Home ଜିଲ୍ଲା ପରିକ୍ରମା ସେବା ସମବାୟ ସମିତି ସମ୍ପାଦକଙ୍କ ବହିଷ୍କାର ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

ସେବା ସମବାୟ ସମିତି ସମ୍ପାଦକଙ୍କ ବହିଷ୍କାର ଦାବିରେ ଜିଲ୍ଲାପାଳଙ୍କୁ ଭେଟିଲେ ଚାଷୀ

41

ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଳକ ଅଧିନସ୍ଥ ବରଗଡ଼ା ସେବା ସମବାୟ ସମିତିର ସମ୍ପାଦକ କରିଥିବା ମହାଦୁର୍ନୀତିର ତଦନ୍ତ କରାଯାଇ ତୁରନ୍ତ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ସହିତ ତାଙ୍କ ସମ୍ପତିକୁ ବ୍ୟାଜ୍ୟାପ୍ତି ଏବଂ ମିଥ୍ୟା ଋଣର ଶିକାର ହୋଇଥିବା ଚାଷୀଙ୍କ ଋଣ ପରିଶୋଧ କରିବା ଦାବି ନେଇ ଆଜି ଗୋବିନ୍ଦପୁର ପଞ୍ଚାୟର ୭ଟି ରାଜସ୍ୱ ଗ୍ରାମର ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରୁ ଜଣା ଯାଇଛି ଯେ, ବରଗଡ଼ା ସେବା ସମବାୟ ସମିତିର ସମ୍ପାଦକ ଅଶୋକ କୁମାର ବସନ୍ତିଆ ଚାଷୀଙ୍କ ଋଣ ବହି ନିଜ ପାଖରେ ରଖି ସିମତିର ବ୍ୟାପକ ଅର୍ଥ ଆତ୍ମସାତ କରିଛନ୍ତି। ଯାହାକୁ ପ୍ରତିବାଦ କରି ଚାଷୀମାନେ ସମିତିରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଜିଲ୍ଳାପାଳ ଏହାର ପଦକ୍ଷେପ ନେଇ ଉପଜିଲ୍ଳାପାଳ ଏବଂ ଏ.ଆର.ସି.ଏସ୍‌.ଙ୍କ ଦ୍ୱାରା ମିଳିତ ତଦନ୍ତ କରାଇଥିଲେ। ଅଧିକାରୀଗଣ ତଦନ୍ତ କରି ବିଭିନ୍ନ ପ୍ରକାରର ୧୩ଗୋଟି ରେଜିଷ୍ଟାର ଜବତ କରିଥିଲେ। ସମ୍ପାଦକ ବ୍ୟାପକ ଅର୍ଥ ହେରଫେର କରିଥିବା ସେତେବେଳେ ସ୍ପଷ୍ଟ ପ୍ରମାଣିତ ହୋଇଥିଲା।

ତେବେ ଏ ପର୍ଯ୍ୟନ୍ତ ସଂପୃକ୍ତ ସମ୍ପାଦକଙ୍କ ବିରୁଦ୍ଧରେ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ କି ଚାଷୀମାନଙ୍କ ଉପରେ ଗଡ଼ିଚାଲିଥିବା ମିଥ୍ୟା ଋଣଭାରରୁ ମୁକ୍ତି ମିଳିନାହିଁ। ଅପରନ୍ତୁ ଚାଷୀମାନେ ସମିତିରେ ତାଲା ପକାଇ ସମିତିର କାର୍ଯ୍ୟକୁ ଠପ୍ କରିଛନ୍ତି। ଯାହା ଫଳରେ ବହୁ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଦୁର୍ନୀତିରେ ସଂପୃକ୍ତ ଥିବା ସମ୍ପାଦକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବାବଦରେ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା, ମିଥ୍ୟାଋଣ ଚାଷୀଙ୍କ ନାମରୁ କଟାଯିବା ଦାବି ନେଇ ଆଜି କୃଷକ ନେତା ଚନ୍ଦ୍ରଶେଖର ନାୟକ, ତ୍ରିଲୋଚନ ଦାସ, ରବିନ୍ଦ୍ର ମହାକୁଳ, କୃଷ୍ଣମୋହନ ବେହୁରିଆ, ବୀରଭଦ୍ର ମନ୍ଥନ, କରୁଣାକର ନାୟକ, ଅଞ୍ଜନ ରାଉତ, ପ୍ରକାଶ ମୈକାପ, ଚକ୍ରଧର ମୈକାପ, ନେରନ୍ଦ୍ର ସାହୁ, ପରେଶ ନାୟକ, କାଠିଆ ଯେନା, ଟୁକୁନା ପଣ୍ଡା, ନିରଞ୍ଜନ ମିଶ୍ର, ପ୍ରଫୁଲ୍ଲ ନାୟକ ପ୍ରମୁଖ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.