ ସେ ପଣ୍ଡିତଙ୍କ ସହ ପରାମର୍ଶ କରି ନାଗମୂର୍ତ୍ତି ଗୁଡ଼ିକୁ ଘରେ ରଖିଥିବା ବେଳେ ଆସନ୍ତା ମକର ସଂକ୍ରାନ୍ତିରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯିବ ବୋଲି ଗୃହକର୍ତ୍ତା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.