Home ଗଞ୍ଜାମ କାମରେ ଆସୁନି ଷ୍ଟ୍ରିଟ ଲାଇଟ, ଅନ୍ଧାରରେ କୋଦଳା ଏନ୍ ଏ ସି

କାମରେ ଆସୁନି ଷ୍ଟ୍ରିଟ ଲାଇଟ, ଅନ୍ଧାରରେ କୋଦଳା ଏନ୍ ଏ ସି

85

କୋଦଳା ୧୯/୦୯ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ସରକାର ଏନ୍ ଏ ସି ଗୁଡିକର ଆଲୋକିକରଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା କୋଦଳା ଏନ.ଏସି ରେ ଆଲୋକ ବ୍ୟବସ୍ଥା ଠପ୍ ହେବାକୁ ଲାଗିଛି। ଏନ୍ ଏ ସି ର ସବୁ ମୁଖ୍ୟ ସଡ଼କ ଓ ପ୍ରତି ସାହି ମାନଙ୍କରେ ଏଲଇଡ଼ି ଲାଇଟ ଲଗାଯିବାର ମାତ୍ର କିଛି ଦିନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସଂସ୍ଥା ଜରିଆରେ ପୁଣି ସେସବୁ ଲାଇଟକୁ ହଟାଯାଇ ସେହି ସ୍ଥାନରେ ନୂତନ ଏଲଇଡ଼ି ଲାଇଟ ଲଗାଯାଇଥିଲା କିନ୍ତୁ ଏହି ଏଲ୍ ଇ ଡି ଷ୍ଟ୍ରିଟ ଲାଇଟ ଏବେ ଏନ୍ ଏ ସି ବାସୀଙ୍କ କୌଣସି କାର୍ଯ୍ୟରେ ଆସିପାରୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୋଦଳା ସହରର ମୁଖ୍ୟ ସ୍ଥାନ ମାନଙ୍କରେ ହାଇମାକ୍ସ ଲାଇଟ ଦୀର୍ଘ ଦିନରୁ ଖରାପ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟରେ ସେମିତି ପଡ଼ିରହିଛି। ଏନେଇ ଏନଏସି କିମ୍ବା ବିଦ୍ୟୁତ ବିଭାଗକୁ ଅଭିଯୋଗ କଲେ ମଧ୍ୟ ଆମ ହାତରେ କିଛିନାହିଁ, ଏହାକୁ ଦିଲ୍ଲୀରୁ ପରିଚାଳିନା କରାଯାଉଥିବା ନେଇ କୁହାଯାଉଛି। ଫଳରେ ସାଧାରଣଲୋକ ଏବେ ଷ୍ଟ୍ରିଟ ଲାଇଟ ସମସ୍ୟା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଇଥିବା ଜଣାପଡିଛି। କୋଦଳା ଏନଏସିରେ ୧୩ଟି ୱାର୍ଡ ରହିଥିବା ବେଳେ ୧୫ ରୁ ୨୦ ସାହି ବିଶିଷ୍ଟ ରହିଛି। ଜନଗହଳି ସହରରେ ଏଭଳି ଅନ୍ଧାର ସମସ୍ୟା ହେବା ଫଳରେ ଚୋରି ବୃଦ୍ଧି ପାଉଛି। ଏନେଇ ସାଧାରଣଲୋକେ ୨ଦିନ ତଳେ ଷ୍ଟ୍ରିଟ ଲାଇଟ ସମସ୍ୟା ପାଇଁ କୋଦଳା ଏନଏସିଠାରେ ଧାରଣା ଦେଇଥିବା ଜଣାପଡିଛି। ଦୀର୍ଘଦିନ ଧରି କୋଦଳାରେ ଷ୍ଟ୍ରିଟ ଲାଇଟ ସମସ୍ୟା ଲାଗି ରହିବା ପରେ ଲୋକଙ୍କ ପକ୍ଷରୁ ବାରମ୍ବାର ଏନେଇ ଅଭିଯୋଗ କରାଯାଇଥିଲା। ଠିକାରେ ନେଇଥିବା ସଂସ୍ଥା ପକ୍ଷରୁ ମରାମତି ମଧ୍ୟ କରାଯାଉ ନାହିଁ। ଏବେ ସହରରେ ଥିବା ଷ୍ଟ୍ରିଟ ଲାଇଟ ଗୋଟିଏ ସାହି ଜଳିଲେ ଅନ୍ୟ ସାହି ଅନ୍ଧାରରେ ରହୁଥିବା ଜଣାଯାଇଛି। ପୁରୁଣା ଲାଇଟ ହଟାଯାଇ ନୂତନ ଏଲଇଡ଼ି ଲାଇଟ ଲଗାଇବାରେ ବିଳମ୍ବ ହେଉଥିବା ମଧ୍ୟ୍ୟ ଅଭିଯୋଗ ହେଉଛି। ତେଣୁ ସହରର ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାକୁ ପୁଣିଥରେ ସାଧାରଣ ଭାବରେ ଏନଏସି ଦ୍ୱାରା ପରିଚାଳନା କରାଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ଏନ୍ ଏ ସି ବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.