Home ଜିଲ୍ଲା ପରିକ୍ରମା କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆଖି ବୁଜିଲେ କୋଲକତା ଫେରନ୍ତା

କ୍ୱାରେଣ୍ଟାଇନ୍ ସେଣ୍ଟରରେ ଆଖି ବୁଜିଲେ କୋଲକତା ଫେରନ୍ତା

100

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ କୋର୍କରା କ୍ୱାରେଣ୍ଟାଇନ୍ ସେଣ୍ଟରରେ କୋଲକତା ଫେରନ୍ତା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ସେହି ଗାଁର ରାଧାଶ୍ୟାମ ପାଣି । ସେ ଗତକାଲି ରାତିରେ ଟ୍ରେନ୍ ଯୋଗେ କୋଲକାତାରୁ ଫେରିଥିଲେ । ଉକ୍ତ ସମୟରେ ସେ ସୁସ୍ଥ ଥିବା ବେଳେ ନିଜ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ଏହାପରେ ରାତିରେ ପଂଚାୟତରେ ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରରେ ତାଙ୍କୁ ରଖାଯାଇଥିଲା । ତେବେ ଆଜି ଭୋର୍‌ରୁ ତାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ବାପାଙ୍କର ପୂର୍ବରୁ ଡାଇବେଟିସ୍ ଥିବାବେଳେ ଗତକାଲି ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ ବୋଲି କହିଛନ୍ତି ରାଧାଶ୍ୟାମଙ୍କ ପୁଅ ମାନସ କୁମାର ପାଣି । ଘଟଣାସ୍ଥଳରେ ପୁଲିସ୍ ଓ ମେଡିକାଲ ଟିମ୍ ପହଞ୍ôଚ ନଥିବାବେଳେ କ୍ୱାରେଣ୍ଟାଇନ୍ ଗାଇଡ୍‌ଲାଇନ୍ ଅନୁଯାୟୀ ମୃତକଙ୍କ ଶବ ସତ୍କାର କରାଯିବ ବୋଲି କହିଛନ୍ତି ନୋଡାଲ ଅଫିସର ଅଭୟ ଲେଙ୍କା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.