Home ଜିଲ୍ଲା ପରିକ୍ରମା ଭଦ୍ରକ ବିଧାୟକଙ୍କ ଜାମା ମସଜିଦ୍ ପରିଦର୍ଶନ : ୧କୋଟି ବ୍ୟୟରେ ଉନ୍ନତିକରଣ ପାଇଁ ବ୍ଲୁ ପ୍ରିଣ୍ଟ

ଭଦ୍ରକ ବିଧାୟକଙ୍କ ଜାମା ମସଜିଦ୍ ପରିଦର୍ଶନ : ୧କୋଟି ବ୍ୟୟରେ ଉନ୍ନତିକରଣ ପାଇଁ ବ୍ଲୁ ପ୍ରିଣ୍ଟ

177

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୁରୁଣାବଜାରସ୍ଥିତ ସର୍ବପୁରାତନ ଜାମା ମସଜିଦ୍‌ର ଉନ୍ନତିକରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏଥି ନିମନ୍ତେ ରାଜ୍ୟ ସରକାର ୧କୋଟି ଟଙ୍କା ମଞ୍ଜୁର କରିଥିଲେ । ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପୂର୍ତ୍ତ ବିଭାଗର ଏସଡ଼ିଓ ପ୍ରଭାତ ସାହୁ, ସହକାରୀ ଯନ୍ତ୍ରୀ ଅମ୍ବିକା ବଲ୍ଳଭ ସ୍ୱାଇଁ ଓ ଅନ୍ୟାନ୍ୟ ଅଧିକାରୀମାନେ ଜାମା ମସଜିଦରେ ପହଞ୍ଚି କ୍ଷେତ୍ରୀୟ ଅନୁଧ୍ୟାନ କରିଥିଲେ । ଜାମା ମସଚିଦର ସଭାପତି ଶେଖ ଏନାମ ମହମ୍ମଦ, ସଂପାଦକ ଗୋଲାମ ମହିଉଦ୍ଦିନ ବିଧାୟକଙ୍କୁ ସ୍ୱାଗତ କରିଥିଲେ । ଉକ୍ତ ମସଜିଦକୁ ଆକର୍ଷଣୀୟ କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି ଓ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ବିଧାୟକ ସୂଚନା ଦେଇଥିଲେ । ୨ମାସ ପୂର୍ବେ ଭୁବନେଶ୍ୱରର ଏକ ଆର୍କିଟେକଚର ସଂସ୍ଥା ମସଜିଦରେ ପହଞ୍ଚି ଏହାର ନୂତନ ରୂପରେଖ ସମ୍ପର୍କରେ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି, ତାହା ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ବସ୍ତିର ସର୍ଦ୍ଦାର କୌଶର ଅଲୀ, ମୁସଲିମ ଜମାତର ମେଡ଼ିଆ ସେଲ ସଂଯୋଜକ ସେଖ ଅନୱାର, ଇସଲାମ ଖାନ, ଏମାମ ସାହେବ, ମୌଜନ ସାହେବ ବିଧାୟକ ଓ ଅନୁଧ୍ୟାନକାରୀ ଦଳର ସଦସ୍ୟଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁସିଲମ ଜମାତର ଉପସଭାପତି ମହମ୍ମଦ ଜକାଉଲ୍‌ା, ଯୁଗ୍ମ ସଂପାଦକ ଅବଦୁଲ ମୁକିତ ଖାଁ, ଶେଖ ସିରାଜୁଦ୍ଦିନ, ହାଜି ଅନୱାର ହେସେନ, ଶେଖ ସମଦାନୀ, ଜମିଲ ଅଖତର ଖାଁ, ମତଲୁବ ଅଲ୍ଲୀ, ତବାରକ ଅଲ୍ଲୀ, ସେର ଖାଁ, ହବିବୁଲ୍ଲା ଖାଁ, ସବିର ଅଲ୍ଲୀ, ମୁସ୍ତାକ ଗହ୍ୱର, ମଇରାଜ ଖାନ, ଜାମା ମସଜିଦ କମିଟିର ସଦସ୍ୟ ଇସାର ଅଲ୍ଲୀ, ଖେଖ ବୁଧିଆ, ଅନୱାର ଖାଁ, ଶେଖ ଇଲିୟାସ, ଗୁଲ ମହମ୍ମଦ, ମାଫୋ ଖାଁ, ଉପସ୍ଥିତ ରହି ମସଜିଦର ଉନ୍ନତିକରଣ ପାଇଁ ବିଭିନ୍ନ ପ୍ରସ୍ତାବ ରଖିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.