Home ଜିଲ୍ଲା ପରିକ୍ରମା କାର୍ଯ୍ୟଭାର ଗ୍ରହଣ କଲେ ଭଦ୍ରକ ବ୍ଲକ ଅଧ୍ୟକ୍ଷା

କାର୍ଯ୍ୟଭାର ଗ୍ରହଣ କଲେ ଭଦ୍ରକ ବ୍ଲକ ଅଧ୍ୟକ୍ଷା

25

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପଞ୍ଚାୟତ ସମିତି ର ଅଧ୍ୟକ୍ଷ ଭାବେ ବିଜେଡିରୁ ନିର୍ବାଚିତ ଜଗଦଳପୁର ପଂଚାୟତ ସମିତିସଭ୍ୟା ଊର୍ମିଳା ନାୟକ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଆଜି ଏକ ବିରାଟ ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟରେ ଆସି ପହଂଚିଥିଲେ। ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ମଳୟ ଜେନା, ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ବିଜେଡି ନେତା ଯୋଗେନ୍ଦ୍ର ଘଡେଇ, ସରପଂଚ ଅକ୍ଷୟ ମହାନ୍ତି ଓ ଯୁବନେତା ଇଂ.ପ୍ରିୟବ୍ରତ ନାୟକ, କଲେଇ ସରପଞ୍ଚ ନିରଞ୍ଜନ ମଲ୍ଲିକ, ଯୁବ ବିଜେଡି ଭଦ୍ରକ ବ୍ଲକ୍ ସଂପାଦକ ତାପସ ରାୟ, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ପ୍ରଫୁଲ୍ଲ ନାୟକ, ଏମ ଡ଼ି ଫର୍ହତ ଆଲାମ, ହିମାଂଶୁ ବାରିକ, ଙ୍କ ସମେତ ନବ ନିର୍ବାଚିତ ସରପଂଚ ଓ ସମିତି ସଭ୍ୟ/ସଭ୍ୟା ମାନେ ଉକ୍ତ ଶୋଭାଯାତ୍ରାରେ ସାମିଲ ଥିଲେ। ବ୍ଲକରେ ବିଡ଼ିଓ ସୀତାକାନ୍ତ ରାଉତ ପୁଷ୍ପଗୁଚ୍ଛ ଦେଇ ଅଧ୍ୟକ୍ଷା ଶ୍ରୀମତୀ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ ନିଜ ପ୍ରତ୍ରିକ୍ରିୟାରେ: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କୁ କୃତଜ୍ଞତା ଅର୍ପଣ କରିବା ସହ ଭଦ୍ରକ ପଂଚାୟତ ସମିତିକୁ ଏକ ଆଦର୍ଶ ପଂଚାୟତ ସମିତି କରିବାକୁ ସଂକଳ୍ପ ନେଇଥିବା କହିଥିଲେ। ସୂଚନାଯୋଗ୍ୟ ଯେ: ପରେ ଏକ ଚଣ୍ଡିଗାଁ ପ୍ରାଥମିକ ସ୍କୁଲରେ ଶିକ୍ଷକତା ଅବସର ଗ୍ରହଣ କରି ପ୍ରଥମଥର ଲାଗି ରାଜନୀତିରେ ପାଦ ଥାପିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.