Home ଓଡ଼ିଶା କାଜୁ ଜଙ୍ଗଲ ରେ ନିଆଁ ସରକାରୀ ସହାୟତା ଆଶାରେ କାଜୁ ଚାଷୀ

କାଜୁ ଜଙ୍ଗଲ ରେ ନିଆଁ ସରକାରୀ ସହାୟତା ଆଶାରେ କାଜୁ ଚାଷୀ

32

ନୟାଗଡ/୨୫/୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ଅଂଚଳ ରେ ଧାନ ମୁଗ ଫସଲ ପରେ ଲୋକ ମାନେ କାଜୁ ଫସଲ ରୁ ଦୁଇ ପଇସା ପାଇବା ପାଇଁ ଆଶା ରଖିଥାନ୍ତି । ଗତ କିଛିଦିନ ହେଲା ରଣପୁର ଅଂଚଳ ର ବିଭିନ୍ନ କାଜୁ ଫିଲ୍ଡି  ରେ କେହି ଦୁର୍ବୁତ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳୁଛି । ଗତ ୨ ଦିନ ତଳେ ନରସିଂହପୁର କାଜୁ ଫିଲ୍ଡି ରେ ନିଆଁ ଲାଗିବା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କାଜୁ ଫସଲ ନଷ୍ଟ ହୋଇଥିଲା ।

ସେହିଭଳି ଭାବରେ  ଫେବୃୟାରୀ ୨୫ ତାରିଖ ଅପରାହ୍ନ ୪ ଘଟିକା ସମୟରେ କୈାଣସି ଦୁର୍ବୁତ ରଣପୁର ଏନ୍‌.ଏ.ସି. ଜେଲ୍ ପଛପଟ ସୁଭଦ୍ରାପୁର ମୈାଜା ରେ ଥିବା ନିରୁପମା ଆଚାର୍ଯ୍ୟ ଙ୍କ କାଜୁ ଫିଲ୍ଡି ରେ ନିଆଁ ଲଗାଇ ଦେଇଥିଲା । ଯାହା ଫଳରେ ଲକ୍ଷ ଲକ୍ଷ ଟଙ୍କା ର କାଜୁ ଫସଲ ନଷ୍ଟ ହୋଇଯାଇଥିବା ଜଣାପଡିଛି । ରଣପୁର ଅଗ୍ନିଶମ ବାହିନୀ କାଜୁ ଫିଲ୍ଡି ରେ ପହଞ୍ଚି ନିଆଁ କୁ ଆୟତ କରିଛନ୍ତି । କାଜୁ ଫସଲ କ୍ଷୟ କ୍ଷତି ର ସରକାରୀ ସହାୟତା ଆଶାରେ ନିରୁପମା ଆଚାର୍ଯ୍ୟ ଓ ଅନ୍ୟ କାଜୁ ଚାଷୀମାନେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.