Home କେନ୍ଦୁଝର କାମ କରି ମଜୁରୀ ପାଉ ନଥିବାରୁ ମେଗା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି

କାମ କରି ମଜୁରୀ ପାଉ ନଥିବାରୁ ମେଗା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି

70

ହାଟଡିହି-୨୬ / ୬:(ଓଡିଆପୁଅ / ବିକାଶ ବିଶ୍ୱାଳ) ଓମବାର୍ଡସି ଅନୁଦାନରେ ହାଟଡ଼ିହି ବ୍ଲକର ଢ଼େଙ୍କା ପଞ୍ଚାୟତର ପୁରୁଣାପାଣି ନିକଟରେ ଚାଲିଛି ମେଗା ୱାର୍ଟର ପ୍ରୋଜେକ୍ଟ ପ୍ରକଳ୍ପ । ରାଜ୍ୟ ବାହାରର ଏନସିସି ନାମକ ଏକ ଠିକାସଂସ୍ଥା ଦ୍ୱାରା ୪୦୦ କୋଟିରୁ ଉର୍ଦ୍ଧ ଟଙ୍କାର ବ୍ୟୟ ଅଟକଳରେ ଏହି ନିର୍ମାଣକାର୍ଯ୍ୟ ଚାଲୁରହିଛି । ୨୦୦ରୁ ଉର୍ଦ୍ଧ ଶ୍ରମିକ ଏଠାରେ କାମ କରୁଥିବାବେଳେ ଦୀର୍ଘ ୩/୪ମାସ ଧରି କାମକରି ମଧ୍ୟ ମଜୁରୀ ପାଉନଥିବାରୁ ସେମାନଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ପ୍ରତିଦିନ ମଜୁରୀ ଟଙ୍କା ମାଗୁଥିଲେବି ସେଠାରେ ଥିବା ଅଧିକାରୀ ମାନେ ନିୟମିତ ସମୟ ଗଡାଇ ଚାଲିଛନ୍ତି । ବର୍ତ୍ତମାନ ସମୟରେ ମାସ ମାସ ଧରି ମଜୁରି ନପାଇବାରୁ ଶ୍ରମିକମାନେ ସେମାନଙ୍କ ପରିବାର ଚଳାଇବାରେ ନାନା ଅସୁବିଧା ଭୋଗ କରୁଛନ୍ତି । ଆଜି ସକାଳୁ ସକାଳୁ ଶତାଧିକ ଶ୍ରମିକ ଗେଟ ସମ୍ମୁଖକୁ ପଥରରେ ଆବଦ୍ଧକରି ଏହାର ପ୍ରତିବାଦ କରିଛନ୍ତି । ଠିକାସଂସ୍ଥାର କିଛି କର୍ମଚାରୀ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଶ୍ରମିକମାନେ ମଜୁରୀ ନପାଇଲେ କାମ ବନ୍ଦ ରଖିବା ଦାବିରେ ଗେଟ ସମ୍‌ୁଖରେ ବସିରହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.