Home ଜିଲ୍ଲା ପରିକ୍ରମା ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ!

ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ!

38

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଷ୍ଣୁପୁର ପଞ୍ଚାୟତ ଅନ୍ତର୍ଗତ ଆଦମପୁର ଗ୍ରାମର ଚାଷୀ କୃପାସିନ୍ଧୁ ବେହେରା(୬୩) ଆଜି ଅଂଶୁଘାତରେ ପ୍ରାଣ ହରାଇଥିବା ଜଣାଯାଇଛି। କୃପାସିନ୍ଧୁ ଦିନ ପ୍ରାୟ ୧୧.୩୦.ମି ସମୟରେ ବିଲରେ କାର୍ଯ୍ୟକରୁଥିବା ଶ୍ରମିକଙ୍କ ପାଇଁ ଖାଦ୍ୟ ନେଇ ଯାଉଥିବା ବେଳେ ସଂଜ୍ଞାହୀନ ହୋଇ ପଡିଯାଇଥିଲେ। ଖବର ପାଇ ପରିବାର ଲୋକେ ସରପଞ୍ଚ ଅମୁଲ୍ୟ କୁମାର ନାୟକ ଓ ବିଜୟ କୁମାର ଖିଲାରଙ୍କ ସହାୟତାରେ କୃପାସିନ୍ଧୁଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଧାମନଗର ଥାନାରେ ୯/୨୨ ନଂ ଅପମୃତ୍ୟୁ ମାମଲା ଋଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.