Home କେନ୍ଦୁଝର ରାସ୍ତାକଡକୁ ଖସିଗଲା କାର, ଜଣେ ଗୁରୁତର

ରାସ୍ତାକଡକୁ ଖସିଗଲା କାର, ଜଣେ ଗୁରୁତର

237

ହାଟଡିହି-୨ /୬, ଆଜି ମଧ୍ୟାହ୍ନରେ ଆନନ୍ଦପୁର- ଭଦ୍ରକ ରାସ୍ତାର ଚାରିନାଳିଆ ନିକଟରେ ଏକ କାର ରାସ୍ତା କଡକୁ ଖସି ପଡିବାରୁ କାର ଚାଳକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଯାଜପୁର ଜିଲ୍ଲା ମୁକୁନ୍ଦପୁର ଗ୍ରାମର ସଂଗ୍ରାମ ସାହୁ ତାଙ୍କ ପତ୍ନୀଙ୍କ ସହିତ ନିଜ ଶ୍ୱଶୁର ଘର ହାଟଡିହି ବ୍ଲକ ଶଙ୍ଖୋ ଗ୍ରାମର ନାରାୟଣ ସାହୁଙ୍କ ଘରକୁ ଆସୁଥିବାବେଳେ କୌଣସି କାରଣରୁ ରାସ୍ତା ତଳକୁ ଖସିପଡିଥିଲା । ରାସ୍ତା କଡରେ ଥିବା ଏକ ଗଛରେ ଘସିହୋଇ ସମ୍ମୁଖରେ ଥିବା ଏକ ବାଉଁଶବୁଦାରେ ଯାଇ କାରଟି ଲାଖିଯାଇଥିଲା । ସେହି ସମୟରେ ବାଟରେ ଯାଉଥିବା କୋଦମଡିହି ଗ୍ରାମର ତପନ କୁମାର ନାୟକ, ଅଜିତ କୁମାର ସେଠୀଙ୍କ ସମେତ ଅନ୍ୟକିଛି ବାଟୋଇ ତାଙ୍କୁ ବହୁକଷ୍ଟରେ କାର ଭିତରୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । କାର ଭିତରେ ଥିବା ତାଙ୍କ ପତ୍ନୀ ଓ ଝିଅ ସାମାନ୍ୟ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.