Home କୋରାପୁଟ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ଓ ରିଲିଫର ଅର୍ଥନୀତି ଶୀର୍ଷକ ଅନଲାଇନ ଆଲୋଚନା...

ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ଓ ରିଲିଫର ଅର୍ଥନୀତି ଶୀର୍ଷକ ଅନଲାଇନ ଆଲୋଚନା ଚକ୍ର

37

କୋରାପୁଟ ୨୭-୦୬(ଓଡିଆ ପୁଅ /ରଂଜନ ଦାସ)ଓଡିଶା କେନ୍ଦ୍ରୀୟ  ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଗୁଣବତା ନିଶ୍ଚିତତା ସେଲ(ଆଇକ୍ୟୁଏସି) ଆନୁକୁଲ୍ୟରେ ଭାରତରେ ପ୍ରାକୃତିକ ବିପର୍ଯ୍ୟୟ ଓ ରିଲିଫର ଅର୍ଥନୀତି ଶୀର୍ଷକ  ଅନଲାଇନ ଆଲୋଚନା ଚକ୍ର ଅବୁଷ୍ଠିତ ହୋଇଯାଇଛି ।ବିଶ୍ୱବିଦ୍ୟାଳୟର କୁଳପତିି ପ୍ରଫେସର ଆଇ.ରାମବ୍ରହ୍ମମ  ଏହି ସଫଳ କାର୍ଯ୍ୟକ୍ରମ ନିମନ୍ତେ ଶୁଭେଛା ଜଣେଇଥିଲେ ।ବର୍ଷା , ବନ୍ୟା,ଘୂର୍ଣ୍ଣିବଳୟ କିମ୍ବା ଏହିପରି ଅଭାବ କିମ୍ବା ବିଫଳତା ହେତୁ ଅଧିକାଂଶ ଅଂଚଳରେ ଫସଳ ଅମଳରେ ବିଫଳତା ଦେଖାଦେଇଥାଏ । ତେଣୁ ଏପରି କ୍ଷେତ୍ରରେ ରାଜ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅର୍ଥନୀତି ବିଭାଗର ପରିଦର୍ଶକ ପ୍ରଫେସର ଭାଗବତ ପାତ୍ର ମୁଖ୍ୟବକ୍ତାଭାବେ ଯୋଗଦେଇ ମତବ୍ୟକ୍ତି କରିଥିଲେ ।ଜୈବ ବିବିଧତା ଓ ପ୍ରାକୃତିକ ସଂପଦ ସଂରକ୍ଷଣ ବିଦ୍ୟାପୀଠ ଡିନ ତଥା ଆଇକ୍ୟୁଏସିର ନିର୍ଦ୍ଦେଶକ ପ୍ରଫେସର  ଶରତ କୁମାର ପଳିତାଙ୍କ ଅଧ୍ୟକ୍ଷତାରେ ଅନଲାଇନ ଆଲୋଚନା ଚକ୍ର  ଆୟୋଜିତ କରାଯାଇଥିଲା । ଅର୍ଥନୀତି ବିଭାଗର କାର୍ଯ୍ୟକାରୀ ମୁଖ୍ୟ ଡ. ମିନତି ସାହୁ ପ୍ରାରମ୍ଭିକ ଭାଷଣ ପ୍ରଦାନ କରି ଭାରତରେ ପ୍ରାକୃତିକ ବିପର୍ଯ୍ୟୟର ପ୍ରାସଙ୍ଗିକତା ଉପରେ ଆଲୋକପାତ କରିଥିଲେ । ଅର୍ଥନୀତି ବିଭାଗର ସହ ପ୍ରାଧ୍ୟାପକ ତଥା ବ୍ୟବସାୟ ପରିଚାଳନା ବିଭାଗର କାର୍ଯ୍ୟକାରୀ ମୁଖ୍ୟ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ବିଶ୍ୱବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ.ଫଗୁନାଥ ଭୋଇଙ୍କ ସମେତ ବହୁ ସଂଖ୍ୟକ ଅଧ୍ୟାପକ , ଗବେଷଣା ବିଦ୍ୱାନ ଏବଂ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.