Home ଓଡ଼ିଶା କାର୍ ଟ୍ରାକ୍ଟର ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର

କାର୍ ଟ୍ରାକ୍ଟର ମୁହାଁ ମୁହିଁ ଧକ୍କା, ଦୁଇ ଗୁରୁତର

187

ପାଟଣା ୨୫-୧ (ଓଡ଼ିଆ ପୁଅ/ସନ୍ତୋଷ ପତି) – କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଭାଲୁଘର ଛକ ନିକଟରେ ଏକ କାର୍ ଓ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ କାର୍ ରେ ବସିଥିବା ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ଅବସ୍ଥାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ବହଳଦା ଅଞ୍ଚଳର ଗମ୍ଭାରିଆ ଗ୍ରାମର ଏସ୍.କେ ସୌଫ୍ ଓ ସଲିମ୍ ସାହା ଓଡି ୧୧ ଜେ ୩୮୫୧ ନମ୍ବର ବିଶିଷ୍ଟ ଏକ ମାରୁତି ଅଲ୍ଟୋ ୮୦୦ କାରରେ କେନ୍ଦୁଝର ଜିଲ୍ଲା ଢେଙ୍କିକୋଟକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା।

କାରର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଏଥିରେ ବସିଥିବା ବସିଥିବା ଏସ୍ କେ ସୌଫ୍ ଓ ସଲିମ୍ ସାହା ଙ୍କୁ ଗୁରୁତର ଅବସ୍ଥାରେ ପାଟଣା ପୋଲିସ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରି ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟି କୁ ଜବତ କରିଛି। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସଲିମ୍ ଙ୍କ ବାମ ଗୋଡଟି ଭାଙ୍ଗିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.